ETV Bharat / state

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ଏକ ହତ୍ୟାକାଣ୍ଡ ମାମଲାର ବିଚାରକରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡା ଦୌରା ଜଜ୍ କୋର୍ଟ । ଅଧିକ ପଢନ୍ତୁ

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଦୌରା ଜଜ୍ କୋର୍ଟ

author img

By

Published : Aug 28, 2022, 11:00 AM IST

ରାୟଗଡା: ହତ୍ୟାକାଣ୍ଡର ତିନି ବର୍ଷ ପରେ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍ । ଏକ ହତ୍ୟାକାଣ୍ଡ ମାମଲାର ବିଚାରକରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡା ଦୌରା ଜଜ୍ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଦୌରା ଜଜ୍ କୋର୍ଟ

ଗତ ୨୦୧୯ ମସିହା ଫେବୃଆରୀ ୯ ତାରିଖରେ ରାୟଗଡା ଥାନାର କୋଡାପାଡି ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଗ୍ରାମର ସାମିଶି ରାଓ ମିଣିଆକା ତାର ଦାଦା ରୁପ ମିଣିଆକା ଏକ ଆମ୍ବ ତୋଟାରେ ବିଶ୍ରାମ ନେଉଥିଲେ । ସେହି ସମୟରେ ସାମିଶି ରାଓ ମିଣିଆକାଙ୍କୁ ସେହି ଗ୍ରାମର ରାଜୁ ମିଣିଆକା ଟଙ୍ଗିଆ ଧରି ହଠାତ୍ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାମିଶିର ମୃତ୍ୟୁ ହୋଇଥିଲା । ନିକଟରେ ଥିବା ମୃତକଙ୍କ ଦାଦା ଓ କିଛି ଗ୍ରାମବାସୀ ଅଭିଯୁକ୍ତ ରାଜୁକୁ ଧରି ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ରାଜୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଏହି ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ଦାଦା ସମେତ ୫ ଜଣ ପ୍ରତ୍ୟକ୍ଷଦର୍ଶୀ ରହିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜିଲ୍ଲା ଦୌରା ଜଜ୍ କୋର୍ଟ ବିକ୍ରମ କେଶରୀ ପଟ୍ଟନାୟକ ଅଭିଯୁକ୍ତ ରାଜୁ ମିଣିଆକାକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କର ରାୟରେ ପ୍ରକାଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅତିରିକ୍ତ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.