ETV Bharat / state

ଇନଷ୍ଟାକାର୍ଟ ଶାଖାରୁ ଚୋରି ଘଟଣା: ଜଣେ ଗିରଫ, 7 ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ

ରାୟଗଡ ପୋଲିସକୁ ବଡ଼ ସଫଳତା । ଇନଷ୍ଟାକାର୍ଟ ଶାଖାରୁ ଚୋରି ଘଟଣାରେ ଜଣେ ଗିରଫ । ସାତ ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Dec 18, 2021, 8:30 AM IST

ଇଂଷ୍ଟାକାର୍ଟ ଶାଖାରୁ ଚୋରି ଘଟଣା:ଜଣେ ଗିରଫ,ସାତ ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ

ରାୟଗଡା: ଇନଷ୍ଟାକାର୍ଟ ଶାଖାରୁ ଚୋରି ଘଟଣାରେ ଜଣେ ଗିରଫ ହୋଇଛି । ଏହାସହ ସାତ ଲକ୍ଷ ସହ ଦୁଇଟି ବାଇକକୁ ଜବତ କରିଛି ପୋଲିସ । ରାୟଗଡା ସହରର ଏଫସିଆଇ ଛକ ନିକଟରେ ଥିବା ଇନଷ୍ଟାକାର୍ଟ ଅନଲାଇନ ସାମଗ୍ରୀ ପ୍ରଦାନ ଶାଖାରୁ କେହି ଦୁର୍ବୃତ୍ତ ଶାଖା ଅଫିସ ଗୋଦାମରୁ ସଟର ଭାଙ୍ଗି ୧୨ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏନେଇ ରାୟଗଡ ଥାନାରେ ଇନଷ୍ଟାକାର୍ଟ ଶାଖାର ସିନିୟର ଅପରେସନ ଏଜକ୍ୟୁଟିଭ ପିକାଲା ଲକ୍ଷ୍ମୀ ନାରାୟଣ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏ ଘଟଣାରେ ଅଭିସିରାଓ ମାଣ୍ଡାଙ୍ଗିକୁ ରାୟଗଡ ସଦର ରୋଇତ କୋଲନିରୁ ଗିରଫ କରିଛି ପୋଲିସ । ଗିରଫ ସହ ୭ଲକ୍ଷ ୭ ହଜାର ୫ଶହ ଟଙ୍କା , ଚୋରି କାର୍ଯ୍ୟରେ ବ୍ୟବହୃତ କିଛି ଲୁହା ଛଡ଼ ଓ ଚୋରିରେ ବ୍ୟବହୃତ ଉପକରଣ ଜବତ ମଧ୍ୟ ହୋଇଛି । ଚୋରି ଟଙ୍କାରେ କିଣିଥିବା ଏକ ବୁଲେଟ ମଟର ସାଇକଲ ସହ ବ୍ୟବହାର କରିଥିବା ଆଉ ଏକ ମଟର ସାଇକଲ ମଧ୍ୟ ପୋଲିସ ହାତରେ ଲାଗିଛି । ଗିରଫ ଯୁବକ ସେସଖାଲ ଥାନା ଅନ୍ତର୍ଗତ ନନ୍ଦାବାଡି ଗ୍ରାମର ବୋଲି ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ଏହି ଡକାୟତିରେ ଅଭିସିରାଓ ମାଣ୍ଡାଙ୍ଗି ଜେନ ସମ୍ପୃକ୍ତ ନା ତା ସହିତ ଆଉ କେଉଁମାନେ ଅଛନ୍ତି ତାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.