ETV Bharat / state

ରାୟଗଡାରେ ରାମ ଜନ୍ମଭୂମି ପାଇଁ ନିଧି ସଂଗ୍ରହ ଅଭିଯାନ

author img

By

Published : Jan 26, 2021, 2:11 PM IST

ରାମ ଜନ୍ମଭୂମି ନିର୍ମାଣ ପାଇଁ ରାୟଗଡାରେ ମାସେ ଧରି ଚାଲିବ ନିଧି ସଂଗ୍ରହ ଅଭିଯାନ । ଅଧିକ ପଢନ୍ତୁ...

ରାମ ଜନ୍ମଭୂମି ପାଇଁ ନିଧି ସଂଗ୍ରହ ଅଭିଯାନ
ରାମ ଜନ୍ମଭୂମି ପାଇଁ ନିଧି ସଂଗ୍ରହ ଅଭିଯାନ

ରାୟଗଡା: ସାରା ରାଜ୍ୟରେ ରାମ ଜନ୍ମଭୂମି ନିର୍ମାଣ ପାଇଁ ଜିଲ୍ଲାଗୁଡିକରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ରାୟଗଡାରେ ଏହି ନିଧି ସଂଗ୍ରହ କାର୍ଯ୍ୟକ୍ରମ ମାସକ ଧରି ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି ।

ରାମ ଜନ୍ମଭୂମି ପାଇଁ ନିଧି ସଂଗ୍ରହ ଅଭିଯାନ

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧ ସଂଗ୍ରହ ଚାଲିଥିବା ବେଳେ ରାୟଗଡା ଜିଲ୍ଲାରେ ରାମ ଭକ୍ତମାନେ ଏକତ୍ରିତ ହୋଇଛନ୍ତି । ଅଯୋଧ୍ୟ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୋମବାର ସକାଳ ୯.୦୦ଘଣ୍ଟିକା ସମୟରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରାୟଗଡା ଶ୍ରୀ ଜଗନ୍ନାଥ ମନ୍ଦିର ଠାର ପୂଜାର୍ଚ୍ଚନା ସାରି " ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନ ରଥ " ବାହାରିଛି । ପୁରୁଣା ବସଷ୍ଟାଣ୍ଡ , ମେନ ରୋଡ ଦେଇ ସାରଳା ଛକଠାରେ ଅଭିଯାନ ସମାପ୍ତ ହୋଇଥିଲା । ଏଥିରେ ରାୟଗଡା ସହରର ଶତାଧିକ ଲୋକ ଉପସ୍ଥିତ ଥିଲେ ।

ରାୟଗଡା ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ସଭାପତି ରାଜୁ ସାହୁ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସଦସ୍ୟ ଏବଂ ସହରର ମନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ବଇଚ୍ଛାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଥିଲେ । ଏକ ମାସ ଧରି ଏହି ଅଭିଯାନ ଜାରି ରହିବ ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.