ETV Bharat / state

ଖୋଲିଲା ମା’ ମଝିଘରିଆଣିଙ୍କ ଦାନ ହୁଣ୍ଡି: ମିଳିଲା ନଗଦ 75 ଲକ୍ଷ, ସୁନା ଓ ରୂପା - ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣି

ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡି ଖୋଲାଯାଇଛି କଡାସୁରକ୍ଷା ବଳୟରେ । ଦାନହୁଣ୍ଡି ମିଳିଲା 75 ଲକ୍ଷ ସାଙ୍ଗକୁ ୫୪.୩ ଗ୍ରାମ ସୁନା ସହ ୨.୬କିଗ୍ରା ରୂପା । ଅଧିକ ପଢନ୍ତୁ

କଡାସୁରକ୍ଷା ବଳୟରେ ଖୋଲିଲା ମାଁ ମଝିଘରିଆଣିଙ୍କ ଦାନହୁଣ୍ଡି

author img

By

Published : Mar 17, 2022, 11:15 AM IST

ରାୟଗଡା: କଡା ସୁରକ୍ଷା ବଳୟରେ ଗତକାଲି (ବୁଧବାର) ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡି ଖୋଲାଯାଇଛି । ସକାଳ ୮ଘଟିକାରୁ ମନ୍ଦିର ପରିସରରେ ଦାନ ହୁଣ୍ଡି ଖୋଲାଯାଥିଲା । ତେବେ ନିର୍ବାହୀ ମାଜିଷ୍ଟ୍ରେଟ ତଥା ତହସିଲଦାର ତାପସ ରାଉତ ଓ ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକାଙ୍କ ଉପସ୍ଥିତିରେ ଗଣତି କରାଯାଇଛି । ମନ୍ଦିର ଦାନ ହୁଣ୍ଡିରୁ 75 ଲକ୍ଷ ଟଙ୍କା ସାଙ୍ଗକୁ 54.3 ଗ୍ରାମ ସୁନା,2.6 କିଗ୍ରା ରୂପା ଓ 5 ଗୋଟି ୟୁଏସ ଡଲାର ମିଳିଥିବା ଜଣାପଡିଛି ।

କଡାସୁରକ୍ଷା ବଳୟରେ ଖୋଲିଲା ମାଁ ମଝିଘରିଆଣିଙ୍କ ଦାନହୁଣ୍ଡି

ସୂଚନାନୁସାରେ, ଗତ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗଣତି ଜାରି ରହିଥିବାବେଳେ ହୁଣ୍ଡିରୁ ମିଳିଥିବା ଦାନଟଙ୍କାର ହିସାବ ମିଳିବାରେ ଡେରି ହୋଇଥିଲା । ତେବେ ଗତ ସେପ୍ଟେମ୍ବର ମାସରେ ମାଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ 69 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା 5 କିଗ୍ରା ରୂପା ଓ 54ଗ୍ରାମ ସୁନା ହସ୍ତଗତ ହୋଇଥିଲା । ଗତ କାଲି ଦାନଟଙ୍କା ଗଣତିରେ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର କର୍ମକର୍ତ୍ତା, ଜେମ୍ସ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀ ଓ ମନ୍ଦିର କର୍ମକର୍ତ୍ତାମାନେ ସହଯୋଗ କରିଛନ୍ତି ।

ରାୟଗଡା ତଥା ପାଶ୍ୱର୍ସ୍ତ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଦକ୍ଷିଣାଞ୍ଚଳ ରାଜ୍ୟରେ ମାଁଙ୍କ ଶ୍ରଦ୍ଧାଳୁ ଥିବାରୁ ଦୈନିକ ମନ୍ଦିର ପରିସରରେ ଭକ୍ତଙ୍କୁ ସୁଅ ଛୁଟିଥାଏ । ଆଖପାଖରୁ ଆସୁଥିବା ଭକ୍ତ ମାଁଙ୍କ ନିକଟରେ ମନସ୍କାମନା କରିଥାନ୍ତି । ତେବେ ଏହି ମନସ୍କାମନା ପୂରଣ ହେଲେ ମାଙ୍କ ଉଦ୍ଦେଶ୍ୟରେ ଦାନ ହୁଣ୍ଡିରେ ଖୋଲା ହସ୍ତରେ ଦାନ କରିଥାନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.