ETV Bharat / state

ବାଇପାସ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ଦ୍ରୀଙ୍କୁ ଦାବି ଜଣାଇଲେ କୋରାପୁଟ ସାଂସଦ - Koraput MP has demanded

ସଂସଦରେ ପ୍ରଶ୍ନକାଳ ସମୟରେ ପ୍ରସଙ୍ଗ ଉଠାଇବା ପରେ ସାଂସଦ ଶ୍ରୀ ଉଲ୍ଲାକା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ସହ ମିଶି ଆଲୋଚନା କରିଥିବା ଜଣାପଡିଛି । ବୋରିଗୁମ୍ମା ଠାରୁ ଜୟପୁର, କୋରାପୁଟ ପଟାଙ୍ଗି ସୁଙ୍କି ଦେଇ ଯାଇଥିବା ଜାତୀୟ ୨୬ ନମ୍ବର ରାଜପଥ ମରଣଯନ୍ତା ପାଲଟିଛି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ଦ୍ରୀଙ୍କୁ ଦାବି ଜଣାଇଲେ କୋରାପୁଟ ସାଂସଦ

author img

By

Published : Oct 30, 2020, 6:55 AM IST

ରାୟଗଡା: ଜାତୀୟ ରାଜପଥ ଉନ୍ନତିକରଣରେ ବାଇପାସ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ଦ୍ରୀଙ୍କୁ ଦାବି ଦୋହରାଇଲେ କୋରାପୁଟ ସଂ।ସଦ । ରାୟଗଡା ଓ କୋରାପୁଟ ଆଦିବାସୀ ବହୁଳ ଜିଲ୍ଲା ସବୁବେଳେ ଅବହେଳିତ ହେଉଛି । ଗମନାଗମ କ୍ଷେତ୍ରରେ ପଛରେ ପଡିଛି । ତେଣୁ ଏହି ଜିଲ୍ଲାରେ ପ୍ରମୁଖ ୨୬ନଂ ଓ ୩୨୬ ନଂ ଜାତୀୟ ରାଜପଥ ଦୀର୍ଘଦିନରୁ ମରାମତି କାମ ନହେବାରୁ ଏବେ ଦୈନିକ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।

ତେଣୁ ପ୍ରତିଦିନ ସଡକ ଦୁର୍ଘଟଣା ଯୋଗୁଁ ଲୋକଙ୍କ ପ୍ରାଣହାନୀ ଘଟୁଛି । ତେଣୁ ଉକ୍ତ ରାଜପଥକୁ ଉନ୍ନତିକରଣ ତଥା କୋରାପୁଟ, ଜୟପୁର, କାକିରିଗୁମ୍ମା ଓ ରାୟଗଡା ସହରରେ ତୁରନ୍ତ ବାଇପାସ ନିର୍ମାଣ କରିବାକୁ ସାଂସଦ ସପ୍ତଗିରି ଉଲ୍ଲାକା କେନ୍ଦ୍ର ପରିବହନମନ୍ତ୍ରୀ ଶ୍ରୀ ନିତିନ ଗଡକରିଙ୍କୁ ଭେଟି ଦାବି ଦୋହରାଇଛନ୍ତି ।

ସଂସଦରେ ପ୍ରଶ୍ନକାଳ ସମୟରେ ପ୍ରସଙ୍ଗ ଉଠାଇବା ପରେ ସାଂସଦ ଶ୍ରୀ ଉଲ୍ଲାକା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ମିଶି ଆଲୋଚନା କରିଥିବା ଜଣାପଡିଛି । ବୋରିଗୁମ୍ମା ଠାରୁ ଜୟପୁର, କୋରାପୁଟ ପଟାଙ୍ଗି ସୁଙ୍କି ଦେଇ ଯାଇଥିବା ଜାତୀୟ ୨୬ ନମ୍ବର ରାଜପଥ ମରଣ ଯନ୍ତା ପାଲଟିଛି ।

ସେହିପରି ରାୟଗଡାରୁ ଆସିକା ଭାୟା ଗୁମୁଡା, ଅଡବା, ମୋହନା ହୋଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟ ମୁକୁନ୍ଦପୁର ଘାଟିଠାରେ ଅତି କଚ୍ଚପଗତିରେ ଚାଲିଥିବାରୁ ଲୋକେ ନାନା ସମସ୍ୟାରେ ପଡ଼ୁଥିବା ସାଂସଦ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ରାୟଗଡା ସହରରେ ବାଇପାସ ନିର୍ମାଣ କାମ, କୋରାପୁଟ, ଜୟପୁର ଓ କାକିରିଗୁମ୍ମା ଠାରେ ତୁରନ୍ତ ବାଇପାସ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସାଂସଦ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ କୋଲାବ ଜଳାଶୟରେ ୧୨୦୦ ମିଟର ପ୍ରସସ୍ତ ରାସ୍ତା ସିନ୍ଧିପୁର ଠାରେ ନିର୍ମାଣ ଓ ରାୟଗଡା ଜିଲ୍ଲାରେ ଶିଳ୍ପ କରିଡର ଭାବେ ବ୍ୟବହୃତ ଭବାନିପାଟଣା, ମୁନିଗୁଡା, ବିଷମକଟକ ଏବଂ ରାୟଗଡା ସହର ହୋଇ ପାର୍ବତିପୁରମକୁ ଲମ୍ବି ଥିବା ରାଜରାସ୍ତାକୁ ଜାତୀୟ ରାଜପଥ ରୂପେ ଘୋଷଣା କରିବାକୁ ସାଂସଦ ଶ୍ରୀ ଉଲ୍ଲାକା ଦାବି ଜଣାଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.