ETV Bharat / state

ଆଶ୍ରମ ସ୍କୁଲ ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ବିତ - class one student dies in school

ଷଷ୍ଠ ଶ୍ରେଣୀ ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷକ ସମେତ ଦୁଇ ନିଲମ୍ବନ । ଅଧିକ ପଢନ୍ତୁ

school-student-dies-in-rayagada-teachers-are-suspended
ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁ, ପ୍ରଧାନ ଶିକ୍ଷକ ସମେତ ଦୁଇ ନିଲମ୍ବନ
author img

By

Published : Aug 26, 2022, 9:38 AM IST

ରାୟଗଡା: ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣା (Class 1 student dies after alleged attack) । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ ସ୍ଵଧା ଦେବ ସିଂ । ଜୁରୁଡ଼ି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ ନିଶାଲ ଏବଂ ସହକାରୀ ଶିକ୍ଷକ ଅଶୋକ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଘଟଣା ଘଟିଥିଲା ଗତ 15 ତାରିଖରେ । ଏହି ଘଟଣାକୁ ନେଇ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଥିଲା ।

ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁ, ପ୍ରଧାନ ଶିକ୍ଷକ ସମେତ ଦୁଇ ନିଲମ୍ବନ

ଏହାମଧ୍ୟ ପଢନ୍ତୁ: ଛାତ୍ର ମାଡ଼ରେ ଛାତ୍ରର ମୃତ୍ୟୁ, ଶିକ୍ଷକଙ୍କ ଅବହେଳା ନେଇ ଅଭିଯୋଗ କଲେ ପରିବାର

ସୂଚନା ଅନୁସାରେ, ଗତ ଅଗଷ୍ଟ 15 ତାରିଖ ଦିନ କୋଲନରା ବ୍ଲକ ଜୁରୁଡି ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ନାବାଳକ ଛାତ୍ରର ମାଡ଼ରେ ପ୍ରଥମ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଥିଲା । ଏନେଇ ଶିକ୍ଷକଙ୍କ ଅବହେଳା ଅଭିଯୋଗ ଆଣିଥିଲେ ପରିବାରଲୋକେ । ପରିବାର ଲୋକଙ୍କ ଅଭିଯୋଗ ସାଙ୍ଗକୁ ଜିଲ୍ଲା ପ୍ରଶାସନର ପ୍ରାଥମିକ ତଦନ୍ତ ପରେ ନିଜ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏହିଭଳି କାଣ୍ଡ ଘଟିଥିବା ଦର୍ଶାଇ ସେହି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ ନିଶାଲ ଏବଂ ସହକାରୀ ଶିକ୍ଷକ ଅଶୋକ ପାଣିଗ୍ରାହୀଙ୍କୁ ଜିଲ୍ଲାପାଳ ସ୍ଵଧା ଦେବ ସିଂ ନିଲମ୍ବନ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.