ETV Bharat / state

ବାଲି ଚାଲାଣକୁ ନେଇ ୱାଇ ଫର୍ମ ପ୍ରଦାନ ପ୍ରସଙ୍ଗ: ରାଜରାସ୍ତାରେ ଟ୍ରାକ୍ଟର ମାଲିକ ସଂଘ - sand transport

ୱାଇ ଫର୍ମରେ ସମସ୍ୟା ଦେଖାଦେବା ଓ ଜୋର ଜବରଦସ୍ତି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଗତ 8 ଦିନ ଧରି ଟ୍ରାକ୍ଟର ମାଲିକ ସଂଘର ଧାରଣା ଚାଲିଥିବା ବେଳେ ଏହି ଆନ୍ଦୋଳନ ଏବେ ରାଜରାସ୍ତାରେ । ଅଧିକ ପଢନ୍ତୁ...

ବାଲି ଚାଲାଣକୁ ନେଇ ୱାଇ ଫର୍ମ ପ୍ରଦାନ ପ୍ରସଙ୍ଗ

author img

By

Published : Mar 2, 2021, 6:53 AM IST

ରାୟଗଡା: ବାଲି ଚାଲାଣକୁ ନେଇ ୱାଇ ଫର୍ମ ପ୍ରଦାନ ପ୍ରସଙ୍ଗରେ ରାଜରାସ୍ତାରେ ଟ୍ରାକ୍ଟର ମାଲିକ ସଂଘ । ୱାଇ ଫର୍ମରେ ସମସ୍ୟା ଦେଖାଦେବା ଓ ଜୋରଜବରଦସ୍ତି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଗତ 8 ଦିନ ଧରି ଟ୍ରାକ୍ଟର ମାଲିକ ସଂଘର ଧାରଣା ଚାଲିଥିବା ବେଳେ ଏହି ଆନ୍ଦୋଳନ ଏବେ ରାଜରାସ୍ତାରେ । ଏହାଫଳରେ ରାୟଗଡା ସହରରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରୁନି । ଏନେଇ ରାୟଗଡା ତହସିଲଦାରଙ୍କ ସହ ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍କର୍ଷ ନ ବାହାରିବାରୁ ସଂଘ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ବାଲି ଚାଲାଣକୁ ନେଇ ୱାଇ ଫର୍ମ ପ୍ରଦାନ ପ୍ରସଙ୍ଗ

ନିଲାମ ବାଲି ଘାଟରୁ ବାଲି, ପଥର ଓ ଇଟା ଆଣିଲେ ଜରିମାନା ଆଦାୟ କରିବା ବନ୍ଦ କରିବାକୁ ସଂଘ ଦାବି ରଖିଛି । ସେହିପରି ନିଲାମ ହୋଇନଥିବା ଘାଟକୁ ତୁରନ୍ତ ନିଲାମ କରିବା, କୋତାପେଟା, ତୁମ୍ବିଗୁଡା, ବେହେରାଗୁଡା ଓ ଶିରିଗୁଡାରେ ବାଲି ଆଣିବାକୁ ଅନୁମତି ଦେବା ସହ ବାଲି ଆଣିବା ସମୟରେ ୱାଇ ଫର୍ମ ପ୍ରଦାନ କରିବା ପାଇଁ ମଧ୍ୟ ଦାବି ହୋଇଛି । ଅନ୍ୟପଟେ ବାଲି ସିଏମ୍ ପିଛା ଟଙ୍କା ନେଇ ୱାଇ ଫର୍ମ ଦେବା ସହ ଲେବର ମାନଙ୍କୁ ଲେବର କାର୍ଡ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

ତେବେ ଜିଲ୍ଲାପାଳଙ୍କ ସହ ଦୀର୍ଘ ଘଣ୍ଟା ଆଲୋଚନା ହେବା ପରେ ପ୍ରଶାସନ, ଲିଜଧାରୀ ଓ ଟ୍ରାକ୍ଟର ମାଲିକ ସଂଘ ମଧ୍ୟରେ ତ୍ରିପାକ୍ଷୀକ ଆଲୋଚନା ପରେ ଆନ୍ଦୋଳନରୁ ଓହରିବେ ବୋଲି ଟ୍ରାକ୍ଟର ମାଲିକ ସଂଘର ସଭାପତି ପଦ୍ମନାଭ ଦାସ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.