ETV Bharat / state

ଶିଶୁକନ୍ୟା ସହ ମହିଳା ମାଓବାଦିର ଆତ୍ମସମର୍ପଣ - rayagada lattest news

ମାଓ ଆତ୍ମସମର୍ପଣରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କଲା ଛତିଶଗଡ଼ ବିଜାପୁର ଜିଲ୍ଲାର ମହିଳା ମାଓବାଦୀ ପାର୍ବତୀ ପାଣ୍ଡ୍ରୁ ଓରଫ ରିଙ୍କି । ଆଗକୁ ପଢନ୍ତୁ...

ମହିଳା ମାଓବାଦିର ଆତ୍ମସମର୍ପଣ
author img

By

Published : Nov 7, 2019, 10:46 PM IST

ରାୟଗଡା: ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ଛତିଶଗଡ଼ ବିଜାପୁର ଜିଲ୍ଲାର ମହିଳା ମାଓବାଦୀ ପାର୍ବତୀ ପାଣ୍ଡ୍ରୁ ଓରଫ ରିଙ୍କି । ସେ ନିଜ ଦୁଇମାସ ଶିଶୁ କନ୍ୟା ସହ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ପାର୍ବତୀ ୨୦୧୧ ମସିହାରୁ ଘୁମୁଷର -ନାଗାବଳୀ -ବାଂଶଧାରା ଡ଼ିଭିଜନ ଅନ୍ତର୍ଗତ ଇନ୍ଦ୍ରାବତୀ ଦଳରେ ପ୍ରଥମେ ଯୋଗଦେଇଥିଲା ।

ସାମ୍ବାଦିକ ସମ୍ମିଳନୀ

ସୂଚନା ଅନୁସାରେ, ପରବର୍ତ୍ତୀ ସମୟରେ ଘୁମୁଷର ଦଳରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଅନେକ ମାଓ ହିଂସାରେ ସମ୍ପୃକ୍ତି ଥିଲା । ଏହାସହ ରାୟଗଡ଼ା ଜିଲ୍ଲାର ୫ ଟି ଏବଂ କଳାହାଣ୍ଡି ଜିଲ୍ଲାର ୩ ଟି ପ୍ରମୁଖ ମାଓ ଘଟଣାରେ ଜଡ଼ିତ ଥିଲା ।

ଏଗୁଡ଼ିକ ମଧରୁ ୨୦୧୩ ସେପ୍ଟେମ୍ବର ୧୧ ତାରିଖରେ ରାୟଗଡ଼ା ଜିଲ୍ଲାର କାଡ୍ରାକାବଣ୍ଡଲି ଠାରେ ପୁଲିସ ସହ ଗୁଳିବିନିମୟ, ୨୦୧୪ ଜାନୁୟାରୀ 31ରେ ଧାମଣପଙ୍ଗାରେ ଗୁଳିବିନିମୟ ଓ ଡ଼ଙ୍ଗାମାଟିରେ ମଧ୍ୟ ପୁଲିସ ସହ ଗୁଳିବିନିମୟ ଘଟଣାରେ ସମ୍ପୃକ୍ତ ଥିଲା ସେ । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମଙ୍କୁ ସୂଚନା ଦେଇଛନ୍ତି ।

ସେହିପରି ୧୮ ମାର୍ଚ୍ଚ 2016ରେ ରାୟଗଡ଼ା ଜିଲ୍ଲା ନିୟମଗିରି ପାଦଦେଶରେ ଏସଓଜି ଟିମ ଉପରେ ଆକ୍ରମଣ, ୯ ଏପ୍ରିଲ ୨୦୧୮ରେ ସେହି ନିୟମଗିରି ପାହାଡ଼ର ଶକଟା ନିକଟରେ ଡ଼ିଭିଏଫ ଯବାନଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ପାହାଡ଼ପଦର ଠାରେ ରାଜେନ୍ଦ୍ର ସାହୁଙ୍କୁ ହତ୍ୟା ଓ ସେହିଦିନ ବୁଡ଼ୁପଦର ଠାରେ ଭୀମ ଦୋରାଙ୍କୁ ହତ୍ୟା ସମେତ ୨୪ ତାରିଖରେ ପୁଣି କଳାହାଣ୍ଡି ଜିଲ୍ଲାର ବିଜାପୁର ଥାନା ଅନ୍ତର୍ଗତ ରାହୁଳାଡ଼ିମିରି ଠାରେ ପୁଲିସ ସହ ଗୁଳି ବିନିମୟ ଘଟଣାରେ ପାର୍ବତୀ ଜଡିତ ଥିବା ଏସପି କହିଛନ୍ତି ।

ତେବେ ସେ ମାଓ ସଙ୍ଗଠନ ବାଘୁନା ଡ଼ିଭିଜନର ଏସିଏମ୍ ରାଜୁଙ୍କୁ ବିବାହ କରିବା ପରେ ଗତ ଦୁଇ ମାସ ତଳେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ । ପାର୍ବତୀଙ୍କ କହିବା ଅନୁସାରେ, ମହିଳା ନକ୍ସଲ ଗର୍ଭବତୀ ହେବା ପରେ ପରିତ୍ୟକ୍ତ ଭାବେ ଛାଡ଼ିଦେବା, ଆଦିବାସୀଙ୍କ ସ୍ବାର୍ଥପାଇଁ କିଛି ନକରିବା, ଲିଙ୍ଗଗତ ଭେଦଭାବ ବୃଦ୍ଧି ପାଇଥିଲା । ମାଓ ସଙ୍ଗଠନରେ ମହିଳାଙ୍କୁ ନିଜ ମତ ଉପସ୍ଥାପନ କରିବା ଅଧିକାରରୁ ବଞ୍ଚିତ କରିବା ଏବଂ ମହିଳା ମାଓବାଦୀଙ୍କୁ ସୁରକ୍ଷା ମିଳୁନଥିବା କାରଣରୁ ପାର୍ବତୀ ସଙ୍ଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଶିଶୁ କନ୍ୟା ସହ ଛତିଶଗଡ଼ି ମହିଲା ମାଓବାଦିର ଆତ୍ମ ସମର୍ପଣBody:ରାୟଗଡ଼ା ପୁଲିସକୁ ଆଉ ଏକପାଦ ସଫଳ ମିଳିଛି । ନକ୍ସଲଙ୍କ ମୁଖ୍ୟ ତ୍ସୋତରେ ସାଲି ପ୍ରକ୍ରିୟାରେ ଆଉ ଏକଫର୍ଦ ଯୋଡ଼ି ହୋଇଛି ରିଙ୍କିଙ୍କ ଆତ୍ମସମର୍ପଣରୁ । ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି ଛତିଶଗଡ଼ ବିଜାପୁର ଜିଲ୍ଲାର ମହିଳା ମାଓବାଦୀ ପାବଁତୀ ପାଣ୍ଡ୍ରୁ ଓରଫ ରିଙ୍କି । ସେ ନିଜ ଦୁଇମାସ ଶିଶୁ କନ୍ୟା ସହ ରାୟଗଡ଼ା ଏସପିଙ୍କ ନିକଟରେ କରିଛି ଆତ୍ମ ସମର୍ପଣ । ପାରର୍ବତୀ ୨୦୧୧ ମସିହାରୁ ଘୁମୁଷର -ନାଗାବଳୀ -ବାଶଧାରା ଡ଼ିଭିଜନ ଅନ୍ତର୍ଗତ ଇନ୍ଦ୍ରାବତୀ ଦଳମ୍ରେ ପ୍ରଥମେ ଯୋଗଦେବା ପରେ ପରବର୍ତୀ ମୁହୁର୍ତରେ ଘୁମୁଷର ଦଳରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଅନେକ ମାଓ ହିଂସାରେ ସମ୍ପୃକ୍ତି ଥିବା ବେଳେ ରାୟଗଡ଼ା ଜିଲ୍ଲାର ୫ ଟି ଏବଂ କଳାହାଣ୍ଡି ଜିଲ୍ଲାର ୩ ଟି ପ୍ରମୁଖ ମାଓ ଘଟଣାରେ ଜଡ଼ିତ ଥିଲେ । ଏଗୁଡ଼ିକ ମଧରୁ ୧୧-୯-୨୦୧୩ ରେ ରାୟଗଡ଼ା ଜିଲ୍ଲାର କାଡ଼୍ରାକାବଣ୍ଡଲି ଠାରେ ପୁଲିସ ସହ ଗୁଳିବିନିମୟ , ୩୧-୧-୨୦୧୪ ରେ ଧାମଣପଙ୍ଗା ରେ ଗୁଳିବିନିମୟ ଓ ଡ଼ଙ୍ଗାମାଟିରେ ମଧ୍ୟ ପୁଲିସ ସହ ଗୁଳିବିନିମୟ ଘଟଣାରେ ଜଡ଼ିତ ଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ସୁଚନା ଦେଇଛିନ୍ତି । ସେହିପରି ୧୮ -୩-୧୬ ରେ ରାୟଗଡ଼ା ଜିଲ୍ଲା ନିୟମଗିରି ପାଦଦେଶରେ ଏସଓଜି ଟିମ ଉପରେ ଆକ୍ରମଣ , ୯-୪-୨୦୧୮ ରେ ସେହି ନିୟମଗିରି ପାହାଡ଼ର ଶକଟା ନିକଟରେ ଡ଼ିଭିଏଫ ଜବାନଙ୍କୁ ବିଷ୍ପରଣ କରି ହତ୍ୟା ଏବଂ କଳାହାଣ୍ଡି ଜିଲ୍ଲାର ଜୁଲାଇ ୨୦୧୯ ମସିହାର ୨୧ ତାରିଖରେ ପାହାଡ଼ପଦର ଠାରେ ରାଜେନ୍ଦ୍ର ସାହୁଙ୍କୁ ହତ୍ୟା ଓ ସେହିଦିନ ବୁଡ଼ୁପଦର ଠାରେ ଭିମ ଦୋରାଙ୍କୁ ହତ୍ୟା ସମେତ ୨୪ ତାରିଖରେ ପୁଣି କଳାହାଣ୍ଡି ଜିଲ୍ଲାର ବିଜାପୁର ଥାନା ଅନ୍ତର୍ଗତ ରାହୁଳାଡ଼ିମିରି ଠାରେ ପୁଲିସ ସହ ଗୁଳି ବିନିମୟ ଘଟଣାରେ ପାର୍ବତୀ ଜଡ଼ି ଥିବା ଏସପି କହିଛନ୍ତି । ତେବେ ସେ ମାଓ ସଙ୍ଗଠନ ବାଘୁନା ଡ଼ିଭିଜନର ଏସିଏମ୍ ରାଜୁଙ୍କୁ ବିବାହ କରିବା ପରେ ଗତ ଦୁଇ ମାସ ତଳେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ । ପାର୍ବତିଙ୍କ କହିବା ହେଲା ମହିଳା ନକ୍ସଲ ଗର୍ଭବତୀ ହେବା ପରେ ପରିତ୍ୟକ୍ତ ଭାବେ ଛାଡ଼ିଦେବା , ଆଦିବାସୀଙ୍କ ସ୍ୱାର୍ଥପାଇଁ କିଛି ନ କରିବା , ଲିଙ୍ଗଗତ ବୈଶମ୍ୟ ବୃଦ୍ଧି ଫଳରେ ମାଓ ସଂଙ୍ଗଠନରେ ମହିଳାଙ୍କୁ କହିବାର ଅଧିକାର ନମିଳିବା ଏବଂ ନିଜ ମତ ଉପସ୍ଥାପନ କରିବା ଅଧିକାରରୁ ବଚିଂତ ଓ ମହିଲା ମାଓବାଦୀଙ୍କ ସୁରକ୍ଷା ମିଳୁନଥିବା କାରଣରୁ ପାର୍ବତୀ ମାଓସଙ୍ଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ।
Conclusion:ଶିଶୁ କନ୍ୟା ସହ ଛତିଶଗଡ଼ି ମହିଲା ମାଓବାଦିର ଆତ୍ମ ସମର୍ପଣ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.