ETV Bharat / state

ରାୟଗଡା ଜିଲ୍ଲାପାଳଭାବେ ଦାୟିତ୍ବ ନେଲେ IAS ସ୍ଵଧା ଦେବ ସିଂହ - ଜିଲ୍ଲାପାଳ ଦାୟିତ୍ବ ନେଲେ IAS ସ୍ଵଧା ଦେବ ସିଂହ

ରାୟଗଡା ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ଅଧିକାରୀ ସ୍ଵଧା ଦେବ ସିଂହ । ରାୟଗଡ଼ାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ସେ ଫୋକସ୍‌ କରିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ରାୟଗଡା ଜିଲ୍ଲାପାଳ ଦାୟିତ୍ବ ନେଲେ IAS ସ୍ଵଧା ଦେବ ସିଂହ

author img

By

Published : Jun 22, 2022, 9:59 PM IST

ରାୟଗଡା: ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ଅଧିକାରୀ ସ୍ଵଧା ଦେବ ସିଂହ । ରାୟଗଡ଼ାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ସେ ଫୋକସ୍‌ କରିବେ ବୋଲି କହିଛନ୍ତି । ଆଜି(ବୁଧବାର) ସେ ବିଦାୟୀ ଜିଲ୍ଲାପାଳ IAS ସରୋଜ କୁମାର ମିଶ୍ରଙ୍କଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି l

ରାୟଗଡା ଜିଲ୍ଲାପାଳ ଦାୟିତ୍ବ ନେଲେ IAS ସ୍ଵଧା ଦେବ ସିଂହ

IAS ଅଧିକାରୀ ସ୍ଵଧା ଦେବ ସିଂହ ଦାୟିତ୍ୱ ଗ୍ରହଣ କରିବାପରେ ବିଭିନ୍ନ ସଂଗଠନ ଓ ସଂଘର କର୍ମକର୍ତ୍ତା, କର୍ମଚାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିଛନ୍ତି । ନୂତନ ଜିଲ୍ଲାପାଳ ଏହାପୂର୍ବରୁ ନୂଆପଡା ଜିଲ୍ଲାରେ ଦୀର୍ଘ ୧ ବର୍ଷ ୮ ମାସ ଧରି ଜିଲ୍ଲାପାଳ ଦାୟିତ୍ବ ନେଇ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା 2011 ମସିହାର ଜନଗଣନା ମୁତାବକ ଜିଲ୍ଲାର ଜନସଂଖ୍ୟା ପ୍ରାୟ 9 ଲକ୍ଷ 55 ହଜାର 983 ରହିଥିଲା ।

ବର୍ତ୍ତମାନ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା ବିକାଶ ଗାଡ଼ି କେଉଁଠି ନା କେଉଁଠି ଅଟକି ଯାଇଛି । କାର୍ଯ୍ୟରେ ଯୋଗ ଦେବା ପରେ ଜିଲ୍ଲାର ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ନୂତନ ଜିଲ୍ଲାପାଳ । ସମାଜର ସବୁବର୍ଗକୁ ସାଙ୍ଗରେ ନେଇ ଚାଲିଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.