ETV Bharat / state

ଜୋର ଧରିଲା ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି

author img

By

Published : Dec 29, 2022, 12:02 PM IST

ଦୀର୍ଘ ଦୁଇ ଦଶନ୍ଧି ଧରି ଆଦିବାସୀ ମାନ୍ୟତା ପାଇଁ ଚାଲିଛି ସଂଘର୍ଷ । ତଥାପି ଝୋଡିଆ ସମ୍ପ୍ରଦାୟକୁ ମିଳୁନି ଆଦିବାସୀର ମାନ୍ୟତା । ଅଧିକ ପଢ଼ନ୍ତୁ

Jhodia community
ଝୋଡିଆ ସମ୍ପ୍ରଦାୟକୁ ନେଇ ବିକ୍ଷୋଭ

ଝୋଡିଆ ସମ୍ପ୍ରଦାୟକୁ ନେଇ ବିକ୍ଷୋଭ

ରାୟଗଡ଼ା: ଝୋଡିଆ ଭଳି ଅନେକ ଜାତିକୁ ଆଦିବାସୀର ମାନ୍ୟତା ଦେବାକୁ ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ । ଏନେଇ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଗତକାଲି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନାନୁସାରେ ଓଡ଼ିଶାରେ ବସବାସ କରୁଥିବା ଝୋଡିଆ ଭଳି ଅନେକ ଜାତିକୁ ଆଦିବାସୀର ମାନ୍ୟତା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । 160 ଗୋଟି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ କରୁନାହିଁ । ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏହା ପ୍ରତିବାଦରେ ଗତକାଲି ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଓଡିଶା ରାଜ୍ୟପ୍ରତି ବୈମାତୃକ ମନୋବୃତ୍ତି ପରିଚୟ ଦେଉଥିବା ଅଭିଯୋଗ କରିବାସହ ତୁରନ୍ତ 160 ଗୋଟି ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ବିଜେଡ଼ି । ଏହି ପରିପ୍ରେକ୍ଷୀରେ ଶତାଧିକ ବିଜେଡି କର୍ମୀମାନେ ଏକ ବିରାଟ ରାଲିରେ ଆସି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏ ସମ୍ପର୍କରେ ରାୟଗଡ଼ା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ କହିଛନ୍ତି, ''160 ଗୋଟି ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ସରକାର ଅନୁମୋଦନ ଦେଇଛନ୍ତି । ହେଲେ ବିଜେପି ଶାସିତ କେନ୍ଦ୍ର ସରକାର ଏଥିରେ ଅଣଦେଖା କରିଛନ୍ତି । ଯାହାକୁ ନେଇ ଜନଜାତି ସମ୍ପ୍ରଦାୟ ଭିତରେ ଏକ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗତକାଲି ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଓ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ କରିଛୁ । ତେଣୁ ଏଥର ଯଦି ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦିଆ ନଯାଏ ତେବେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ।''

ଏ ସମ୍ପର୍କରେ ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି '' ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନର ଉନ୍ନତି ପାଇଁ ସବୁ ସ୍ତରରେ ପ୍ରୟାସ କରୁଛନ୍ତି । ହେଲେ ଏବେ ବି ରାୟଗଡ଼ାରେ ଅନେକ ଲୋକ ଅଛନ୍ତି ଯେଉଁମାନେ କଳା, ସଂସ୍କୃତି ବିଷୟରେ ଜାଣିନାହାଁନ୍ତି । ଖାଲି ସେତିକି ନୁହଁ ଏଠି ଝୋଡ଼ିଆ ସମ୍ପ୍ରଦାୟ ଭଳି ଜାତି କମାର, ଲୌହରା ଭଳି ଅନେକ ଜାତିର ଭାଷା, ସଂସ୍କୃତି, ପରମ୍ପରା ସବୁ କିଛି ଆଦିବାସୀ ଭଳିଆ । ହେଲେ ସେମାନେ ନିଜ ଜାତିରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କୁ ଆଦିବାସୀର ମାନ୍ୟତା ଦିଆଯାଉ । ଏନେଇ ଟ୍ରାଇବାଲ ଆଡଭାଇଜର କମିଟି ପକ୍ଷରୁ ଏକ ଦାବିପତ୍ର କେନ୍ଦ୍ରକୁ ମଧ୍ୟ ପଠାଯାଇଛି । ହେଲେ କେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ତାହାକୁ ଚପା ହୋଇ ରଖାଯାଇଛି । ଏଣୁ ଆମର ଯେତେ ବି ସମ୍ପ୍ରଦାୟ ଅଛନ୍ତି ଅର୍ଥାତ ଆଦିବାସୀ ଜାତିର ଅଛନ୍ତି ସେମାନଙ୍କୁ ସେମାନଙ୍କ ହକ୍ ଦିଆଯାଉ ।"

ସୂଚନାନୁସାରେ ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ନେଇ ଅନେକ ଥର ଦାବି ଉଠିଲାଣି । ଏନେଇ ରାଜ୍ୟସରକାର ମଧ୍ୟ ଅନୁମୋଦନ କରିଛନ୍ତି । ତଥାପି ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହେଲାନି କେନ୍ଦ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ଆଦିବାସୀ ମାନ୍ୟତା ପାଇଁ ଚାଲିଛି ସଂଘର୍ଷ । ତଥାପି ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ମିଳୁନି । ଏ ନେଇ ବହୁ ଯୁକ୍ତି ଉପସ୍ଥାପନ କରାଯାଇଛି । ହେଲେ ଫଳ ଶୂନ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.