ETV Bharat / state

ଦିଲ୍ଲୀକୁ ଚୋରାଚାଲାଣ ବେଳେ ଅଢେଇ କୋଟି ଟଙ୍କାର ଗଞ୍ଜେଇ ଜବତ

author img

By

Published : Aug 18, 2022, 8:49 PM IST

ରାୟଗଡ଼ା ଅବକାରୀ ବିଭାଗକୁ ମିଳିଛି ସଫଳତା । ବିଶାଖାପାଟଣାରୁ ଦିଲ୍ଲୀକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ଟ୍ରକରୁ ଅଢେଇ କୋଟି ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳ ମିଳିଛି । ଦିଲ୍ଲୀକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ଅବକାରୀ ବିଭାଗ ।

ଦିଲ୍ଲୀ ଚୋରାଚାଲାଣ ବେଳେ 2 କୋଟି 50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ ।

ରାୟଗଡ଼ା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ସୂଚନା ଦେଇଛନ୍ତି, "ଅବକାରୀ କର୍ମଚାରୀମାନେ ମଦ ଧରପଗଡ ପାଇଁ ବାଇପାସ ରୋଡରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଦୃତ ଗତିରେ ଟ୍ରକଟି ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ସନ୍ଦେହ ହୋଇଥିଲା ପରେ ଟ୍ରକଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପ୍ରଥମେ କୁଣ୍ଡା ବାହାରିଥିବା ବେଳେ ଭିତରେ ବସ୍ତାରେ ଗଞ୍ଜେଇ ରହିଥିଲା । ତୁରନ୍ତ ଟ୍ରକ ଜବତ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଅଣାଯାଇଥିଲା । ପୁନର୍ବାର ଯାଞ୍ଚ ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ଟ୍ରକ ଭିତରେ କୁଣ୍ଡା ବସ୍ତା ସହିତ ୧୨୭ ବସ୍ତା ଗଞ୍ଜେଇ ରହିଥିଲା । ପ୍ରତି ଗଞ୍ଜଇ ବସ୍ତାରେ ୩୬କେଜି ଲେଖାଏଁ ଗଞ୍ଜେଇ ରହିଥିଲା । ଓଜନ କରିବା ପରେ ମୋଟ ୪୫୦୦ କେଜି ଗଞ୍ଜେଇ ଥିବା ଜଣାପଡିଛି ।

ବିଶାଖାପାଟଣା ଠାରୁ କୋରାପୁଟ ଦେଇ ଦିଲ୍ଲୀକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 2 କୋଟି 50 ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଗୋଟିଏ ଟ୍ରକ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।" ସେପଟେ ଏହି ଘଟଣା ପଛରେ ଆଉ କାହାର ହାତ ରହିଛି ସେନେଇ ମଧ୍ୟ ତଦନ୍ତ ଜାରି ରହିଥିବା ଅବକାରୀ ଅଧିକ୍ଷକ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.