ରାୟଗଡା: ଏକ ଚୋରି ଘଟଣାରେ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ରାୟଗଡା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ନୟାଗଡ ଜିଲ୍ଲା ହରିହରପୁର ଗାଁର ନିରଞ୍ଜନ ସାହୁ । ଅଭିଯୁକ୍ତ ନିରଞ୍ଜନ ଭାରତ ଫାଇନାନସିଆଲ ଇନକ୍ଲୁଜନ୍ ଲିମିଟେଡ କମ୍ପାନୀରେ କଲେକ୍ସନ ମ୍ୟାନେଜର ଭାବେ ରାୟଗଡାରେ କାର୍ଯ୍ୟ କରି ଆସୁଥିଲେ । ତେବେ କିଛିଦିନ ତଳେ ସେ ବିବାହ କରିଥିବା ବେଳେ ଅର୍ଥାଭାବ ଯୋଗୁଁ ନିଜ ପାଖେ ଥିବା ଗ୍ରାହକଙ୍କ ୧ ଲକ୍ଷ ୯୦ ହଜାର ୨୪୬ନିରଞ୍ଜନ ଟଙ୍କାକୁ କମ୍ପାନୀରେ ଜିମା ଦେଇନଥିଲେ । ଦୁର୍ବତ୍ତଙ୍କ ଠାରୁ ଲୁଟର ଶୀକାର ହୋଇଥିବା ଯୋଜନା କରି ରାୟଗଡା ଥାନାରେ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ ।
ସେହିପରି ତାଙ୍କ ଠାରୁ ୨ଟି ଟ୍ୟାବ, ଗୋଟିଏ ମୋବାଇଲ ଓ ଗୋଟିଏ ବାୟୋମେଟ୍ରିକ ମେସିନ ମଧ୍ୟ ଲୁଟ ହୋଇଥିବା ସେ ଅଭିଯୋଗ କରିଥିଲେ । ତେବେ ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ନିଆଯିବାକୁ କହିବାରୁ ସେ ମନା କରିଥିଲେ । ଯାହାକୁ ନେଇ ପୋଲିସ ସନ୍ଦେହ କରି ଅଧିକ ଜେରା କରିବାରୁ ନିରଞ୍ଜନ ନିଜ ଦୋଷ ସ୍ବୀକାର କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।
ତେବେ ନିରଞ୍ଜନ ରହୁଥିବା ରୟତ କଲୋନୀର ଭଡାଘରୁ ୧ଲକ୍ଷ ୯୦ ହଜାର ୨୬୪ ଟଙ୍କା ଜବତ କରାଯାଇଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ସବୁ ଜବତ କରାଯାଇଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ