ETV Bharat / state

ଆକ୍ସନ ମୋଡ଼ରେ ଗୁଣପୁର ଉପଜିଲ୍ଲାପାଳ ତଥା ଯୁବ ଆଇଏଏସ, ଅଚାନକ ବଜାର ବୁଲି କଲେ ଅମାନିଆଙ୍କୁ ସାବାଡ଼ - Gunupur Deputy District Magistrate in action

ଜିଲ୍ଲାରେ କୋରୋନା ସଂକ୍ରମଣ ଉତ୍କଟ ରୂପ ଧାରଣ କରିଥିବାବେଳେ ଆକ୍ସନ ମୋଡକୁ ଆସିଛନ୍ତି ଗୁଣପୁର ଉପ ଜିଲ୍ଲାପାଳ ତଥା ଯୁବ ଆଇଏଏସ ଅଧିକାରୀ ଜେ ସୋନାଲ । ଅଧିକ ପଢନ୍ତୁ...

ଏକ୍ସନ ମୋଡ଼ ରେ ଗୁଣୁପୁର ଉପ ଜିଲ୍ଲାପାଳ
ଏକ୍ସନ ମୋଡ଼ ରେ ଗୁଣୁପୁର ଉପ ଜିଲ୍ଲାପାଳ
author img

By

Published : Apr 22, 2021, 10:59 PM IST

ରାୟଗଡା: ଜିଲ୍ଲାରେ କୋରୋନା ସଂକ୍ରମଣ ଉତ୍କଟ ରୂପ ଧାରଣ କରିଥିବାବେଳେ ଆକ୍ସନ ମୋଡକୁ ଆସିଛନ୍ତି ଗୁଣପୁର ଉପ ଜିଲ୍ଲାପାଳ ତଥା ଯୁବ ଆଇଏଏସ ଅଧିକାରୀ ଜେ ସୋନାଲ । ବିଭିନ୍ନ ସ୍ଥାନ ବୁଲି ସେ ଲୋକଙ୍କୁ ସଚେତନ କରୁଥିବାବେଳେ କିଛି ଅମାନିଆକୁ ସାବାଡ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ କୋରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାକୁ କଡାକଡି ଅନୁପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଜର ଚେଷ୍ଟା ଜାରି ରଖିଛି ।

ଏକ୍ସନ ମୋଡ଼ ରେ ଗୁଣୁପୁର ଉପ ଜିଲ୍ଲାପାଳ ତଥା ଯୁବ ଆଇଏଏସ, ଅଚାନକ ବଜାର ବୁଲି କଲେ ଅମାନିଆ ଙ୍କୁ ସାବାଡ଼

ତଥାପି କିଛି ଅମାନିଆଙ୍କ ଯୋଗୁଁ କଟକଣା ତା ବାଟରେ ରହିଯାଉଥିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି । ଆଜି ଜିଲ୍ଲାରେ ଶତକ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଉପ ଜିଲ୍ଲାପାଳ । ଅଚାନକ ବଜାର ଅଞ୍ଚଳ ଗସ୍ତ କରି ଭିଡ଼ ପରିଲକ୍ଷିତ ବିଭିନ୍ନ ଦୋକାନରେ ଚଢ଼ାଉ କରିଥିଲେ । ନିୟମ ଉଲଙ୍ଘନ କରୁଥିବା କିଛି ଦୋକାନୀଙ୍କ ଉପରେ ଫାଇନ କରାଯାଇଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.