ETV Bharat / state

ଆଜିଠୁ ଖୋଲିଲା ମଝିଘରିଆଣି ମନ୍ଦିର, ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି

author img

By

Published : Jan 4, 2021, 12:11 PM IST

ଆଜିଠୁ ଖୋଲିଲା ଦୀର୍ଘ ଦିନରୁ ବନ୍ଦ ରହିଥିବା ମା’ ମଝିଘରିଆଣି ମନ୍ଦିର । ତେବେ ଥରକରେ ୧୦ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଆଜିଠୁ ଖୋଲିଲା ମଝିଘରିଆଣି ମନ୍ଦିର, ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି

ରାୟଗଡ଼ା: କୋରୋନା ପ୍ରଭାବରେ ଦୀର୍ଘ ଦିନରୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମା’ ମଝିଘରିଆଣି ମନ୍ଦିର ଖୋଲିବା ପାଇଁ ଅନୁମତି ଦେଲେ ଜିଲ୍ଲା ପ୍ରଶାସନ । ଆଜିଠାରୁ(ସୋମବାର) ସାଧାରଣ ଭକ୍ତ କରିପାରିବେ ମା’ଙ୍କ ଦର୍ଶନ । ତେବେ ଥରକରେ ୧୦ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ରହିଛି । ଭକ୍ତଙ୍କ ଦର୍ଶନ ଏବଂ ଉପାସନା ସମୟରେ ସାମାଜିକ ଦୁରତା, ମାସ୍କ ପରିଧାନ ସାଙ୍ଗକୁ ହାତକୁ ସାନିଟାଇଜର ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ବ୍ୟାପକ ପୋଲସ ମୁତୟନ କରାଯାଇଥିବା ବେଳେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଦର୍ଶନ ଓ ମନ୍ଦିର ପରିସ୍ଥିତି ସମୀକ୍ଷା କରାଯାଇଛି । ଆଗକୁ ମକର ସଂକ୍ରାନ୍ତି ଆସୁଛି । ଦକ୍ଷିଣ ଭାରତର ଏହା ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ଏହାକୁ ଦୃଷ୍ଠିରେ ରଖି ଆସନ୍ତା ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମଝିଘରିଆଣି ମନ୍ଦିରକୁ ବନ୍ଦ ରଖିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.