ETV Bharat / state

ବିନା ଥଇଥାନରେ ଜବରଦଖଲ ଉଚ୍ଛେଦ, ଖୋଲା ଆକାଶ ତଳେ ଶତାଧିକ - ରାୟଗଡାରେ ଜଜବରଦଖଲ ଉଚ୍ଛେଦ

ରାୟଗଡା ପୌର ପରିଷଦ ଅନ୍ତର୍ଗତ 1 ନଂ ଓ୍ବାର୍ଡରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ବିନା ଥଇଥାନରେ ଉଚ୍ଛେଦ ଫଳରେ ବସହରା ଶତାଧିକ....

ବିନା ଥଇଥାନରେ ଜବରଦଖଲ ଉଚ୍ଛେଦ , ଖୋଲା ଆକାଶ ତଳେ ଶତାଧିକ

author img

By

Published : Nov 19, 2020, 4:51 AM IST

Updated : Nov 19, 2020, 9:23 AM IST

ରାୟଗଡା : ରାୟଗଡା ପୌର ପରିଷଦ ଅନ୍ତର୍ଗତ 1 ନଂ ଓ୍ବାର୍ଡରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ଜେସିବି ମେସିନ ସାହାର୍ଯ୍ୟରେ ପ୍ରାୟ 15 ଘରକୁ ଭଙ୍ଗାଯାଇଛି । ଫଲରେ ଏବେ ବାସହରା ହୋଇ ପଡିଛନ୍ତି ଶତାଧିକ ଲୋକ । କିଏ ଗହଣା ବନ୍ଧା ପକାଇ ତ ଆଉ କିଏ ମୁଲ ଲାଗି ତିଆରି କରିଥିଲେ ଘର । ପରେ କିନ୍ତୁ ଏହା ସରକାରୀ ଜମି ବୋଲି କହି ସେଠାରୁ ଜବରଦଖଲ ଖାଲି କରିବାକୁ ନୋଟିସ ଜାରି କରିଥିଲା ପ୍ରଶାସନ ।

ବିନା ଥଇଥାନରେ ଜବରଦଖଲ ଉଚ୍ଛେଦ, ଖୋଲା ଆକାଶ ତଳେ ଶତାଧିକ

ତେବେ ଥଇଥାନ ନକରି ଉଚ୍ଛେଦ ଆରମ୍ଭ କରିଥିଲା ପ୍ରଶାସନ । ଫଳରେ ଶହ ଶହ ଲୋକ ଏବେ ବାସହରା ହୋଇ ଖୋଲା ଆକାଶ ତଳେ । 20 ବର୍ଷ ଧରି ଏଠାରେ ବସବାସ କରୁଥିବା ଲୋକ ଅଚାନକ ବାସହରା ହୋଇଯଇଥିବା ବେଳେ ପ୍ରଶାସନ ସେମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା କରିନାହିଁ । ଯାହା ଫଳରେ ଲୋକେ ପ୍ରଶାସନ ଉପରେ ଆସ୍ତା ହରାଇଛନ୍ତି ।

ଅନ୍ୟପକ୍ଷେ ସରକାରୀ ଜମି ଜବରଦଖଲରେ ଥିବା ଯୋଗୁଁ ଉଚ୍ଛେଦ କରାଗଲା ଓ ଆଗାମୀ ଦିନରେ ସେମାନଙ୍କ ପଇଁ ସରକାରୀ ପ୍ରକ୍ରିୟା ମାଧ୍ୟମରେ ଥଇଥାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ତହସଲଦାର । ଥଇଥାନ ପରେ ଉଚ୍ଛେଦ ଆରମ୍ଭ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗାଇଡଲାଇନ ଥିବା ସତ୍ତ୍ବେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Nov 19, 2020, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.