ETV Bharat / state

ଜିଲ୍ଲାରେ ପୃଥକ ପୃଥକ ଭାବେ ନେତା କଲେ ବିଜେଡିର ପଦଯାତ୍ରା - ସରିଲା ବିଜେଡିର ପଦଯାତ୍ରା

ରାୟଗଡ଼ା ଜିଲ୍ଲାରେ ପୃଥକ ପୃଥକ ଭାବେ ବିଜେଡି ନେତା କରିଛନ୍ତି ପଦଯାତ୍ରା । ଶେଷ ଦିନରେ ବହୁ ଦଳୀୟ ନେତା ଓ କର୍ମୀ ପଦଯାତ୍ରାରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

jana sampark padayatra in rayagada
ରାୟଗଡ଼ା ଜିଲ୍ଲାରେ ବିଜେଡିର ପଦଯାତ୍ରା
author img

By ETV Bharat Odisha Team

Published : Oct 11, 2023, 11:04 PM IST

ରାୟଗଡ଼ା ଜିଲ୍ଲାରେ ବିଜେଡିର ପଦଯାତ୍ରା

ରାୟଗଡା: ଜିଲ୍ଲାରେ ପୃଥକ ପୃଥକ ଭାବେ ବିଜେଡି ନେତା କରିଛନ୍ତି ପଦଯାତ୍ରା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଶେଷ ହୋଇଛି । କ୍ରାନ୍ତିକାରୀ ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଏହି ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଆଜି ଜିଲ୍ଲା ସଭାପତି ସୁଧୀର ଦାସଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀର ମା' ମାର୍କମା ମନ୍ଦିରଠାରୁ ଏକ ବିରାଟ ପଦଯାତ୍ରା ଆରମ୍ଭ ହୋଇ ନେତାଜୀ ଛକ ପର୍ଯ୍ୟନ୍ତ ଆସିଥିଲା । ଏହି ପଦଯାତ୍ରାରେ ଆଦୀବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଲା ପରିଷଦ ଚେୟାରମ୍ୟାନ ସରସ୍ବତୀ ମାଝୀଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

ସେହିଭଳି ରାୟଗଡ଼ା ନିର୍ବାଚନମଣ୍ଡଳୀର ରାୟଗଡ଼ାଠାରେ ବିଜେଡ଼ି ପକ୍ଷରୁ ମଧ୍ୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ୧୦ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ରାୟଗଡ଼ା ବସଷ୍ଟାଣ୍ଡଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ରାୟଗଡ଼ା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ତେଜସ୍ୱୀ ପଡ଼ିଆଠାରେ ପଦଯାତ୍ରା ଶେଷ ହୋଇଥିଲା ।

ଏହା ବି ପଢନ୍ତୁ...ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖ କ୍ୟାମ୍ପ

ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାଜ୍ୟ ସମ୍ପାଦକ ଅମୀୟ ସ୍ୱାଇଁ, ଜଗଦୀଶ ପାତ୍ର, ରାୟଗଡ଼ା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ରଞ୍ଜିତ ରାୟ, ଜିଲ୍ଲା ଉପସଭାପତି ବିନାୟକ କର, ସାଧାରଣ ସମ୍ପାଦକ ଏମ.ଗଙ୍ଗାଧର, ବ୍ଲକ ଉପାଧ୍ୟକ୍ଷ ହର ହେପୃକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୂସୟା ମାଝି, ପୌରାଧ୍ୟକ୍ଷ ପି.ମହେଶ ପଟନାୟକ, ଜିଲା ମହିଳା ସଭାନେତ୍ରୀ ଶର୍ମିଷ୍ଠା ପାଢ଼ୀ, ଜିଲା ବିଜେଡ଼ି ଯୁବ ସଭାପତି ଅବିନାଶ ବିଶୋଇ ଓ ବିଜେଡ଼ି ବରିଷ୍ଠ ନେତା, ଯୁବନେତା, ମହିଳା ନେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ । ଆଗାମୀ ଦିନରେ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ଏନ.ଭାସ୍କର ରାଓ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.