ETV Bharat / state

ପାନୀୟ ଜଳଯୋଗାଣ ପ୍ରକଳ୍ପରେ ଅଗ୍ନିକାଣ୍ଡ, କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ଜଳି ପାଉଁଶ - କାଶୀପୁର ବ୍ଳକ

Major Fire Breaks Out: ରାୟଗଡା ଜିଲ୍ଲାରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ଡିପୋରେ ଅଗ୍ନିକାଣ୍ଡ । ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଚ୍ଛିତ ପ୍ଲାଷ୍ଟିକ ପାଇପ ପୋଡି ପାଉଁଶ । ଅଧିକ ପଢନ୍ତୁ

ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପରେ ନିଆଁ,  କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ଜଳି ପାଉଁଶ

author img

By ETV Bharat Odisha Team

Published : Dec 10, 2023, 10:18 AM IST

ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପରେ ନିଆଁ, କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ଜଳି ପାଉଁଶ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ଡିପୋରେ ଶନିବାର ସନ୍ଧ୍ୟା ସମୟରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ଏଠାରେ ମହଜୁଦ ଥିବା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ଲାଷ୍ଟିକ ପାଇପ୍ ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମ ପଞ୍ଚାୟତରେ ୪ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥାନୀୟ ଜନସାଧାରଣ ଉଦ୍ଦେଶ୍ୟରେ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ରାଜ୍ୟ ବାହାର କେଇସି ଇଣ୍ଟରନ୍ୟାସନାଲ ନାମକ ଏକ ଘରୋଇ ସଂସ୍ଥା ଦୁଇ ବର୍ଷ ଧରି ଏଠାରେ ପ୍ରକଳ୍ପ କାମ କରିଆସୁଥିଲା । ସଂସ୍ଥା କାଶୀପୁର ବ୍ଳକ ଅନ୍ତର୍ଗତ କାଳିଆପଡା, କାଙ୍ଗତୁମ୍ବା, ଖୁରି ଗାଁ ଓ ଶିଆଡିମାଲ ଭଳି ୪ଟି ସ୍ଥାନରେ ନିଜର ଅସ୍ଥାୟୀ ଡ଼ିପୋ ଖୋଲି ନିର୍ମାଣ କାମ ପାଇଁ ପାଇପ ଗଚ୍ଛିତ ରଖି କାମ କରୁଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ 6ଟା ବେଳେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬ ମୃତ, ଏକାଧିକ ଆହତ

ଏହି ନିଆଁ ଦେଖି ସ୍ଥାନୀୟ ଲୋକ ତୁରନ୍ତ କାଶୀପୁର ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । କିନ୍ତୁ ନିଆଁର ଭୟାବହ ଏତେ କ୍ଷୀପ୍ର ଥିଲା ଯେ ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ଗଚ୍ଛିତ ପାଇପ ମଧ୍ୟରୁ ଅଧା ପୋଡି ପାଉଁଶ ହୋଇଯାଇଥିବା ବେଳେ ବାକି ପାଇପ ହୁ ହୁ ହୋଇ ଜଳୁଥିଲା । ପରେ ପୁଣି ଉତ୍କଳ ଆଲୁମିନାର ଆଉ ଏକ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲା । ତେବେ ଦୁଇଟି ଦମକଳ ଗାଡି ଦୀର୍ଘ 5 ଘଣ୍ଟାର ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ତେବେ କେମିତି ଏହି ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ମନରେ ସନ୍ଦେହ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ଉକ୍ତ ପ୍ରକଳ୍ପ କାର୍ଯ୍ୟର ସମୟ ଅବଧି ସମାପ୍ତ ହେଉଥିବା ବେଳେ କାର୍ଯ୍ୟଟି ମନ୍ଥର ଗତିରେ ଚାଲୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଥିଲା । ଏହାକୁ ଆଧାର କରି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ତେବେ ଅଗ୍ନିକାଣ୍ଡ ସ୍ଥଳରେ କାଶୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ସତ୍ୟସତ୍ୟା ପଦାକୁ ଆସିବ ବୋଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.