ETV Bharat / state

ରାୟଗଡାରେ ବଢୁଛି ସଂକ୍ରମଣ: DFO ତଳିଅଞ୍ଚରୁ ଚିହ୍ନଟ ହେଲେଣି ୪୯ ସଂକ୍ରମିତ

author img

By

Published : Oct 23, 2021, 10:00 PM IST

ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ଗତ ତିନି ଦିନ ମଧ୍ୟରେ ରାୟଗଡା ସହରର କେବଳ ଡ଼ିଏଫଓ ତଳିଅଞ୍ଚରୁ ଚିହ୍ନଟ ହେଲେଣି ୪୯ କରୋନା ସଂକ୍ରମିତ । ଅଧିକ ପଢନ୍ତୁ...

ରାୟଗଡାରେ ବଢୁଛି ସଂକ୍ରମଣ: ଡ଼ିଏଫଓ ତଳିଅଞ୍ଚରୁ ଚିହ୍ନଟ ହେଲେଣି ୪୯ ସଂକ୍ରମିତ

ରାୟଗଡ଼ା: ଧିରେଧିରେ ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ଗତ ତିନି ଦିନ ମଧ୍ୟରେ ରାୟଗଡା ସହରର କେବଳ ଡ଼ିଏଫଓ ତଳିଅଞ୍ଚରୁ ଚିହ୍ନଟ ହେଲେଣି ୪୯ କରୋନା ସଂକ୍ରମିତ । ଡିଏଫ୍‌ଓ କଲୋନୀ ନିକଟସ୍ଥ ଝୋଡିଆ ସାହିରୁ ଗତକାଲି(ଶୁକ୍ରବାର) ୨୭ ଓ ଦଳିତ ସାହିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଝୋଡିଆ ସାହି ବସ୍ତିରେ ୪୫ ଜଣଙ୍କର ସ୍ୱାବ ନମୁନା ପରିକ୍ଷା ବେଳେ ପୁଣି ୨ ଟି ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ରାୟଗଡାରେ ବଢୁଛି ସଂକ୍ରମଣ: ତଳିଅଞ୍ଚରୁ ଚିହ୍ନଟ ହେଲେଣି ୪୯ ସଂକ୍ରମିତ

ତେବେ ଏହି ଗୋଟିଏ ବସ୍ତି ଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତର ଭାବେ ଆଣ୍ଟିଜେନ୍ ପରୀକ୍ଷା ସାଙ୍ଗକୁ ଚିହ୍ନଟ ପ୍ରକ୍ରିୟା ବ୍ୟାପକ ହେଉଥିଲେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ତେବେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଟ ଜୋନ କରାଯିବା ସହ ସଙ୍ଗରୋଧକୁ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଟ ଅଞ୍ଚଳରେ ଲୋକଙ୍କ ନିତିଦିନିଆ ଆବଶ୍ୟକତାକୁ ଯେଗାଇବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆକ୍ରାନ୍ତ ମାନଙ୍କୁ ଔଷଧ ପ୍ରଦାନ କରିଥିବା ବେଳେ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାୟଗଡ଼ା ସହରର ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ଛୋଟବଡ଼ ସହରତଳି ବସ୍ତି ରହିଥିବା ବେଳେ ଏହି ବସ୍ତି ଗୁଡ଼ିକର ଅଧିକାଂଶ ଯୁବକ ଯୁବତୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ଯାଇଥାନ୍ତି । ତେଣୁ, ସହର ତଳି ବସ୍ତି ଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆନଗଲେ ଆଗାମି ଦିନରେ ସ୍ଥିତି ଗମ୍ଭିର ହେବ ଏଥିରେ ସନ୍ଦେହ ନାହିଁ ।

ସେପଟେ ରାୟଗଡା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ମନରେ ଛନକା ପସିଛି । ସାମାନ୍ୟ ଲକ୍ଷଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ସହ ମାସ୍କ ପରିଧାନ ସାଙ୍ଗକୁ ସାମାଜିକ ଦୂରତା ଓ ହାତକୁ ବାରମ୍ବାର ସାନିଟାଇଜ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅନୁରୋଧ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.