ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଅନଶନ, ବନ୍ଦ ଡାକରା ଦେଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

author img

By

Published : Oct 18, 2022, 11:48 AM IST

Updated : Oct 18, 2022, 3:37 PM IST

ରାୟଗଡ଼ା ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଅନଶନକୁ ବିତିଲା ୭ ଦିନ । ଆସନ୍ତାକାଲି ଚକ ଅଖ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘର୍ଷ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଅନଶନ, ବନ୍ଦ ଡାକରା ଦେଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା
ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଅନଶନ, ବନ୍ଦ ଡାକରା ଦେଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ରାୟଗଡ଼ା: ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି ନେଇ ୭ ଦିନରେ ପହଞ୍ଚିଲା ଅନଶନ । ଆସନ୍ତାକାଲି ଚକ ଅଖ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘର୍ଷ ମୋର୍ଚ୍ଚା । ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ପୁଟାସିଂ ଗ୍ରାମରେ ନିର୍ମାଣ ସହିତ ଏନଆରଜିଏସ ଯୋଜନାରେ ସମସ୍ତଙ୍କୁ କାମ ଯୋଗାଇବା, ପ୍ରତି ପରିବାରକୁ ଶ୍ରମକାର୍ଡ ବଣ୍ଟନ, ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଟଙ୍କା ବଣ୍ଟନ, ପ୍ରତି ଗାଁରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ଆଦି ଦାବି କରିଛି ସଂଗଠନ ।

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି କରିଛନ୍ତି ସ୍ଥାନୀୟ ଲୋକେ । ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାନଯାଇ ତୋଇକୁରୁ ଗାଁରେ ନିର୍ମାଣ କରାଯାଇଛି । ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଗତ ୧୦ ତାରିଖ ଠାରୁ ପ୍ରତିବାଦ ସହ ଅନଶନରେ ବସିଛନ୍ତି । ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବିରେ ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଦୀର୍ଘ ୭୫ ବର୍ଷ ପୂର୍ବେ ଏହି ପଞ୍ଚାୟତ ନିର୍ମାଣ ହୋଇଥିବାବେଳେ, ପୁଟାସିଂ ଗ୍ରାମରେ ପଞ୍ଚାୟତ ନିର୍ମାଣ ନକରି ଅନ୍ୟତ୍ର ନିର୍ମାଣ ହୋଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ।

ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟାଳୟ ପୁଟାସିଂ ଗ୍ରାମରେ ନିର୍ମାଣ ପାଇଁ ଦାବି ଜୋର ଧରିଛି । ସେହିଭଳି ଏନଆରଜିଏସ ଯୋଜନାରେ ସମସ୍ତଙ୍କୁ କାମ ଯୋଗାଇବା, ପ୍ରତି ପରିବାରକୁ ଶ୍ରମକାର୍ଡ ବଣ୍ଟନ, ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଟଙ୍କା ବଣ୍ଟନ, ପ୍ରତି ଗାଁରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ଇତ୍ୟାଦି ଦାବି କରିଛି ଆଦିବାସୀ ସଂଘର୍ଷ ମୋର୍ଚ୍ଚା । ସଂଗଠନର ଆବାହକ ତ୍ରିପତି ଗମାଙ୍ଗ ଏହି ଅନଶନର ନେତୃତ୍ବ ନେଉଛନ୍ତି । ତେବେ ଅନଶନକୁ ୭ ଦିନ ବିତିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ କାଲିଠାରୁ ପୁଟାସିଂ, ସାଗଡା, ଦନାନ୍ତରୀ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଚକ ଅଖ ବନ୍ଦର ଡାକରା ଦେଇଛି ଆଦିବାସୀ ସଂଘର୍ଷ ମଞ୍ଚ ।

ଇଟିଭି ଭାରତ, ରାୟଗଡ଼ା

Last Updated : Oct 18, 2022, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.