ETV Bharat / state

ଝାଡଖଣ୍ଡ ଝିଅକୁ ଧୋକା ଦେଲା ଓଡିଆ ପୁଅ, ପ୍ରେମିକ ଘର ସାମନାରେ ଧାରଣାରେ ପରିବାର - ପ୍ରେମ

ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ପ୍ରତାରଣାର ଶିକାର ହୋଇଥିବା ପ୍ରେମିକା ବାଧ୍ୟ ହୋଇ ପ୍ରେମିକ ଘର ଆଗରେ ଧାରଣା ଦେଇଛି । ଏହାକୁ ନେଇ ଥାନାରେ ମୀମାଂସା ବଦଳରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା
author img

By

Published : Sep 1, 2019, 11:24 PM IST

ରାୟଗଡା: ‘ମୁଁ ଜଣେ ଗରିବ । ଏଠି 17 ଦିନ ଧରି ଝିଅକୁ ନ୍ୟାୟ ଦେବା ପାଇଁ ଚେଷ୍ଟା କଲି । କିନ୍ତୁ ପାରିଲି ନାହିଁ , ତେଣୁ ମୋତେ ଝିଅକୁ ନେଇ ଗାଁକୁ ଯିବାକୁ ଦିଅନ୍ତୁ’ ବୋଲି କୋହଭରା କଣ୍ଠରେ ଝାଡଖଣ୍ଡରୁ ଆସିଥିବା ଜଣେ ପିତା କହିଛନ୍ତି । ନିଜ ଝିଅର ପ୍ରେମିକଙ୍କ ଘର ଆଗରେ ଉଭୟ ବାପଝିଅ ଦୀର୍ଘଦିନ ଧାରଣା ଦେବାପରେ ସେ କହିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଶେଷଖାଲ ଥାନା ଅଞ୍ଚଳରେ । ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ପ୍ରତାରଣାର ଶିକାର ହୋଇଥିବା ପ୍ରେମିକା ବାଧ୍ୟ ହୋଇ ପ୍ରେମିକ ଘର ଆଗରେ ଧାରଣା ଦେଇଛି । ଏହାକୁ ନେଇ ଥାନାରେ ମୀମାଂସା ବଦଳରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ସୂଚନା ଅନୁସାରେ, ପୀଡିତା ଜଣକ ଘରୋଇ କଲେଜରେ ଇଞ୍ଜିନିୟରିଂ କରିବାକୁ ଆସି କଲେଜର ଅଧ୍ୟାପକ ବୀରେନଙ୍କ ସହ ପ୍ରେମରେ ପଡିଥିଲେ । ଉଭୟ ପରିବାର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ପୁଅଙ୍କ ପରିବାର ଯୌତୁକ ବାବଦରେ 5 ଲକ୍ଷ ଟଙ୍କା ମାଗିବାରୁ ପୀଡିତାର ବାପା ଅକ୍ଷମ ହୋଇଥିଲେ । ପରେ ଭିରେନର ଅନ୍ୟତ୍ର ବିବାହ ସ୍ଥିର ହେବାପରେ ଝିଅ ପକ୍ଷ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।

ତେବେ ଆଜି ଥାନାରେ ସମାଧାନ ପାଇଁ ବସିଥିବା ବେଳେ ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଛନ୍ତି । ଯାହାକୁ ନେଇ ପୀଡିତା ବାପା ଏଠାରେ କୌଣସି ନ୍ୟାୟ ମିଳିବନି ଜାଣି ନିଜ ରାଜ୍ୟକୁ ଫେରିଯିବେ ବୋଲି କହିଛନ୍ତି । ସେପଟେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଜାରିଥିବା ରାୟଗଡା ଏସଡିପିଓ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ରାୟଗଡା

Intro:ମୁଁ ଜଣେ ଗରିବ ଏଠି 17 ଦିନ ଧରି ଝିଅକୁ ନ୍ୟାୟ ଦେବା ପାଇଁ ଚେଷ୍ଟା କଲି କିନ୍ତୁ ପୀରିଲି ନହିଁ ତେଣୁ ମୋତେ ଝିଅକୁ ନେଇ ମୋଗାଁକୁ ଯିବାକୁ ଦିଅନ୍ତୁBody:ଏ ଥିଲା ସୁଦୂର ଝାଡଖଣ୍ଡରୁ ନ୍ୟାୟ ପାଇଁ ଆସିଥିବା ଜଣେ ବାପାର କୋହଭରା ହୃଦୟର କଥା । ଗୁରୁ-ଶିଷ୍ୟ ସମ୍ପର୍କରେ କଳା ବୋଳିଦେଇଛି ପ୍ରେମ-ପ୍ରତାରଣା । ପ୍ରତିବାଦରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଘଟଣାରେ ଆସିଛି ନୂଆ ମୋଡ। ମୀମାଂସା ବଦଳରେ ଥାନାରେ ହୋଇଛି ମାରପିଟ । ଯାହାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋରଦାର ।

ଘଟଣା ଘଟିଛି ଶେଷଖାଲ ଥାନାରେ । ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ପ୍ରତାରଣାର ଶିକାର ହୋଇଥିଲା ପ୍ରେମିକା । ଆଉ ତାପରେ ବାଧ୍ୟ ହୋଇଥିଲା ପ୍ରେମିକ ଘର ଆଗରେ ଧାରଣା ଦେବାକୁ । ଘରୋଇ କଲେଜରେ ଇଞ୍ଜିନିୟରିଂ କରିବାକୁ ଆସି କଲେଜର ଅଧ୍ୟାପକ ଭିରେନଙ୍କ ସହ ପ୍ରେମରେ ପଡିଥିଲେ ପିଡୀତା । ଉଭୟ ପରିବାର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ପୁଅ ପରିବାର ଯୌତୁକ ବାବଦ 5ଲକ୍ଷ ମାଗିବାରୁ ପିଡୀତାର ବାପା ରାଜି ହୋଇନଥିଲେ । ପରେ ପୁଅର ଅନ୍ୟତ୍ର ବିବାହ ସ୍ଥିର ହେବାପରେ ଝିଅ ପକ୍ଷ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।

Conclusion:ତେବେ ଆଜି ଥାନାରେ ସମାଧାନ ପାଇଁ ବସିଥିବା ବେଳେ ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଛନ୍ତି । ଯାହାକୁ ନେଇ ପିଡୀତା ବାପା ଏଠାରେ କୌଣସି ନ୍ୟାୟ ମିଳିବନି ଜାଣି ନିଜ ରାଜ୍ୟକୁ ଫେରିଯିବେ ବୋଲି କହିଛନ୍ତି । ସେପଟେ ପୁଲିସ ଉଭୟ ପକ୍ଷଙ୍କୁ ବୁଝା ସୁଝା କରି ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରିଥିବା କହିଛନ୍ତି ରାୟଗଡା ଏସଡିପିଓ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.