ରାୟଗଡା: ଆରପାରିରେ ବିଶିଷ୍ଟ ମୃଦଙ୍ଗ ବାଦକ, ସଙ୍ଗୀତଜ୍ଞ ତଥା ପ୍ରହଲାଦ ନାଟକର ନିର୍ଦ୍ଦେଶକ ଗୁରୁ ସୁଧାକର ପାଣିଗ୍ରାହୀ ।
ରାୟଗଡା ଜିଲ୍ଲାରେ ପଦ୍ମପୁର ଅଞ୍ଚଳର ଜନ୍ମ ହୋଇଥିବା ଗୁରୁ ସୁଧାରକର ଜଣେ ଉଚ୍ଚକୋଟୀର ମୃଦଙ୍ଗ ବାଦକ ସାଙ୍ଗକୁ 80 ଦଶକରେ ଗାଁ ଗହଳିରେ ଚାଲିଥିବା ଦଶିଆ ନାଟକର ନିର୍ଦ୍ଦେଶକ ଥିଲେ। ପଦ୍ମପୁର ନୂଆ ସାହି ଆଖଡ଼ାରୁ ଆରମ୍ଭ କରିଥିବା ତାଙ୍କ ସଂକୀର୍ତ୍ତନ ମଣ୍ଡଳୀ ରାୟଗଡ଼ ଜିଲ୍ଲାଠାରୁ ଆରମ୍ଭ କରି ପୁରୀ ବଡଦାଣ୍ଡ ଏପରିକି ସୁଦୂର ମଥୁରା, ବୃନ୍ଦାବନ, ଦ୍ଵାରିକା, ବଦ୍ରୀନାଥ ଯାଇ ବେସ ପ୍ରଶଂସା ସାଉଁଟିଥିଲେ । କେବଳ ଜିଲ୍ଲା ନୁହଁ ରାଜ୍ୟର ଅନେକ ପିଲାକୁ ମୃଦଙ୍ଗ ବାଦକ ରୁପେ ତିଆରି କରି ସେ ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି।
ଦୀର୍ଘଦିନ ହେଲା ଏକ ମୋଟର ସାଇକେଲ ଦୁର୍ଘଟଣାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ସମୟରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ଏନେଇ ସାରା ଜିଲ୍ଲାରେ ଖେଳିଯାଇଛି ଶୋକର ଛାୟା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ