ETV Bharat / state

ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି, ବନ୍ଦ ପାଳନ କଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା - ରାୟଗଡ଼ା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ରାୟଗଡ଼ା ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି ନେଇ ବନ୍ଦ ପାଳନ । ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଡାକରାରେ ପୁଟାସିଂ, ସାଗଡା ଓ ଦନ୍ତରୀ ଅଞ୍ଚଳରେ ଦୋକାନ ବଜାର ସହ ଚକ ଅଖ ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ

ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି, ସ୍ଥାନୀୟ ଅଞ୍ଚଳରେ ବନ୍ଦ ପାଳନ କଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

author img

By

Published : Oct 18, 2022, 9:08 PM IST

Updated : Oct 18, 2022, 10:23 PM IST

ରାୟଗଡ଼ା: ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି ନେଇ ୮ ଦିନରେ ପହଞ୍ଚିଲାଣି ଆନ୍ଦୋଳନ । ତେବେ ଆଜି ଏନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଡାକରାରେ ପୁଟାସିଂ, ସାଗଡା ଓ ଦନ୍ତରୀ ଅଞ୍ଚଳରେ ଦୋକାନ ବଜାର ସହ ଚକ ଅଖ ବନ୍ଦ ରହିଥିଲା । ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ପୁଟାସିଂ ଗ୍ରାମରେ ନିର୍ମାଣ ସହ ଏନଆରଜିଏସ ଯୋଜନାରେ ସମସ୍ତଙ୍କୁ କାମ ଯୋଗାଇବା, ପ୍ରତି ପରିବାରକୁ ଶ୍ରମକାର୍ଡ ବଣ୍ଟନ, ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଟଙ୍କା ବଣ୍ଟନ, ପ୍ରତି ଗାଁରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ଆଦି ଦାବି କରିଛି ସଂଗଠନ ।

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି କରିଛନ୍ତି ସ୍ଥାନୀୟ ଲୋକେ । ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାନଯାଇ ସେଠାରୁ ୫ କିଲୋମିଟର ଦୂର ତୋଇକୁରୁ ଗାଁରେ ନିର୍ମାଣ କରାଯାଇଛି । ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଗତ ଅକ୍ଟୋବର ୧୦ ତାରିଖ ଠାରୁ ପ୍ରତିବାଦ ସହ ଅନଶନରେ ବସିଛନ୍ତି । ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବିରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି । ଦୀର୍ଘ ୭୫ ବର୍ଷ ପୂର୍ବେ ଏହି ପଞ୍ଚାୟତ ନିର୍ମାଣ ହୋଇଥିବାବେଳେ, ପୁଟାସିଂ ଗ୍ରାମରେ ପଞ୍ଚାୟତ ନିର୍ମାଣ ନକରି ଅନ୍ୟତ୍ର ନିର୍ମାଣ ହୋଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରି ପୁଟାସିଂ, ସାଗଡା ଓ ଦନ୍ତରୀ ଅଞ୍ଚଳରେ ଆଜି ବନ୍ଦ ଡାକରା ଦେଇଥିଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା ।

ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି, ସ୍ଥାନୀୟ ଅଞ୍ଚଳରେ ବନ୍ଦ ପାଳନ କଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସିପିଆଇ ଓ ମଜଦୁର ସଭା ସମର୍ଥନ କରୁଥିବା ବେଳେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ନେତୃତ୍ଵରେ ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବିରେ ଏହି ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କର୍ମୀମାନେ ଭୋର ଛଅଟାରୁ ପୁଟାସିଂ, ସାଗଡା ଓ ଦନ୍ତରୀ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଚକ ଅଖ ବନ୍ଦ କରିଥିଲେ । ଲୋକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ତେବେ ଆନ୍ଦୋଳନ ସ୍ଥଳରେ ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବାସହ ଦାବିପତ୍ର ଗ୍ରହଣ କରିଥିଲେ । ଧୀରେ ଧୀରେ ସେହି ଅଞ୍ଚଳରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଆନ୍ଦୋଳନ ଜୋର ଧରୁଥିବାବେଳେ ଏହାର ସମାଧାନ ନହେଲେ ଆଗକୁ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ଇଟିଭି ଭାରତ, ରାୟଗଡ଼ା

Last Updated : Oct 18, 2022, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.