ETV Bharat / state

ଲଙ୍କା ଗୁଣ୍ଡ ଫିଙ୍ଗି ବେକରୁ ସୁନା ଚେନ୍‌ ସହ ଝାମ୍ପି ନେଲେ ମଙ୍ଗଳସୂତ୍ର

author img

By

Published : Jan 18, 2022, 10:21 PM IST

ରାୟଗଡା ସହର ଗୁଣ୍ଡିଚା ମନ୍ଦିର ଆଗରେ ଥିବା ଏକ ଘରୁ ଜଣେ ମହିଳାଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ଲୁଟ୍‌ । ଝାମ୍ପି ନେଲେ ସୁନା ଚେନ ସହ ମଙ୍ଗଳସୂତ୍ର । ଅଧିକ ପଢନ୍ତୁ

Jewelery loot  from women in rayagada using chilli powder
ଲଙ୍କା ଗୁଣ୍ଡ ଫିଙ୍ଗି ବେକରୁ ସୁନା ଚେନ୍‌ ସହ ଝାମ୍ପି ନେଲେ ମଙ୍ଗଳସୂତ୍ର

ରାୟଗଡା: ଲଙ୍କା ଗୁଣ୍ଡ ଫିଙ୍ଗି ବେକରୁ ସୁନା ଚେନ ସହ ଝାମ୍ପି ନେଲେ ମଙ୍ଗଳସୂତ୍ର । ରାୟଗଡା ସହର ଗୁଣ୍ଡିଚା ମନ୍ଦିର ଆଗରେ ଥିବା ଏକ ଘରୁ ଜଣେ ମହିଳାଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ଲୁଟ୍‌ । ଘରେ ବିଶ୍ରାମ ନେବା ସମୟରେ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ମହିଳାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ବେକରୁ ସୁନା ଚେନ ସହ ମଙ୍ଗଳସୂତ୍ର ଝାମ୍ପି ନେଇଛି ।

ଏହାମଧ୍ୟ ପଢନ୍ତୁ: ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ, ସେବା ପାଇଁ ଥିଲେ ସମର୍ପିତ

ମହିଳା ଜଣକ ହେଲେ ଦୋରା ଅନ୍ନପୂର୍ଣ୍ଣା ଆମା । ଅନ୍ନପୂର୍ଣ୍ଣା ଆମା ନିଜ ଘର କାମ ସାରି ତାଙ୍କ ଘର ବାରଣ୍ଡାରେ ବିଶ୍ରାମ କରିଥିଲେ । ଚୋର ଚଞ୍ଚକତା କରି ଘର ପଛପଟୁ ଆସି ତାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗିଥିଲେ । ଲଙ୍କା ଗୁଣ୍ଡ ଜ୍ଵାଳାରେ ସେ ବ୍ୟତିବ୍ୟସ୍ତ ହେବା ସମୟରେ ଏହାର ସୁଯୋଗ ନେଇ ଚୋର ଜଣକ ବେକରୁ ସୁନା ଚେନ୍‌ ସହ ମଙ୍ଗଳସୂତ୍ର ଟାଣି ଦୌଡ଼ି ପଳାଇଥିଲା । ମଙ୍ଗଳସୂତ୍ର ପ୍ରାୟ 3 ଭରିର ବୋଲି ଜଣାପଡିଛି । ଘଟଣାସ୍ଥଳରେ ରାୟଗଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.