ETV Bharat / state

ଗୁଣିଗାରେଡି ସନ୍ଦେହରେ ବିଲ ମଝିରେ ଜଣଙ୍କୁ ହତ୍ୟା

ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଶେଷଖାଲ ଥାନା ଅନ୍ତର୍ଗତ ବାଲାପାଡୁ ଗ୍ରାମରେ । ଅଧିକ ପଢନ୍ତୁ...

ଅନ୍ଧବିଶ୍ଵାସ ନେଲା ଜୀବନ: ଗୁଣିଗାରେଡି ସନ୍ଦେହରେ ହତ୍ୟା

author img

By

Published : Feb 24, 2020, 2:47 PM IST

Updated : Feb 24, 2020, 8:19 PM IST

ରାୟଗଡା: ଅନ୍ଧବିଶ୍ଵାସର କରୁଣ ପରିଣତି । ରାୟଗଡାରେ ପୁଣି ଗଡିଲା ମୁଣ୍ଡ। ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଶେଷଖାଲ ଥାନା ଅନ୍ତର୍ଗତ ବାଲାପାଡୁ ଗ୍ରାମରେ ।

ଅନ୍ଧବିଶ୍ଵାସ ନେଲା ଜୀବନ: ଗୁଣିଗାରେଡି ସନ୍ଦେହରେ ହତ୍ୟା

ତେବେ ଗୁଣିଆ ସନ୍ଦେହରେ ବାଲାପାଡୁ ଗ୍ରାମର ଘାସି ମିଣିଆକାଙ୍କୁ ସେହି ଗ୍ରାମର ବାବୁରା ଓ ମିଣିଆକା ଅତି ନୄଶଂସ ଭାବେ ହତ୍ୟା କରିଛନ୍ତି। ଗତ 15 ଦିନ ପୂର୍ବେ ବାଲାପାଡୁ ଗ୍ରାମର ବାବୁରାଓର ବାପା ଦାଲାନା ମିଣିଆକା କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଦାଲାନାର ପୁଅ ବାବୁରା ଓ ଗ୍ରାମର ଘାସି ମିଣିଆକା ବାପାକୁ ଗୁଣିଆ କରି ହତ୍ୟା କରାଯାଇଥିବା ସନ୍ଦେହ କରୁଥିଲେ ।

ତେବେ ଗତ ଶୁକ୍ରବାର ଦିନ ନିଜ ଜମିରେ ଥିବା କୁଡିଆ ଘରେ ଘାସି ମିଣିଆକା ଶୋଇଥିବାବେଳେ ବାବୁରା ପ୍ରତିଶୋଧ ପରାୟଣ ହୋଇ ତାର ଗୁପ୍ତାଙ୍ଗକୁ ପ୍ରହାର କରିବା ପରେ ଏକ ଲୁହା ଛଡରେ କାନକୁ ବାରମ୍ବାର ଆଘାତ କରିଥିଲେ। ତେବେ ଘଟଣାସ୍ଥଳରେ ହିଁ ଘାସି ମିଣିଆକାର ମୃତ୍ୟୁ ହୋଇଥିଲା ।

ଏନେଇ ସୋମବାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ ଜିଲ୍ଲା ଚିକିତ୍ସାଳୟକୁ ପଠେଇ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି । ତେବେ ଘଟଣାର ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Feb 24, 2020, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.