ETV Bharat / state

Diarrhea Outbreak In kashipur: ବେଆଇନ କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ

କାଶୀପୁର ଅଞ୍ଚଳରେ ବେଆଇନ କ୍ଲିନିକରେ ଚିକିତ୍ସିତ ହେଉଛନ୍ତି ହଇଜା ଆକ୍ରାନ୍ତ । ଏହା ଜଣାପଡିବା ପରେ ଗୋଟିଏ କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

author img

By

Published : Jul 28, 2022, 6:51 AM IST

Diarrhea Outbreak In kashipur: ବେଆଇନ କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ
Diarrhea Outbreak In kashipur: ବେଆଇନ କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ

ରାୟଗଡା: କାଶୀପୁର ଅଞ୍ଚଳରେ ନିୟନ୍ତ୍ରଣକୁ ଆସୁନି ହଇଜା । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଏସବୁ ଭିତରେ ଏକ ବଡ ଘଟଣା ସାମ୍ନାକୁ ଆସିଛି ଯେ, ଅନେକ ହଇଜା ଆକ୍ରାନ୍ତ ସରକାରୀ ଡାକ୍ତରଖାନାକୁ ନ ଯାଇ କ୍ଵାକ କିମ୍ବା ବେଆଇନ କ୍ଲିନିକ ଗୁଡିକରେ ଚିକିତ୍ସିତ ହେଉଛନ୍ତି ଏବଂ ପ୍ରାଣ ହରାଇଛନ୍ତି । ଏହି ଖବର ଜଣାପଡିବା ପରେ ତତ୍ପର ହୋଇଉଠିଛି ରାୟଗଡା ଜିଲ୍ଲା ପ୍ରଶାସନ । ହଇଜା ବ୍ୟାପିବା ଘଟଣାରେ ସ୍ବାସ୍ଥ୍ୟ ବିଭାଗ ବୁଧବାର ଟିକିରି ସ୍ଥିତ ଶିବଶକ୍ତି ନାମକ ଔଷଧ ଦୋକାନ ସହ ବେଆଇନ ଭାବେ ଚାଲୁଥିବା ଏକ ଘରୋଇ କ୍ଲିନିକକୁ ସିଲ୍ କରିଛି ।

ବେଆଇନ କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ

ଝାଡାବାନ୍ତିରେ ଆକ୍ରାନ୍ତ ପାନବନ୍ଧ ଗ୍ରାମର ବିଟା ମାଝୀ ଏହି କ୍ଲିନିକରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ମାମଲାର ତଦନ୍ତ କରି କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତହସିଲଦାର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ୍ରଗ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ କ୍ଲିନିକ ଏବଂ ଔଷଧ ଦୋକାନକୁ ସିଲ୍ କରାଯାଇଛି । ଏହାସହିତ ବର୍ତ୍ତମାନ ପରିସ୍ଥିତିରେ କୌଣସି ବେଆଇନ କ୍ଲିନିକ କିମ୍ବା କ୍ବାକ୍‌କୁ ନ ଯାଇ ସିଧାସଳଖ ସରକାରୀ ଡାକ୍ତରଖାନା ଯିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ରାୟଗଡା ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.