ETV Bharat / state

Panchayat Polls: ରଣାଙ୍ଗନରେ ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବପିଢି, ସେବା ପାଇଁ ଛାଡିଲେ ଚାକିରୀ

author img

By

Published : Jan 31, 2022, 9:17 PM IST

ରାୟଗଡା ପଞ୍ଚାୟ ନିର୍ବାଚନରେ ଏଥର ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । କେଉଁଠି MBA କୃତିଛାତ୍ରୀ ସମିତି ସଭ୍ୟ ହୋଇଥିବା ବେଳେ କେଉଁଠାରେ ପ୍ରାର୍ଥୀ ପାଲଟିଛନ୍ତି ଇନ୍ସପେକ୍ଟର । ଅଧିକ ପଢନ୍ତୁ

Election Poll: ଚାକିରୀ ଛାଡି ରାଜନୀତିରେ ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ନଜରକୁ ଆସିଛି । ଅନେକ ଯୁବକ ଯୁବତୀ ବର୍ତମାନ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ ଲଢେଇ ଅନେକ ଅନୁଭବୀ ତଥା ରାଜନୀତିର ପୋଖତ ଖେଳାଳିଙ୍କ ସହ ହେଉଛି ।

ଭଲ ପାଠ ପଢି କିଏ ଚାକିରୀ ପାଇ ଛାଡିଛି ତ ଆଉ କିଏ ଚାକିରୀ ମିଳିବା ପରେ ତାହାକୁ ଗ୍ରହଣ ନକରି ରାଜନୀତିରେ ପ୍ରବେଶ କରିଛନ୍ତି । ସେହିଭଳି ଜଣେ ପ୍ରାର୍ଥିନୀ ହେଲେ ଟୁନି ହୁଇକା । ରାୟଗଡ଼ା ବ୍ଳକ କାମ୍ପମାଲିଗାଁ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ସେ ବର୍ତ୍ତମାନ ନିର୍ବାଚନ ଲଢ଼ୁଛନ୍ତି । ୨୫ ବର୍ଷୀୟା ଟୁନି ଏମବିଏ ପାସକରି ବ୍ୟାଙ୍କ ଚାକିରୀ ପାଇଁ ମନ ବଳାଇଥିଲେ । ନିଜର ଉଦ୍ୟମ ଯୋଗୁଁ ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ ପାଇବା ପାଇଁ ନିକଟରେ ମନୋନୀତ ମଧ୍ୟ ହୋଇଥିଲେ । ହେଲେ ଆଉ ଚାକିରୀ ପାଇଁ ନଯାଇ ବର୍ତ୍ତମାନ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି । କାମ୍ପମାଲିଗାଁ ପଞ୍ଚାୟତର ସମିତି ସଭ୍ୟ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସର୍ବ କନିଷ୍ଠ ପ୍ରାର୍ଥିନୀ ଭାବେ ମୈଦାନରେ ରହିଛନ୍ତି ଟୁନି । ନିଜ ବାପା କାର୍ସନା ହୁଇକାଙ୍କ ପଥରେ ଚାଲି ସେ ରାଜନୀତିକୁ ଓହ୍ଲାଇଛନ୍ତି ।

ତାଙ୍କ ବାପା ଏହି ପଞ୍ଚାୟତରୁ ଦୁଇଥର ସରପଞ୍ଚ ଥିବାବେଳେ ଟୁନି ସେଠାରୁ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଏଭଳିକି ଯଦି ସେ ବିଜୟୀ ହୁଅନ୍ତି ତାଙ୍କୁ ରାୟଗଡ଼ା ବ୍ଳକର ଅଧ୍ୟକ୍ଷା କରାଯିବ ବୋଲି ଚର୍ଚ୍ଚା ହେଉଛି । ଟୁନି ନିଜର ପ୍ରାର୍ଥିତ୍ୱ ସମ୍ପର୍କରେ କହିଛନ୍ତି ଯେ, ପୂର୍ବରୁ ଅନେକ ଲୋକ ପଞ୍ଚାୟତ ନିର୍ବାଚନରେ ନାମକୁ ମାତ୍ର ଲଢ଼ୁଥିଲେ । ନିର୍ବାଚନ ଜିତିବା ପରେ ୫ ବର୍ଷ କ’ଣ କାମ କରିବେ ତାହା ଚିନ୍ତା କରି ସମୟ ଅତିବାହିତ ହୋଇଯାଉଥିଲା । କିନ୍ତୁ, ବର୍ତ୍ତମାନ ସମୟରେ ପରିବର୍ତ୍ତନ ଘଟିଛି । ପୂର୍ବରୁ ଆଦିବାସୀ ମାନେ ଶିକ୍ଷାଠାରୁ ଦୂରରେ ରହୁଥିବା ବେଳେ ବର୍ତ୍ତମାନ କିନ୍ତୁ ଅନେକ ଆଦିବାସୀ ପିଲା ନିଜକୁ ଶିକ୍ଷିତ କରୁଛନ୍ତି । ‘‘ମୁଁ ଯଦି ନିର୍ବାଚିତ ହୁଏ ତେବେ ନିଜ ଅଞ୍ଚଳର ବିକାଶ ସହ ସମଗ୍ର ରାୟଗଡ଼ା ବ୍ଳକର ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିପାରିବି । ଉଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟାର ସମାଧାନ ମଧ୍ୟ କରିବି’’ ବୋଲି କହିଛନ୍ତି ଟୁନି । ମୁଖ୍ୟତଃ ଶିକ୍ଷାକୁ ସେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।

ଟୁନି ନିଜ ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସକରି ରାୟଗଡ଼ା ସହର ଉପକଣ୍ଠସ୍ଥ ଏକ ଘରୋଇ କଲେଜରୁ ଏମବିଏ ପାସ କରିଛନ୍ତି । ଏମବିଏ ପାସ କରିବା ପରେ ବ୍ୟାଙ୍କ ଚାକିରୀ ପାଇଁ ସେ ମନ ବଳାଇଥିଲେ । ଏଥିନିମନ୍ତେ ଅନୁଷ୍ଠିତ ସାକ୍ଷାତକାରରେ ସେ ଭାଗ ମଧ୍ୟ ନେଇଥିଲେ । ସେଥିରେ ଉତ୍ତୀର୍ଣ୍ଣ ହୋଇ ଏକ ଘରୋଇ ବ୍ୟାଙ୍କରେ କିଛି ମାସ ପୂର୍ବେ ଚାକିରୀ ପାଇଁ ତାଙ୍କୁ ଡାକରା ଆସିଥିଲା । କିନ୍ତୁ, ଲୋକସେବା କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିଥିବା ଯୋଗୁଁ ବଡ଼ ଚାକିରୀ ପ୍ରତି ଲୋଭ ନରଖି ଶେଷରେ ଏହି ପଞ୍ଚାୟତ ନିର୍ବାଚନରେ ନିଜକୁ ସାମିଲ କରିଛନ୍ତି । ଆଉ ନିଶ୍ଚିତ ଭାବେ ସେ ବିଜୟ ହେବେ ବୋଲି ଆଶା ମଧ୍ୟ ରଖିଛନ୍ତି ।

ସେହିଭଳି ଆଉ ଜଣେ ଯୁବକ ହେଲେ ରବିଶଙ୍କର ଗମାଙ୍ଗ । ପୋଲିସ ଇନ୍ସପେକ୍ଟର ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟୟନ ଶେଷ ପରେ ପୋଲିସ ଇନ୍ସପେକ୍ଟର ଚାକିରୀ କରିଥିଲେ । ୨୦୧୦ ମସିହାରେ ସବଇନ୍ସପେକ୍ଟର ଚାକିରୀରେ ଯୋଗଦେଇ ୨୦୧୭ ମସିହାରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ହେଲେ ୨୦୧୮ ମସିହାରେ ସେ ନିଜର ଚାକିରୀକୁ ବାଏ ବାଏ କହିଥିଲେ । ଇନ୍ସପେକ୍ଟର ଚାକିରୀରୁ ଇସ୍ତଫା ଦେଇ ବର୍ତ୍ତମାନ ରାଜନୀତିରେ ନିଜକୁ ସାମିଲ କରିଛନ୍ତି । ରାଜନୀତିରେ ପଦ ଥାପି ରାମନାଗୁଡା ବ୍ଲକ ଉକୁମ୍ବା ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି । ୩୯ ବର୍ଷିୟ ରବି ନିଜ ଅଞ୍ଚଳର ଉନ୍ନତି ଓ ନିଜର ଆଦିବାସୀ ସମ୍ପ୍ରଦାୟର ବିକାଶ କରିବା ପାଇଁ ରାଜନୀତରେ ପାଦ ଦେଇଥିବା କହିଛନ୍ତି । ଏଭଳିକି ଲୋକେ ତାଙ୍କୁ ସାଦରେ ଗ୍ରହଣ କରୁଥିବା ମଧ୍ୟ ନଜରକୁ ଆସିଛି । ଫଳରେ ସେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ।

ଅପରପକ୍ଷରେ ରାୟଗଡା ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ ବର୍ତ୍ତମାନ ସରପଞ୍ଚ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ରାୟଗଡା ବ୍ଲକ ଚାନ୍ଦିଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ଲଢୁଛନ୍ତି । ୧୯୯୨ ମସିହାରୁ ରାମୁଲୁ ରାଜନୀତିରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ଆନୁଗତ୍ୟ ତଥା ଜଣେ ଦୃଢ ସମର୍ଥକ ଭାବେ ସେ ପରିଚିତ । ୧୯୯୨ ମସିହାରେ ରାମୁଲୁ ପ୍ରଥମେ କୁମୁଟୁପେଣ୍ଠ ପଞ୍ଚାୟତ ସରପଞ୍ଚ, ୨୦୦୨ ମସିହାରେ ରାୟଗଡା ‘ଗ’ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ, ୨୦୧୨ ମସିହାରେ ଚାନ୍ଦିଲି ପଞ୍ଚାୟତ ସରପଞ୍ଚ, ୨୦୧୭ରେ ଚାନ୍ଦିଲି ପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟଲାଭ କରି ବ୍ଲକ ଅଧ୍ୟକ୍ଷ ରହିଥିଲେ । ଆଉ ବର୍ତ୍ତମାନ ସେହି ଚାନ୍ଦିଲି ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚନ ଲଢୁଛନ୍ତି ।

ନିଜ ଅଞ୍ଚଳର ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢୁଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ହେଲେ ବ୍ଲକ ଅଧ୍ୟକ୍ଷ ଭଳି ଏତେ ବଡ ପଦବୀରେ ରହିବା ପରେ ପୁଣି ସରପଞ୍ଚ ହେବାକୁ ମନ ବଳାଇବା ସମସ୍ତଙ୍କୁ ଚକିତ କରିଛି । ତେବେ ରାମୁଲୁ ନିଜର ସରଳ ସ୍ୱଭାବ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିବାରୁ ଅନେକ ଏହାକୁ ସାଧାରଣ କଥା ଭାବେ ଗ୍ରହଣ କରିଛନ୍ତି । ନିଜ କାର୍ଯ୍ୟକାଳ ସମୟରେ ଘଟିଥିବା ବିକାଶକୁ ପ୍ରସଙ୍ଗ କରି ରାମୁଲୁ ଭୋଟରଙ୍କ ନିକଟକୁ ଯାଉଛନ୍ତି । ହେଲେ ଏହି ପଞ୍ଚାୟତରେ ୫ ଜଣ ସରପଞ୍ଚ ପଦବୀ ପାଇଁ ଲଢୁଥିବା ବେଳେ ପେଦେଣ୍ଟି ରାମୁଲୁ ଅନ୍ୟତମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.