ରାୟଗଡା: ମୁନିଗୁଡାରେ ନୂତନ ବସ ଷ୍ଟାଣ୍ଡ ଏବଂ ଓଭର ବ୍ରିଜକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟଲୋକେ । ଗତକାଲି(ଗୁରୁବାର) ଜିଲ୍ଲାପାଳଙ୍କ ସିବପଦର ଗସ୍ତ ବେଳେ ବ୍ୟାନର ଲଗାଇ ପ୍ରତିବାଦ କରିଥିଲେ ।
ସୂଚନାଅନୁସାରେ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମା ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇ ଥିବାରୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଲୋକ ସେଠାକୁ ଆସିଥାନ୍ତି । ଦୀର୍ଘ 5 ବର୍ଷ ହେବ ଜନ ସମାଗମ ସହ ଗାଡି ମଟର ମଧ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ମୁନିଗୁଡା ସହର ମଧ୍ୟ ଦେଇ ଯାଇଥିବା ବିଶାଖାପାଟଣା ରାୟପୁର ରାଜପଥରେ ଦୈନିକ ଶହଶହ ଗାଡି ଯାତାୟତ କରୁଛି । ତେବେ ବିକାଶ ପାଇଁ ସରକାର ପୁରୁଣା ବସ ଷ୍ଟାଣ୍ଡକୁ ଭାଙ୍ଗି ସେଠାରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣକୁ ତ୍ୱରାନ୍ୱିତ କରୁଥିବା ବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି । ଓଭର ବ୍ରିଜ ବଦଳରେ ଅଣ୍ଡର ଗ୍ରାଉଣ୍ଡ ରୋଡ଼ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲେକେ । ଗତକାଲି(ଗୁରୁବାର) ଜିଲ୍ଲାପାଳଙ୍କ ସିବପଦର ଗସ୍ତ ବେଳେ ବ୍ୟାନର ଲଗାଇ ପ୍ରତିବାଦ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁନିଗୁଡା ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।
ଇଟିଭି ଭାରତ, ରାୟଗଡା