ETV Bharat / state

ରୂପାନ୍ତରଣ ହେବ ମାଆ ମଝିଘରିଆଣୀ ମନ୍ଦିର, ୩୦ଦିନ ମଧ୍ୟରେ ପ୍ରସ୍ତୁତ ହେବ ଡିପିଆର

author img

By

Published : Jun 23, 2023, 11:04 AM IST

ନୂଆ ରୂପ ପାଇବ ମାଆ ମଝିଘରିଆଣୀ ମନ୍ଦିର । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ । ଅଧିକ ପଢନ୍ତୁ

Development Of Maa Majhighariani Temple
Development Of Maa Majhighariani Temple
Development Of Maa Majhighariani Temple

ରାୟଗଡା: ରୂପାନ୍ତରଣରେ ସାମିଲ ହେଲା ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ପୀଠ । ମନ୍ଦିର ଚର୍ତୁପାର୍ଶ୍ବରେ ଥିବା ୬ ଏକର ୩୦ ଡିସିମିଲ ରେଳବାଇ ଜାଗାକୁ ମାଆ ମଝିଘରିଆଣୀ ମନ୍ଦିରକୁ ହସ୍ତାନ୍ତର କରାଯିବ । ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ରାୟଗଡାବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ ।

ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରାଇସିଂ ବିଡିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଗତ ୭ ତାରିଖରେ ରାୟଗଡା ଗସ୍ତରେ ଆସି ମଝିଘରିଆଣୀ ମନ୍ଦିର ପରିଦର୍ଶନ କରିଥିଲେ ଭିକେ ପାଣ୍ଡିଆନ । ଏହି ସମୟରେ ସଚିବଙ୍କୁ ମନ୍ଦିରର ଅନେକ ପ୍ରସଙ୍ଗ ସହ ଚର୍ତୁପାର୍ଶ୍ବରେ ଥିବା ରେଳବାଇ ବିଭାଗର ୬ ଏକର ୩୦ ଡିସିମିଲ ଜମିକୁ ମନ୍ଦିରକୁ ହସ୍ତାନ୍ତର କରିବାକୁ ଉଭୟ ରେଳବାଇ ଓ ରାଜ୍ୟ ସରକାର ସ୍ୱୀକୃତି ଦେବା ପାଇଁ କୁହାଯାଇଥିଲା ।

ମାତ୍ର ଉକ୍ତ ଜମିକୁ ମାଆଙ୍କ ନାମରେ ରେକର୍ଡ କରିବା ପାଇଁ ସରକାରୀ ନିୟମ ଅନୁସାରେ ଦେୟ ପରିମାଣ ଟଙ୍କା ସଂପୂର୍ଣ୍ଣ ଛାଡ କରିବା ପାଇଁ ସଚିବଙ୍କୁ ଟ୍ରଷ୍ଟ ବୋର୍ଡ ତରଫରୁ ଅନୁରୋଧ କରାଯାଇଥିଲା । ମନ୍ଦିରର ଆବଶ୍ୟକତାକୁ ଉପଲବ୍ଧ କରି ୫ଟି ସଚିବ ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସରକାରୀ ନିୟମ ପ୍ରକାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଉ ସେହି ପ୍ରତିଶୃତିକୁ ସଚିବ ପୂରଣ କରିଥିବା କହିଛନ୍ତି ରାଇସିଂ ବିଡିକା । କ୍ୟାବିନେଟ୍ ବୈଠକରେ ରେଳବାଇ ଜାଗାର ସରକାରୀ ଦେୟ ଟଙ୍କାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଛାଡ କରିଛନ୍ତି । ଏଥିପାଇଁ ମାଆଙ୍କ ସମସ୍ତ ଶ୍ରଦ୍ଧାଳୁ ତଥା ରାୟଗଡାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେହିପରି ସରକାର ମନ୍ଦିରର ରୂପାନ୍ତରଣ ପାଇଁ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଏକ ମାସ ମଧ୍ୟରେ ପ୍ରସ୍ତୁତ କରାଯାଇ ଯଥାଶୀଘ୍ର ପଠାଯିବ । ମନ୍ଦିରର ଭିତ୍ତିଭୂମିର ଉନ୍ନତିକରଣ, ବିଭିନ୍ନ ଯୋଜନା ମନ୍ଦିର ପରିସରରେ କାର୍ଯ୍ୟକାରି କରିବା ପାଇଁ ୫ଟି ସଚିବଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅବଗତ କରାଯାଇଥିଲା । ତେଣୁ ପ୍ରସ୍ତାବିତ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କଲେ ମନ୍ଦିର ପରିଚାଳନା କମିଟି, ଜନସାଧାରଣ ଏବଂ ଓଡିଶା ତଥା ଓଡିଶା ବାହାରରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁମାନେ ଉପକୃତ ହେବେ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ।

ବୁଧବାର ସନ୍ଧ୍ୟାରେ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ୬ ଏକର ୩୦ ଡିସିମିଲ ଜମି ଲିଜ ଆକାରରେ ପ୍ରଦାନ କରାଯିବ ।ରାଜ୍ୟ ସରକାର ପ୍ରିମିୟମ ଓ ଇନ୍ସିଡେଂଟାଲ ଚାର୍ଜ ମଧ୍ୟ ଛାଡ କରିଥିବାରୁ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଘୋଷଣା କରିଥିଲେ । ମାଆଙ୍କ ନାମରେ ଏହି ମନ୍ଦିର ଜମି ଲିଜ ଆକାରରେ ମିଳିଥିବାରୁ ମନ୍ଦିରର ଭିତ୍ତିଭୂମି ସୁଦୃଢ ହୋଇପାରିବ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ମତ ରଖିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.