ETV Bharat / state

ସୁନା ଦୋକାନରେ ବାଣିଜ୍ୟକର ବିଭାଗର ଚଢ଼ାଉ

author img

By

Published : Dec 19, 2022, 11:27 AM IST

ରାୟଗଡ଼ା ଜିଲ୍ଲା ସଦରମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ରାଜ୍ୟ ବାଣିଜ୍ୟକର ବିଭାଗର ଚଢାଉ । ଅଧିକ ପଢନ୍ତୁ

ସୁନା ଦୋକାନରେ ବାଣିଜ୍ୟକର ବିଭାଗର ଚଢ଼ାଉ
ସୁନା ଦୋକାନରେ ବାଣିଜ୍ୟକର ବିଭାଗର ଚଢ଼ାଉ
ସୁନା ଦୋକାନରେ ବାଣିଜ୍ୟକର ବିଭାଗର ଚଢ଼ାଉ

ରାୟଗଡ଼ା: ସୁନା ଦୋକାନରେ ବାଣିଜ୍ୟକର ବିଭାଗର ଚଢାଉ । ରାୟଗଡ଼ା ଜିଲ୍ଲା ସଦରମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ରାଜ୍ୟ ବାଣିଜ୍ୟକର ବିଭାଗ ଚଢାଉ କରିଥିଲା । ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ବରେ ଏକ ଟିମ ଦିନ ୧୧ଟା ସମୟରେ ହଠାତ୍‌ ଭାରତୀ ସୁନା ଦୋକାନରେ ଚଢାଉ କରି ତାହାର ହିସାବ କାଗଜପତ୍ର ଜବତ କରିଥିଲେ ।

ଏନେଇ ଅତିରିକ୍ତ କମିଶନର କହିଛନ୍ତି ଯେ, କୌଣସି ଏକ ଅଭିଯୋଗ ହୋଇଥିବା ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଅଭିଯୋଗକାରୀଙ୍କ ନାମ ଗୋପନ ରଖିଥିବା କହିଛନ୍ତି ଅତିରିକ୍ତ କମିଶନର । ଭାରତୀ ସୁନା ଦୋକାନୀ ମାଲିକ କେ ଗୌରି ଓ କେ ସୁନିଲ କୁମାର ଲୋକମାନଙ୍କୁ ନିମ୍ନ ଗୁଣାତ୍ମକ ମାନର ସୁନା ବିକ୍ରି କରି ଠକୁଥିବା ନେଇ ଭୁବନେଶ୍ବର ସ୍ଥିତ ମୁଖ୍ୟ ରାଜ୍ୟ ବାଣିଜ୍ୟକର କାର୍ଯ୍ୟାଳୟରେ ଅଭିଯୋଗ ନେଇ ଏହି ଚଢ଼ାଉ କରାଯାଇଛି । ଏହି ଚଢାଉ ଫଳରେ ବାଣିଜ୍ୟ କର ଠକୁଥିବା ସମସ୍ତ ସୁନା ଦୋକାନୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ବହୁତ ଦିନ ପରେ ରାୟଗଡ଼ା ଜିଲ୍ଲାରେ ଏହି ଚଢାଉ ହୋଇଥିବା ବେଳେ ଜନସାଧାରଣ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.