ETV Bharat / state

ପୁରୀ ଛାଣିବା ବେଳେ ତେଲ କଡେଇରେ ଲାଗିଲା ନିଆଁ, ଦୋକାନୀଙ୍କ ମୃତ୍ୟୁ - ତେଲ କଡେଇରେ ନିଆଁ ଲାଗି ଦୋକାନୀଙ୍କ ମୃତ୍ୟୁ

ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା । ଗରମ ତେଲ କଡେଇରେ ନିଆଁ ଲାଗି ହୋଟେଲ ମାଲିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା

author img

By

Published : May 9, 2023, 7:04 AM IST

ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା

ରାୟଗଡା: ଗରମ ତେଲ କଡେଇରେ ନିଆଁ ଲାଗି ହୋଟେଲ ମାଲିକଙ୍କ ମୃତ୍ୟୁ । ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି । ଚନ୍ଦ୍ରପୁର ଥାନା ଅନ୍ତର୍ଗତ ହନୁମନ୍ତପୁର ଗାଁର ଜଳଖିଆ ଦୋକାନୀ ପ୍ରଭାସ ସାହୁଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ପ୍ରଭାସ ସାହୁ ଭୋରୁଭୋରୁ ନିଜ ଦୋକାନ ଖୋଲି ଗ୍ରାହକଙ୍କ ପାଇଁ ଜଳଖିଆ ପ୍ରସ୍ତୁତିରେ ଲାଗି ପଡିଥିଲେ । ହେଲେ କିଏ ଜାଣିଥିଲା ସେ ଆଜି ଗ୍ରାହକଙ୍କ ପାଇଁ ଶେଷ ଜଳଖିଆ ପ୍ରସ୍ତୁତି କରିବେ । ସବୁଦିନ ଭଳି ପୁରୀ ଛାଣିବା ସମୟରେ ହଠାତ ତେଲ କଡେଇରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସମଗ୍ର ଦୋକାନକୁ ବ୍ୟାପିଯାଇଥିବା ବେଳେ ହୋଟେଲ ମାଲିକ ପ୍ରଭାସ ସାହୁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଳରେ ସେ ପୋଡ଼ିଯାଇ ପ୍ରାଣ ବିକଳରେ ରାସ୍ତାକୁ ଦୌଡି ଆସି ଚିତ୍କାର କରିଥିଲେ । ଦୋକାନ ନିକଟରେ ଥିବା ଲୋକେ ତୁରନ୍ତ ପହଞ୍ଚି ପ୍ରଭାସଙ୍କୁ ଉଦ୍ଧାର କରିଥିଲେ ।

ସ୍ଥାନୀୟ ସରପଞ୍ଚ ନୀଳମାଇ ଦିବାକା ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଓ 108 ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଦମକଳ କିମ୍ବା 108 ଆମ୍ବୁଲେନ୍ସ ଗାଡି ନ ଆସିବାରୁ ଅନ୍ୟ ଗାଡି ବ୍ୟବସ୍ଥା କରି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ପ୍ରଭାସଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରଭାସ ସାହୁଙ୍କ 80 ପ୍ରତିଶତ ଦେହ ପୋଡ଼ି ଯାଇଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବାରେ ଡେରି ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଖବର ପାଇ ଚନ୍ଦ୍ରପୁର ପୋଲିସ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ପରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଛି ପୋଲିସ । ହନୁମନ୍ତପୁର ସରପଞ୍ଚ ନୀଳମାଇ ଦିବାକା ଓ ଜିଲ୍ଲା ପରିଷଦ ସଭ୍ୟ ସୁଜିତ କୁମାର ବେଡ଼ରେକା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଞ୍ଚି ପ୍ରଭାସଙ୍କ ପରିବାରକୁ ମୃତକଙ୍କ ଶେଷକୃତ୍ୟ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ 3000 ଟଙ୍କା ପ୍ରଦାନ କରିଛନ୍ତି ।

ତେବେ ପ୍ରଭାସଙ୍କ ତିନି ଝିଅ ଥିବା ବେଳେ ସେ କେବଳ ଜଣେମାତ୍ର ପରିବାରର ରୋଜଗାରିଆ ଥିଲେ । ସେ ଚାଲିଯିବାପରେ ତାଙ୍କ ପରିବାର ଅସହାୟ ହୋଇପଡିଛି । ତେଣୁ ତାଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ସରପଞ୍ଚ ନୀଳମାଇ ଦିବାକା ପ୍ରଶାସନ ଆଗରେ ନିବେଦନ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.