ରାୟଗଡା: କେନ୍ଦ୍ର ସରକାରଙ୍କ ଟେକ୍ସଟାଇଲ ମନ୍ତ୍ରଣାଳୟ ତରଫରୁ ଆଦିମ ଜନଜାତି ଡଙ୍ଗରିଆଙ୍କ ହସ୍ତକଳାର ମାର୍କେଟିଂ, ଜିଇଏମ ପୋର୍ଟାଲ ଓ ଜିଏସଷ୍ଟି ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇଥିବାବେଳେ ଆଗାମୀ ଦିନରେ ଡଙ୍ଗରିଆ କପଡା ଗୁନ୍ଦା ପ୍ରଚାର ପ୍ରସାର ଓ ବଜାରୀକାରଣ ପାଇଁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।
ଏହି ଅବସରରେ ଡଙ୍ଗରିଆ କପଡାଗୁନ୍ଦା କରିଗରଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଲେଇ ମେସିନ ପ୍ରଦାନ କରାଯାଇଛି। ଏହି ଅବସରରେ ହସ୍ତକଳା ସହ ନିର୍ଦ୍ଦେଶକଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସହ ଡଙ୍ଗରିଆ ମହିଳା ଯୋଗ ଦେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ