ETV Bharat / state

ମାଓବାଦୀଙ୍କ ଶହୀଦ ସପ୍ତାହ; ସୁରକ୍ଷା ଦୃଷ୍ଟିରୁ ସିଲ ହେଲା ଓଡ଼ିଶା-ଆନ୍ଧ୍ର ସୀମା

author img

By

Published : Jul 28, 2023, 5:19 PM IST

ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହୋଇଛି । ଏନେଇ ସୁରକ୍ଷା ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଏସ୍‌ଓଜି-ସିଆର୍‌ପିଏଫ୍-ବିଏସ୍ଏଫ୍ ପକ୍ଷରୁ ନିୟମଗିରି ଭଳି ସମ୍ବେଦନ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି । ଅଧିକ ପଢ଼ନ୍ତୁ

ମାଓବାଦୀଙ୍କ ସହିଦ୍ ସପ୍ତାହ
ମାଓବାଦୀଙ୍କ ସହିଦ୍ ସପ୍ତାହ
ମାଓବାଦୀଙ୍କ ସହିଦ୍ ସପ୍ତାହ

ରାୟଗଡ଼ା: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ଶହୀଦ ସପ୍ତାହ । ପୋଲିସ୍ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡାକଡ଼ି କରାଯିବା ସହ ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ କଡା ନଜର ରଖିଛି । ଏସ୍‌ଓଜି-ସିଆର୍‌ପିଏଫ୍-ବିଏସ୍ଏଫ୍ ପକ୍ଷରୁ ନିୟମଗିରି ଭଳି ସମ୍ବେଦନ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପାତ୍ର ।

ରାୟଗଡ଼ା ଜିଲ୍ଲାକୁ ଲାଗିଥିବା କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଛି । ଗତକାଲି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରିର ପାରସାଲି ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି । ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ନାମରେ ଲଗାଯାଇଥିବା ପୋଷ୍ଟରରେ ଶହୀଦ ସପ୍ତାହକୁ ପାଳନ କରିବା ପାଇଁ ଆହ୍ବାନ ଦେବାପରେ ଶହୀଦ ସପ୍ତାହରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବା ପାଇଁ କିଛି ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ଦେଇଛି । ଏହାପରେ ପୋଲିସ୍ ପକ୍ଷରୁ ସାରା ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି । ମାଓ ପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ CRPF, BSF ଯବାନ କୁମ୍ବିଂରେ ସାମିଲ୍ ହୋଇଛନ୍ତି । ବିଶେଷ କରି ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଛି ପୋଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ଏହି ଅଞ୍ଚଳରେ ପୋଲିସ୍ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡ଼ାରେ ଲାଗିଲା ଲାଲବାହିନୀର ପୋଷ୍ଟର, ଶହୀଦ ସପ୍ତାହ ପାଳିବାକୁ ଆହ୍ବାନ

ଏନେଇ ଅଧିକ ସୂଚନା ଦେଇ ରାୟଗଡା ଅତିରିକ୍ତ ଏସ୍‌ପି କହିଛନ୍ତି, "ଆନ୍ତଃଜିଲ୍ଲା ସୀମା ଉପରେ କଡା ନଜର ରଖାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ରାସ୍ତା ସିଲ୍ ସହ ମାଓ ପ୍ରଭାବିତ ଗାଁ ଗୁଡ଼ିକ ଉପରେ ନଜର ରଖାଯାଇଛି । ମୁନିଗୁଡ଼ା-ଚନ୍ଦ୍ରପୁର, କଲ୍ୟାଣସିଂହପୁର-ତ୍ରିଲୋଚନପୁର-କଳାହାଣ୍ଡି, ଅମ୍ବାଦଳା-ବେଲଘର, ମୁନିଗୁଡ଼ା-କୋଟଗଡ଼-ବାଲିଗୁଡ଼ା ରାସ୍ତା ଉପରେ ମାଓବାଦୀ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି । ଶହୀଦ ସପ୍ତାହର ପ୍ରଥମ ଦିନରେ ରାୟଗଡ଼ା ଜିଲ୍ଲାର କୌଣସି ସ୍ଥାନରେ ମାଓବାଦୀ ପୋଷ୍ଟର, ବ୍ୟାନର ଲଗାଇବାରେ ସକ୍ଷମ ହୋଇନାହାନ୍ତି ।" ତଥାପି ମାଓବାଦୀଙ୍କ ସହିଦ୍ ସପ୍ତାହକୁ ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥା ସହ କୁମ୍ବିଂ, ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପାତ୍ର । ଅନ୍ୟପଟେ ଓଡିଶା ରାଜ୍ୟ ପରିବହନ ବିଭାଗ ରାୟଗଡା ଶାଖା ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ରାୟଗଡାରୁ ୫ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ କରୁଥିବାବେଳେ ରାୟଗଡାରୁ ତଙ୍ଗାପାଇ, କାଶୀପୁର, ରାମପୁର, ଚନ୍ଦ୍ରପୁର ଓ ରାୟଗଡାରୁ ନାରାୟଣପାଟଣାକୁ ଯାଉଥିବା ସମସ୍ତ ବସକୁ ବନ୍ଦ କରାଯାଇଛି । ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା OSRTC ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.