ରାୟଗଡା: କୋରୋନା ଲେଉଟାଣିକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ରାସ୍ତାଘାଟ କିମ୍ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଜିଲ୍ଲାବାସୀଙ୍କୁ ବାହାରେ ହୋଲି ନ ଖେଳି ନିଜ ନିଜ ଘରେ ପରିବାର ସହିତ ଖେଳିବାକୁ ଅନୁରୋଧ କରିଛନ୍ତି ।
ଗତ କିଛି ଦିନ ଧରି ଜିଲ୍ଲାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ଦୁଇଦିନ ଧରି ଜିଲ୍ଲାର ସଂକ୍ରମଣଙ୍କ ସଂଖ୍ୟା 2 ଥିବାବେଳେ ଶୁକ୍ରବାର ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଛି । ଯେଉଁଥିପାଇଁ କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ଏପରିକି ହୋଲି ଶୁଭେଛା ପାଇଁ ସର୍ବସାଧାରଣ ଏବଂ ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ବାସଭବନକୁ ବାରଣ କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ