ETV Bharat / state

2 ଦିନ ବର୍ଷାରେ ଧୋଇଗଲା ଅସ୍ଥାୟୀ ମାଟି ପୋଲ, ଜଳବନ୍ଦୀ 20 ହଜାର - କଲ୍ୟାଣସିଂହପୁର ପୋଲ ଭାସିଗଲା

ଗତ ଦୁଇଦିନ ଧରି ଉପର ମୁଣ୍ଡରେ ଝିପି ଝିପି ବର୍ଷା ଯୋଗୁଁ ପାରସାଲି ଏବଂ କଲ୍ୟାଣସିଂହପୁରକୁ ସଂଯୋଗ କରୁଥିବା କଲ୍ୟାଣୀ ନଦୀ ଉପର ଅସ୍ଥାୟୀ ପୋଲ ଭାସି ଯାଇଛି । ଫଳରେ ନଦୀ ଆରପାରି ଥିବା ୬ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକେ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଜଳବନ୍ଦୀ ଜୀବନ ବିତେଇବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।

2 ଦିନ ବର୍ଷାରେ ଧୋଇଗଲା ଅସ୍ଥାୟୀ ମାଟି ପୋଲ,  ଜଳବନ୍ଦୀରେ 20 ହଜାର ଲୋକ

author img

By

Published : Jul 15, 2020, 7:58 PM IST

ରାୟଗଡା: ଗତ ଦୁଇଦିନ ଧରି ଉପର ମୁଣ୍ଡରେ ଝିପି ଝିପି ବର୍ଷା ଯୋଗୁଁ ପାରସାଲି ଏବଂ କଲ୍ୟାଣସିଂହପୁରକୁ ସଂଯୋଗ କରୁଥିବା କଲ୍ୟାଣୀ ନଦୀ ଉପର ଅସ୍ଥାୟୀ ପୋଲ ଭାସି ଯାଇଛି । ଫଳରେ ନଦୀ ଆରପାରି ଥିବା ୬ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକେ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଜଳବନ୍ଦୀ ଜୀବନ ବିତେଇବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।

2 ଦିନ ବର୍ଷାରେ ଧୋଇଗଲା ଅସ୍ଥାୟୀ ମାଟି ପୋଲ, ଜଳବନ୍ଦୀରେ 20 ହଜାର ଲୋକ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁ ବ୍ଲକ ସଦର ମହକୁମା ଦେଇ ବହିଯାଉଛି କଲ୍ୟାଣି ଏବଂ ନାଗାବଳୀ ନଦୀ । ଭୌଗୋଳିକ ଚିତ୍ର ଅନୁଯାୟୀ ବ୍ଲକ ସଦର ମହକୁମାଟି ଦ୍ବିପାଞ୍ଚଳ ଭାବେ ରହିଛି । ଏହାର ଚାରି ପଟେ ଦୁଇ ନଦୀ ସାଜିଛନ୍ତି ଶିମା ସରହଦ । ତେବେ ବିଗତ ୧୬ ଜୁଲାଇ ୨୦୧୭ ମସିହାରେ କଳାହାଣ୍ଡି ଏବଂ ନିୟମଗିରି ପାହାଡ଼ରେ ବାଦଲ ଫଟା ବର୍ଷା ହେବା ଫଳରେ କଲ୍ୟାଣି ସେତୁ ସମେତ 6 ଟି ସେତୁ ଧୋଇ ହୋଇଯାଇଥିଲା । ଫଳରେ କଲ୍ୟାଣସିଂହପୁର ସଦର ପଞ୍ଚାୟତ ସମେତ ପାରସାଲି, କନ୍ଧକାତିପାଡ଼ୁ, ପୋଲମା, ପୂଜାରୀଗୁଡ଼ା ଏବଂ ସୁନାଖଣ୍ଡି ସମ୍ପୁର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିଲା ।

ତେବେ ଏହି 6 ଟି ପଞ୍ଚାୟତବାସୀଙ୍କ ତେଲ ଲୁଣ ଦୁନିଆ ସାଙ୍ଗକୁ ସ୍ବାସ୍ଥ୍ୟ ସେବା ପାଇଁ କଲ୍ୟାଣସିଂହପୁର ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଏବେ ଏହି ଅସ୍ତାୟୀ ପୋଲ ଭାଙ୍ଗିଯିବା ଯିବା ଦ୍ବାରା ପୁଣି ଲୋକଙ୍କ ଅବସ୍ଥା ଯଥା ପୁର୍ବମ ତଥା ପରମରେ ରହିଯାଇଛି । ଗତକାଲିଠାରୁ ନିୟମଗିରି ପାହାଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କଲ୍ୟାଣୀ ନଦୀରେ ବନ୍ୟା ଆସି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଭାସି ଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.