ETV Bharat / state

ଟ୍ରକ ମାଲିକଙ୍କ ଏତଲାରେ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ

ଟ୍ରକ ମାଲିକଙ୍କ ଏତଲାରେ ରାୟଗଡା ସହରର ଆମ୍ବାଗୁଡ଼ା ନିକଟରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରାଯାଇଛି ।

author img

By

Published : Nov 8, 2020, 7:16 PM IST

ଟ୍ରକ ମାଲିକଙ୍କ ଏତଲାରେ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ
ଟ୍ରକ ମାଲିକଙ୍କ ଏତଲାରେ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ

ରାୟଗଡା: ଗଞ୍ଜେେଇ ଜବତ ଘଟଣାରେ ନୁଆମୋଡ଼ । ଟ୍ରକ ମାଲିକଙ୍କ ଏତଲାରେ ଧରାପଡ଼ିଲା ଟ୍ରକ । ରାୟଗଡା ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ଥମିବାରୁ ନାଁ ଧରୁନି । ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ଏହି କ୍ରମରେ ଶନିବାର ରାୟଗଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ଗାଡିକୁ ଜବତ କରିଥିଲା ।

ଗଞ୍ଜେଇ ସହ ଚାଲାଣରେ ସମ୍ପୃକ୍ତ ସନ୍ଦେହରେ ଟ୍ରକ ମାଲିକକୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିଲା । କିନ୍ତୁ ପଚରା ଉଚରା ବେଳେ ଟ୍ରକ ଜବତ ଘଟଣା ଅଲଗା ମୋଡ ନେଇଥିଲା ।

ରବିବାର ଏନେଇ ଗଣମାଧ୍ୟମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନନ୍ତ ନାରାୟଣ ମହାନ୍ତି ସୂଚନା ଦେଇ କହିଛନ୍ତି, ଗତ କିଛି ଦିନ ଧରି ସମ୍ପୃକ୍ତ ଟ୍ରକର ମାଲିକ ଅଖିଳ ଭିକନ ପଞ୍ଜାରି ନିଜ ଟ୍ରକର କୌଣସି ସୂଚନା ପାଇପାରି ନଥିଲେ । ଟ୍ରକଟି ରାୟଗଡ଼ା ସହର ନିକଟରେ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ସେ ରାୟଗଡ଼ା ପହଁଞ୍ଚି ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ଆଧାରରେ ଟ୍ରକଟିକୁ ସହରର ଆମ୍ବାଗୁଡ଼ା ନିକଟରୁ ଜବତ କରାଯାଇଥିଲା । ଯାଞ୍ଚ କରିବା ସମୟରେ ଟ୍ରକରୁ ୪୫ଟି ବସ୍ତାରେ ଥିବା ୧୧୧୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ଡ୍ରାଇଭର ଅନିଲ ଯାଦବ ଫେରାର ରହିଛି ।

ତେବେ ଗତ ୪ ଦିନ ହେଲା ଆମ୍ବାଗୁଡା ଠାରେ ଏହି ଗଞ୍ଜେଇ ବୋଝେଇ ଗାଡି ଠିଆ ହୋଇଥିଲା । ରାୟଗଡା ପୋଲିସ କର୍ମଚାରୀମାନେ ସାଧା ପୋଷାକରେ ଥାଇ ଗାଡି ଉପରେ ନଜରେ ରଖିଥିଲେ । ତେବେ ପୋଲିସକୁ ସୂଚନା ମିଳିଥିବା ସନ୍ଦେହ କରି ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା ।

ତେବେ ଡ୍ରାଇଭର ଗିରଫ ହେବା ପରେ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଥିଲେ ସେ ସଂପର୍କରେ ସୂଚନା ମିଳିବା ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.