ETV Bharat / state

ସହିଦଙ୍କୁ ଝୁରି ରାତିରେ ଖାଇଲେନି ସାଥୀ ସେନା - CRPF

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଶୋକରେ ସାରା ଦେଶ । କିଏ ପ୍ରତିଶୋଧ ପାଇଁ ଆହ୍ବାନ କରୁଛି ତ ଆଉ କିଏ ନିଜେ ଆତ୍ମଘାତୀ ବୋମା ଧରି ଆତଙ୍କବାଦୀ କ୍ୟାମ୍ପରେ ପଶିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ମାଗୁଛି । ତ ଆଉ କିଏ ସହିଦ ସାଥିକୁ ଝୁରି, ରାତିରେ ଖାଇ ନାହାନ୍ତି ସିଆରପିଏଫ ଯବାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Feb 16, 2019, 3:05 PM IST

ରାୟଗଡା : ସହିଦ ସାଥୀଙ୍କୁ ଝୁରି ରାତିରେ ଖାଇଲେନି ସାଥୀ ଯବାନ । ସହିଦ ଓଡ଼ିଆ ପୁଅ ପ୍ରସନ୍ନ ସାହୁଙ୍କୁ ଝୁରୁଛି ରାୟଗଡା ସିଆରପିଏଫ ଚତୁର୍ଥ ବ୍ୟାଟାଲିଅନ କ୍ୟାମ୍ପ । ଜମ୍ମୁ କଶ୍ମୀରରେ ନିୟୋଜିତ ହେବା ପୂର୍ବରୁ ରାୟଗଡା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ ସହିଦ୍ ପ୍ରସନ୍ନ ସାହୁ । ଚାରି ବର୍ଷ ଧରି ରାୟଗଡା ସିଆରପିଏଫ କ୍ୟାମ୍ପରେ ଥିଲେ । ଦୁଇ ମାସ ତଳେ ଜମ୍ମୁ କଶ୍ମୀରକୁ ତାଙ୍କର ବଦଳି ହୋଇଥିଲା । ହେଲେ ଆଉ ଆସିଲେନି । ଯାହାକୁ ଝୁରି ସାଥୀ ଯବାନ ରାତିରେ ଖାଦ୍ୟ ଖାଇ ନାହାନ୍ତି । ଆଉ ମନେ ପକାଉଛନ୍ତି ତାଙ୍କ ଦକ୍ଷତା, ଦେଶ ମାତୃକା ପାଇଁ ସହଯୋଗୀଙ୍କୁ ଦେଇଥିବା କିଛି ପ୍ରେରଣାଦାୟୀ ବାର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
undefined

ସହିଦ ପ୍ରସନ୍ନ ସାହୁ ଦେଶ ସୁରକ୍ଷା ପାଇଁ ଯେତିକି ଜିଦି ଓ ଦୃଢମନା ଥିଲେ ନିଜ ଜୀବନଶୈଳୀ କିନ୍ତୁ ଥିଲା ପୁରା ଓଲଟା । କହିବାକୁ ଗଲେ ଶାନ୍ତ ଓ ସରଳ ସ୍ବଭାବର । ସେଥିପାଇଁ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରେ ସବୁବେଳେ ସେ ଆଦୃତ ଥିଲେ । ତେବେ ଆତଙ୍କବାଦୀଙ୍କର ଏପରି କାର୍ଯ୍ୟରେ ମନୋବାଳ ଭାଙ୍ଗି ପଡିବ ନାହିଁ ବୋଲି ସିଆରପିଏଫ ଯବାନ କହିଛନ୍ତି ।

ସୂଚନା ରହିଛି କି ଗୁରୁବାର ପୁଲଓ୍ବାମାରେ ଯବାନ ମାନେ ଗାଡିରେ ଯାଉଥିବା ବେଳେ ଆତଙ୍କବାଦୀ ଏକ ଆରଡିଏକ୍ସ ବୋଝେଇ ସ୍କୋର୍ପିଓ ଆସି ବାଡେଇ ଦେଇଥିଲେ । ଏହାପରେ ବିସ୍ପୋରଣ ଘଟି 44 ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁଥିରେ 2 ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରା ସହିଦ ହୋଇଛନ୍ତି ।

ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ହୋଇଥିବା ବେଳେ ସିଆରପିଏଫ୍‌ 61 ବାଟାଲିୟନରେ ହାବିଲଦାର ଭାବେ ନିୟୋଜିତ ହୋଇଥିଲେ । ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ । ସେ ସିଆରପିଏଫ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ସହିଦଙ୍କୁ ଝୁରି ରାତିରେ ଖାଇଲେନି ସାଥୀ 

(intro new cms) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଶୋକରେ ସାରା ଦେଶ । କିଏ ପ୍ରତିଶୋଧ ପାଇଁ ଆହ୍ବାନ କରୁଛି ତ ଆଉ କିଏ ନିଜେ ଆତ୍ମଘାତୀ ବୋମା ଧରି ଆତଙ୍କବାଦୀ କ୍ୟାମ୍ପରେ ପଶିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ମାଗୁଛି । ତ ଆଉ କିଏ ସହିଦ ସାଥିକୁ ଝୁରି, ରାତିରେ ଖାଇ ନାହାନ୍ତି ସିଆରପିଏଫ ଯବାନ ।

ରାୟଗଡା : ସହିଦ ସାଥୀଙ୍କୁ ଝୁରି ରାତିରେ ଖାଇଲେନି ସାଥୀ ଯବାନ । ସହିଦ ଓଡ଼ିଆ ପୁଅ ପ୍ରସନ୍ନ ସାହୁଙ୍କୁ ଝୁରୁଛି ରାୟଗଡା ସିଆରପିଏଫ ଚତୁର୍ଥ ବ୍ୟାଟାଲିଅନ କ୍ୟାମ୍ପ । ଜମ୍ମୁ କଶ୍ମୀରରେ ନିୟୋଜିତ ହେବା ପୂର୍ବରୁ ରାୟଗଡା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ ସହିଦ୍ ପ୍ରସନ୍ନ ସାହୁ । ଚାରି ବର୍ଷ ଧରି ରାୟଗଡା ସିଆରପିଏଫ କ୍ୟାମ୍ପରେ ଥିଲେ । ଦୁଇ ମାସ ତଳେ ଜମ୍ମୁ କଶ୍ମୀରକୁ ତାଙ୍କର ବଦଳି ହୋଇଥିଲା । ହେଲେ ଆଉ ଆସିଲେନି । ଯାହାକୁ ଝୁରି ସାଥୀ ଯବାନ ରାତିରେ ଖାଦ୍ୟ ଖାଇ ନାହାନ୍ତି । ଆଉ ମନେ ପକାଉଛନ୍ତି ତାଙ୍କ ଦକ୍ଷତା, ଦେଶ ମାତୃକା ପାଇଁ ସହଯୋଗୀଙ୍କୁ ଦେଇଥିବା କିଛି ପ୍ରେରଣାଦାୟୀ ବାର୍ତ୍ତା ।

ସହିଦ ପ୍ରସନ୍ନ ସାହୁ ଦେଶ ସୁରକ୍ଷା ପାଇଁ ଯେତିକି ଜିଦି ଓ ଦୃଢମନା ଥିଲେ ନିଜ ଜୀବନଶୈଳୀ କିନ୍ତୁ ଥିଲା ପୁରା ଓଲଟା । କହିବାକୁ ଗଲେ ଶାନ୍ତ ଓ ସରଳ ସ୍ବଭାବର । ସେଥିପାଇଁ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରେ ସବୁବେଳେ ସେ ଆଦୃତ ଥିଲେ । ତେବେ ଆତଙ୍କବାଦୀଙ୍କର ଏପରି କାର୍ଯ୍ୟରେ ମନୋବାଳ ଭାଙ୍ଗି ପଡିବ ନାହିଁ ବୋଲି ସିଆରପିଏଫ ଯବାନ କହିଛନ୍ତି ।

ସୂଚନା ରହିଛି କି ଗୁରୁବାର ପୁଲଓ୍ବାମାରେ ଯବାନ ମାନେ ଗାଡିରେ ଯାଉଥିବା ବେଳେ ଆତଙ୍କବାଦୀ ଏକ ଆରଡିଏକ୍ସ ବୋଝେଇ ସ୍କୋର୍ପିଓ ଆସି ବାଡେଇ ଦେଇଥିଲେ । ଏହାପରେ ବିସ୍ପୋରଣ ଘଟି 44 ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁଥିରେ 2 ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରା ସହିଦ ହୋଇଛନ୍ତି ।

ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ହୋଇଥିବା ବେଳେ ସିଆରପିଏଫ୍‌ 61 ବାଟାଲିୟନରେ ହାବିଲଦାର ଭାବେ ନିୟୋଜିତ ହୋଇଥିଲେ । ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ । ସେ ସିଆରପିଏଫ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.