ETV Bharat / state

ଦୁର୍ଗମ ଘାଟି ଚଢି ଲୋକଙ୍କ ସେବାରେ ଗୁଣପୁର ବିଧାୟକ - ଗୁଣପୁର ବିଧାୟକ

ଲୋକଙ୍କ ସେବାର ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଏହି ନେତା । ହେଲେ ନିର୍ବାଚନ ଜିତିବା ପରେ ଅନ୍ୟଙ୍କ ପରି ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି ଏହି ବିଧାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 8, 2019, 6:29 AM IST

ରାୟଗଡା: ଲୋକଙ୍କ ସେବାର ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଏହି ନେତା । ହେଲେ ନିର୍ବାଚନ ଜିତିବା ପରେ ଅନ୍ୟଙ୍କ ପରି ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି ଏହି ବିଧାୟକ । ଯେଉଁ ମାଟିକୁ ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ନେତା କିମ୍ବା ପ୍ରଶାସକ ଛୁଇଁ ନଥିଲେ ସେହି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ।

କଥାଟି ଟିକେ ଅଲଗା ଲାଗୁଥିଲେ ମଧ୍ୟ ସତ । ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ ଝିପି ଝିପି ବର୍ଷା । ଏସବୁ ସମସ୍ୟାରେ ଘେରା ରାସ୍ତା ଦେଇ 5 କିଲୋମିଟର ଚାଲି ଚାଲି ରାମନାଗୁଡା ବ୍ଲକ ପାରଖିତି ପଞ୍ଚାୟତର କଣ୍ଡାବାରିଡି ଗାଁରେ ପହଞ୍ଚିଛନ୍ତି ଗୁଣପୁର ବିଧାୟକ । ଅଞ୍ଚଳଟି ସହରଠାରୁ ପାଖରେ ଥିଲେ ମଧ୍ୟ ବିକାଶଠାରୁ ଅନେକ ଦୂରରେ କହିଲେ କିଛି ଭୁଲ ହେବ ନାହିଁ । ଏପରି ଏକ ଦୁର୍ଗମ ଅଞ୍ଚଳକୁ ଯାଇ ରବିବାର ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ରଘୁନାଥ ଗମାଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ବଦଳିପାରିନି ଏହି ଅଞ୍ଚଳର ଚିତ୍ର । କଣ୍ଡାବାରଡ଼ି ଭଳି ଅନେକ ଗାଁ ବୟାନ କରୁଛି ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ପାନୟ ଜଳ ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ଥିବା କଥା । ଘାଟି ରାସ୍ତା ତା’ ସାଙ୍ଗକୁ ଅଣଓସାରିଆ ଏହି ରାସ୍ତାରେ ଚାରି ଚକିଆ ତ ଦୂରର କଥା ଦୁଇ ଚକିଆଟିଏ ମଧ୍ୟ ଯିବା ମୁସକିଲ । ଆଉ ଟିକିଏ ବର୍ଷା ହେଲେ କଥା ସରିଲା । ତଥାପି ତେଲ ଲୁଣ ଦୁନିଆରେ ବଞ୍ଚିବା ପାଇଁ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ।

କେବଳ ରାସ୍ତା ନୁହେଁ ଗତ ବାତ୍ୟାରେ ଉଡ଼ିଯାଇଥିବା ସ୍କୁଲ ଘର ବୟାନ କରୁଛି ଅଞ୍ଚଳରେ ବିକାଶର କଥା । ଦୁଇ ବର୍ଷ ତଳୁ ସ୍କୁଲର ଛାତ ଉଡ଼ିଲାଣି ହେଲେ ମରାମତି ହୋଇ ପାରୁନି । ତେଣେ ପିଇବା ପାଣି କଥା ଅକଥନୀୟ । ଏମିତି ସମସ୍ୟାରେ ବର୍ଷ ବର୍ଷ ଧରି ଲୋକେ ବଞ୍ଚୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଇନି । ଅନ୍ୟପଟେ ଗାଁରେ ଥିବା ନଳକୂପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ । ଫଳରେ ଲୋକଙ୍କ ଭରସା ସାଜିଛି ଗାଁ ନିକଟରେ ଥିବା ଚୁଆ ପାଣି ।

ଏତେ ସବୁ ସମସ୍ୟାର ଖବର ପାଇ ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ ରଘୁନାଥ । ତେବେ ଗାଁକୁ ପ୍ରଥମେ ରାସ୍ତା ହେଲେ ପରେ ଅନ୍ୟ ସମସ୍ତ ସମସ୍ୟାର ଆପେ ଆପେ ସମାଧାନ ହୋଇଯିବ ବୋଲି କହିଛନ୍ତି ରଘୁନାଥ । ତେଣୁ ଅତିଶୀଘ୍ର ରାସ୍ତା ପାଇଁ ସେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

SLUG – ଦୁର୍ଗମ ଘାଟି ଚଢ଼ି ଲୋକଙ୍କ ସମସ୍ୟା ବୁଝିଲେ ଗୁଣପୁର ବିଧାୟକ  ।
REPORT – RANJAN RATH 
FORMATE –PKG 
ANCHOR -ଅଙ୍କାବଙ୍କା ରାସ୍ତାକୁ ଉଠାଣି ଚଢ଼ାଣି  । ଏମିତି ରାସ୍ତାରେ ନିତି ଚାଲିଥାନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ପାରଖିତି ପଚାଂୟତର କଣ୍ଡାବାରିଡ଼ି ଗାଁର ଲୋକେ  । ସହରଠାରୁ ପାଖ  ହେଲେ ବିକାଶ ଠାରୁ ଅନେକ ଦୁରରେ ରହିଛି ଏହି ଗାଁ  । ସ୍ୱଧିନ ପରଠାରୁ କେବେ ମଧ୍ୟ ଏଠି ବିଧାୟକ କିମ୍ବା ପ୍ରଶାସନିକ ଉଚ୍ଚ ପଦାଧିକାରିଙ୍କ ପାଦ ପଡ଼ିନି ଏଠି  । ଏଭଳି ଦୁର୍ଗମ ଅଚଂଳକୁ  ଝିପିଝିପି ବର୍ଷାରେ ଭିଜି ଭିଜି ଦିର୍ଘ ୫ କିଲୋମିଟର ଚାଲି ଚାଲି ଗାଁରେ ପହଁଚି ସ୍ଥିତି ପରଖିଥିଲେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ  । 
VO-1- ଆଦିବାସି ଅଚଂଳର ବିକାଶପାଇଁ ସରକାର କରୁଛନ୍ତି ଅନେକ ଯୋଜନା  । ଆଉ ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା  । ତଥାପି  ବଦଳୁନି ି ଆଦିବାସି ଅଚଂଳର ଚିତ୍ର  । କଣ୍ଡାବାରଡ଼ି ଭଳି ଅନେକ ଗାଁ ବୟାନ କରୁଛି ରାସ୍ତାଘାଟ ,ଶିକ୍ଷା , ସ୍ୱସ୍ଥ୍ୟସେବା ଏବଂ ପାନୟ ଜଳ ଭଳି ମୈଳିକ ସମସ୍ୟାରୁ ବଚିଂତ ଥିବା କଥା  । ଘାଟିରାସ୍ତା ତାସାଙ୍ଗକୁ ଅଣଓସାରିଆ ଏ ରାସ୍ତାରେ ଚାରିଚକିଆ ତ ଦୁରରକଥା ଦୁଇଚକିଅଟିଏ ମଧ୍ୟ ଯିବା ମୁସକିଲ  । ଆଉ ଟିକିଏ ବର୍ଷା ହେଲେ କଥା ସରିଲା ।  ତଥାପି ତେଲଲୁଣ ଦୁନିଆରେ ବଚିଂବାପାଇଁ ଏରାସ୍ତାରେ ସବୁଦିନ ଜିବାଆସିବାର ସଗ୍ରାମ କରୁଛନ୍ତି ସ୍ଥାନିୟ ଲୋକେ  ।
ବାଇଟ- ଗ୍ରାମବାସି
ବାଇଟ- ଗ୍ରାମବାସି
VO-2 -କେବଳ ରାସ୍ତା ନୁହେଁ ଗତ ବାତ୍ୟାରେ ଉଡ଼ିଯାଇଥିବା ସ୍କୁଲଘର ବୟାନ କରୁଛି ବିକାଶର କଥା  । ଦୁଇବର୍ଷ ତଳୁ ସ୍କୁଲର ଛାତ ଉଡ଼ିଲାଣି ହେଲେ ମରାମତିର ନାଧରୁନି ବିକାଶର ସ୍ୱପ୍ନରେ ମତୁଆଲ ଥିବା ପ୍ରଶାସନ  । ପିଇବା ପାଣିର କଥା ନକହିଲେ ଭଲ  । ଏମିତି ସମସ୍ୟା ବର୍ଷବର୍ଷ ଧରି ଲୋକେ ଭୋଗୁଥିଲେ ମଧ୍ୟ  ଏହାର ସ୍ଥାୟୀ ପ୍ରତିକାର କରାଯାଇନି  । ଗାଁରେ ଥିବା ନଳକୁପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ ଫଳରେ ଲୋକଙ୍କ ଭରସା ସାଜିଛି ଗାଁ ନିକଟରେ ଥିବା ଚୁଆଁପାଣି  । ତେବେ ଏତେ ସବୁ ସମସ୍ୟାର ଖବର ପାଇ ଗାଁରେ ପହଁଚି ସ୍ଥିତି ପରଖିଥିଲେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ  । ପରେ ଗାଁକୁ ପ୍ରଥମେ ରାସ୍ତା ହେଲେ ପରେ ଆଉସବୁ ସମସ୍ୟାର ଆପେଆପେ ସମାଧାନ ହୋଇଯିବ ତେଣୁ ଅତିଶିଘ୍ର ରାସ୍ତା ପାଇଁ ସେ ପଦକ୍ଷେପ ନେବେ ବୋଲି ପତେିଶୃତି ଦେଇଥିଲେ । 
ବାଇଟ – ରଘୁନାଥ ଗମାଙ୍ଗ ( ଗୁଣପୁର , ବିଧାୟକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.