ରାୟଗଡା: ଗୁଟଖାର ପେଣ୍ଠସ୍ଥଳୀ ପାଲଟିଛି ରାୟଗଡା ସହର । ସହର ଦେଇ ଯାତାୟତ ରେଳରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗୁଟଖା କାରବାର ହେଉଛି । ଶନିବାର ରାୟଗଡା ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ବାରା ୨୬ ପ୍ୟାକେଟ ଚୋରା ଚାଲାଣ ହେଉଥିବା ଗୁଟଖା ଜବତ ହୋଇଛି । ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ।
ଖବର ଅନୁଯାୟୀ, ଏହି ସବୁ ଗୁଟଖା ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖାପାଟନମ୍ -ରାୟଗଡା ପାସେଞ୍ଜରରୁ ଓହ୍ଳାଇ ରାୟଗଡା ରେଳବାଇ ଷ୍ଟେସନ ପରିସରରେ ଥିବା ଗୋଦାମ ଗୃହରେ ଗଚ୍ଛିତ ରଖାଯାଇଥିଲା। କୈାଣସି ସୂତ୍ରରୁ ଖବର ପାଇ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆରପିଏଫ ଏହାକୁ ଜବତ କରିଛି ।
ତେବେ ପ୍ରତିଦିନ ରାଜ୍ୟ ବାହାରକୁ ଗୁଟଖା ଆମଦାନୀ ରପ୍ତାନୀ ହେଉଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଯାହାଫଳରେ ଗୁଟଖା ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡ଼ା ରେଳଷ୍ଟେସନ।
ରାୟଗଡାରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ