ETV Bharat / state

Ground Report: ଜିଲ୍ଲା ଗଠନକୁ 30ବର୍ଷ ପରେ ବି ରାୟଗଡାର ଦୁର୍ଗମ ଅଞ୍ଚଳରେ ବାଟବଣା ବିକାଶ, ଖଟିଆରେ ନଦୀ ପାର୍ ହେଉଛନ୍ତି ରୋଗୀ

author img

By

Published : Nov 5, 2022, 4:30 PM IST

Updated : Nov 5, 2022, 4:48 PM IST

ବିକାଶ ଅପେକ୍ଷାରେ ରାୟଗଡା ସଦର ବ୍ଲକର ୧୮ ଖଣ୍ଡ ଗାଁ । ପକ୍କା ରାସ୍ତାଟିଏ ନଥିବାରୁ ଖଟିଆରେ ଉଛୁଳା ନଦୀ ପାର ହେଉଛନ୍ତି ରୋଗୀ । ଶିକ୍ଷାଠୁ ଆରମ୍ଭ କରି ଗମନାଗମନ ଓ ସ୍ବାସ୍ଥ୍ୟସେବା ଯାଏଁ ପ୍ରତ୍ୟେକ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଅଧିକ ପଢନ୍ତୁ

ରାୟଗଡାର ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶ, ଖଟିଆରେ ନଦୀ ପାର୍ ହେଉଛନ୍ତି ରୋଗୀ

ରାୟଗଡା: ରାୟଗଡା ଜିଲ୍ଲା ଗଠନର ୩୦ ବର୍ଷ ପରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ବିକାଶର ଗାଡି । ବର୍ଷ ବର୍ଷ ଧରି ଗମନାଗମନ ଠାରୁ ଆରମ୍ଭ କରି ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାସ୍ତାଘାଟ ଅଭାବରୁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ନଦୀ ପାର୍ ହେବାକୁ ପୋଲଟିଏ ନାହିଁ । ତେଣୁ ଭରା ନଦୀରେ ଖଟିଆରେ ରୋଗୀ ବୁହା ହେବା ଏଠାରେ ନିତିଦିନିଆ ଘଟଣା ହୋଇଛି । ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଟଶେଷ ଖାଲ, ହାଲୁଆ ଓ କେରେଡା ପଞ୍ଚାୟତର ଥିବା ୧୮ ଖଣ୍ଡ ଗାଁରେ ଦେଖିବାକୁ ମିଳିଛି ବିକାଶର ଏଭଳି ନଗ୍ନଚିତ୍ର ।

ରାୟଗଡାର ଦୁର୍ଗମ ଅଞ୍ଚଳରେ ବାଟବଣା ବିକାଶ

ରାୟଗଡା ଜିଲ୍ଲାର ନାଗାବଳୀ ନଦୀ ଆରପାଖରେ ତିନୋଟି ପଞ୍ଚାୟତର ଖିଲମିସଗୁଡା, ରାଣାଗୁଡା, କେରାଣ୍ଡି, ଲୁମ୍ବେସୁ, କାଷଡା, ତାରମ ଇତ୍ୟାଦି ୧୮ଟି ଗ୍ରାମ ଅବସ୍ଥିତ । ଏହି ଗ୍ରାମଗୁଡିକରେ ବିକଶ ସାତ ସପନ । କେଉଁ ଗାଁକୁ ରାସ୍ତା ଖଣ୍ଡେ ନାହିଁ ତ ପୁଣି କେଉଁଠି ଅପହଞ୍ଚ ପାଲଟିଛି ସ୍ବାସ୍ଥ୍ୟସେବା । ଦେହ ଖରାପ ହେଲେ ରୋଗୀଙ୍କୁ ଖଟିଆ ନଦୀ ପାର କରି ମେଡିକାଲ ନିଆଯାଉଛି । ତେଣୁ ଏଠାରେ ଗର୍ଭବତୀ ମହିଳାଙ୍କ ଅବସ୍ଥା ନ କହିବା ଭଲ । ଗାଁର ବୈଦ୍ୟ ଓ ଝଡାଫୁଙ୍କା ଭରସାରେ ଜୀବନ ବିତାଉଛନ୍ତି ଲୋକେ ।

ଦୀର୍ଘ ୩୦ ବର୍ଷ ତଳେ ଏହିସବୁ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସରକାର କେରେଡା ପଞ୍ଚାୟତର ଖିଲିମିସଗୁଡାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ହେଲେ ପ୍ରତିଷ୍ଠାର ମାସକ ମଧ୍ୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲିଥିଲା । ଏହାର କର୍ମଚାରୀଙ୍କୁ ନିକଟସ୍ଥ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୁମ୍ଭିକୋଟା ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ତେଣୁ ଏଠି ଯେ କେବେ ଗୋଟିଏ ଡାକ୍ତରଖାନା ଥିଲା ତାହା ବର୍ତ୍ତମାନର ଯୁବପିଢି ଜାଣନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବଡକଥା ହେଉଛି, ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ମୁଖ୍ୟ ରାସ୍ତାର ଅପରପାର୍ଶ୍ବରେ ଥିବା ଗାଁର ଦୃଶ୍ୟ ଯଦି ଏମିତି, ତେବେ ଦୁର୍ଗମ ଅଞ୍ଚଳର ଚିତ୍ର କିଭଳି ଥିବ ଏଥିରୁ ସ୍ପଷ୍ଟ ଅନୁମେୟ ।

ଏହାମଧ୍ୟ ପଢନ୍ତୁ: Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ

ଅନ୍ୟପଟେ ସରକାରୀ ନଥିପତ୍ରରେ ଏବେମଧ୍ୟ ଖିଲିମିସଗୁଡା ଠାରେ ଏକ ମେଡିକାଲ ରହିଥିବା ସ୍ଵୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ ମୋହନ ରାଉତରାୟ । ସେ କହିଛନ୍ତି, ''ଖିଲିମିସିଗୁଡାରେ ଡାକ୍ତରଖାନା ରହିଛି, କିନ୍ତୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନାହିଁ । ଫଳରେ ସେଠିକାର ରୋଗୀଙ୍କୁ ନିକଟସ୍ଥ ଜେମାଦେଇପେଣ୍ଠ ଠାରେ ଚିକିତ୍ସା କରାଯାଉଛି ।'' ତେବେ ଆଗକୁ କେମିତି ଏହି ସ୍ଵାସ୍ଥ୍ୟକେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Nov 5, 2022, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.