ETV Bharat / state

Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି - ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା ଅପଡେଟ

ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ତଦନ୍ତ । ହୋଟେଲରେ ପହଞ୍ଚି ପୁଣି ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

russian tourists suspicious death
russian tourists suspicious death
author img

By

Published : Jan 2, 2023, 12:57 PM IST

କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ରାୟଗଡା: ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା(Russian Tourists Death) । ଦିନ ଗଡିବା ସହ ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ପାଭେଲ ଆଣ୍ଟୋଭ ମୃତ୍ୟୁ ଘଟଣାକୁ ନେଇ ବଢୁଛି ସନ୍ଦେହ । ଆଜି ଚତୁର୍ଥ ଦିନରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ହୋଟେଲରେ ପହଞ୍ଚି ପୁଣି ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ(crime branch ) । ଗତକାଲି ତଦନ୍ତରେ ସାଇଣ୍ଟିଫିକ ଟିମ ଓ ଫରେନସିକ ଟିମ ସାମିଲ ହୋଇନଥିବା ବେଳେ ଆଜି ତଦନ୍ତରେ ସାମିଲ ହୋଇଛନ୍ତି । ଡିଏସପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ ଆଜି ପୁଣି ଥରେ ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜି ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

NHRCଙ୍କ ରିପୋର୍ଟ ତଲବ

ଅନ୍ୟପଟେ ଭ୍ଲାଦିମିର ବିଦାନୋଭ ଓ ପାଭେଲ ଆଣ୍ଟୋଭ ମୃତ୍ୟୁ ଘଟଣାରେ ଜାତୀୟ ମାନବ ଅଧିକାର କମିଶନର ହସ୍ତକ୍ଷେପ କରିଛନ୍ତି । ଏନେଇ ରାୟଗଡା ଏସପିଙ୍କୁ ନୋଟିସ କରିଛି NHRC । ଚାରି ସପ୍ତାହ ମଧ୍ୟରେ ଏହି ଘଟଣାରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ,ଏହି ଘଟଣାରେ କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର କମିଶନଙ୍କ ଦ୍ୱାରସ୍ତ ହେବା ପରେ କମିଶନ ରାୟଗଡା ଏସପିଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ପୋଲିସ ଡିଜିଙ୍କୁ ନୋଟିସ୍‌ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

ହାଡ ପାଉଁଶରୁ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚ ଟିମ ଗତ ୩୦ ତାରିଖରେ ରାୟଗଡ଼ାରେ ପହଞ୍ଚି ପ୍ରଥମେ ରାୟଗଡ଼ା ଥାନାକୁ ଯାଇ ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ, ପରେ ହୋଟେଲ ରୁମକୁ ଯାଇ ଛାନଭିନ କରିଥିଲେ । ତଦନ୍ତର ଦ୍ବିତୀୟ ଦିନରେ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲା କ୍ରାଇମବ୍ରାଞ୍ଚ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ଦରପୋଡ଼ା ହାଡ଼, କାଠ ଓ ପାଉଁଶ ସଂଗ୍ରହ କରି ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ହସ୍ତଗତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଗଞ୍ଜେଇ ସେବନ କରିଥିଲେ ଭ୍ଲାଦିମିର !

ହୋଟେଲ କର୍ମଚାରୀଙ୍କୁ ଚାଲିଛି ଜେରା

ତଦନ୍ତର ତୃତୀୟ ଦିନରେ କେବଳ କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଥିବା ବେଳେ ହୋଟେଲ କର୍ମଚାରୀଙ୍କୁ ଜେରା କରାଯାଇଥିଲା । ପୃଥକ ପୃଥକ ଭାବରେ DSP ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.