ETV Bharat / state

ଛାଡିଛି ବର୍ଷା, ଛାଡିନି ଦୁର୍ଦ୍ଦଶା - ବର୍ଷା

ଜିଲ୍ଲାରେ ଛାଡିଛି ବର୍ଷା । ହେଲେ ଛାଡିନି ଦୁର୍ଦ୍ଦଶା । ଏବେ ମଧ୍ୟ ଜିଲ୍ଲାର ଯୋଗାଯୋଗ ବିଛିନ୍ନ ରହିଛି । ବନ୍ୟା ଆଶ୍ରୟସ୍ଥଳୀରେ ଲାଗିଛି ଭିଡ । ଭରା ନଈରେ ବନ୍ୟା ପାଣି ଦେଖି ନିଦ ହଜି ଯାଉଛି ନଈ କୂଳିଆ ଲୋକଙ୍କର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 9, 2019, 4:20 AM IST

ରାୟଗଡା: ଜିଲ୍ଲାରେ ଛାଡିଛି ବର୍ଷା । ହେଲେ ଛାଡିନି ଦୁର୍ଦ୍ଦଶା । ଏବେ ମଧ୍ୟ ଜିଲ୍ଲାର ଯୋଗାଯୋଗ ବିଛିନ୍ନ ରହିଛି । ବନ୍ୟା ଆଶ୍ରୟସ୍ଥଳୀରେ ଲାଗିଛି ଭିଡ । ଭରା ନଈରେ ବନ୍ୟା ପାଣି ଦେଖି ନିଦ ହଜି ଯାଉଛି ନଈ କୂଳିଆ ଲୋକଙ୍କର । ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲାର ଜଳ ପ୍ରଳୟ ଦ୍ବାରା ପ୍ରଭାବିତ ଅଞ୍ଚଳର । ଯେଉଁଠାରେ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବର୍ଷା ବଢ଼ିଲେ ନାଗାବଳୀ ଏବଂ ବଂଶଧାରା ନଦୀର ତଳୀ ଅଞ୍ଚଳରେ ଲୋକଙ୍କ ଛାତିରେ ପସୁଛି ଛନକା । ଏପଟେ ଜଳ ପ୍ରଳଯରେ ଜିଲ୍ଲାର ଗୁଣପୁର, ଗୁଡାରି, ମୁନିଗୁଡା ଏବଂ କାଶିପୁର ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଛି । ତେଣେ ବୁଧବାର ଜିଲ୍ଲାରେ ବୋହି ଯାଉଥିବା ନାଗାବଳୀ ଏବଂ ବଂଶଧାରା ନଦୀର ଜଳପତନ କ୍ରମଶଃ ବଢି ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରେ ଲାଗିଛି ।

ଗୁରୁବାର ଜଳପତନ ସାମାନ୍ୟ ଖସି ବିପଦ ସଙ୍କେତରୁ ତଳକୁ ପହଞ୍ଚିଛି । ଏପରି ସ୍ଥିତିରେ ବୁଧବାରଠାରୁ 3128ଜଣକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେପଟେ ଗୁଡାରି ସହରର ତଳି ଅଞ୍ଚଳରୁ ପାଣି ନିଷ୍କାସନ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବର୍ଷା ଯୋଗୁଁ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ସହିଛି ରେଳ ବିଭାଗ । ଟିକିରି ଓ ଲେଲିଗୁମ୍ମା ମଝିରେ ଥିବା ରାଉଳି ନିକଟରେ ଏବଂ ଟନେଲ ନମ୍ବର 27ରେ ଦୁଇଟି ବଡ଼ ଗଛ ଭାଙ୍ଗି ପଡ଼ିବା ଫଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି । ତେଣେ ଯୋଗାଯୋଗ ମଧ୍ୟ ବିଛିନ୍ନ ହେବା ଯୋଗୁଁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି ।

ସେହିଭଳି ଟିକିରି ନିକଟରେ ପାହାଡ଼ରୁ ପାଣି ଆସି ଟ୍ରାକ ଉପରେ ଚାଲିବା ଫଳରେ ରାୟଗଡ଼ା-କୋରାପୁଟ ରୁଟର ସମସ୍ତ ଟ୍ରେନକୁ ବୁଧବାରଠାରୁ ବାତିଲ କରି ଦିଆଯାଇଛି । ଅମ୍ବାଦଳା ନିକଟରେ ଟ୍ରାକ ତଳୁ ମାଟି ଧସିଯିବା ଫଳରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବା ସାଙ୍ଗକୁ ଦୁଇଟି ଟ୍ରାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯଦିଓ ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି ତେବେ ଏହି ରୁଟରେ ସମସ୍ତ ଟ୍ରେନକୁ ବାତିଲ କରି ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜିଲ୍ଲାରେ ଛାଡିଛି ବର୍ଷା ହେଲେ ଛାଡିନୀ ଦୁର୍ଦଶା । ଏବେ ମଧ୍ୟ ଜିଲ୍ଲାର ଯୋଗାଯୋଗ ବିଛିନ୍ନ ରହିଛି । ବନ୍ୟା ଆଶ୍ରୟ ସ୍ତଳୀରେ ଲାଗିଛି ଭିଡ । ଭରା ନାଇରେ ବନ୍ୟା ପାଣି ଦେଖି ନିଦ ହଜି ଯାଉଛି ନାଇକୁଳିଆ ଲୋକଙ୍କ । Body:ବର୍ଷା ବଢ଼ିଲେ ନାଗାବଳୀ ଏବଂ ବଂଶଧାରା ନଦୀର ତଳୀ ଅଚଂଳରେ ଲୋକଙ୍କ ଛାତିରେ ପସୁଛି ଛନକା । । ଏପଟେ ଜଳ ପ୍ରଳଯରେ ଜିଲ୍ଲାର ଗୁଣପୁର , ଗୁଡ଼ାରି , ମୁନିଗୁଡ଼ା ଏବଂ କାଶିପୁର ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଛି । ଗତ କାଲି ଜିଲ୍ଲାରେ ବହିଯାଉଥିବା ନାଗାବଳୀ ଏବଂ ବଂଶଧାରା ନଦୀର ଜଳପତନ କ୍ରମଶଂ ବଢ଼ି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ସତର୍କ ସଂକେତର ଟିକିଏ ତଳେ ରହିଛି । ଗତକାଲି ଠାରୁ 3128 ଜଣକୁ ସୁରିଖିତ ସ୍ଥାନକୁ ଅଣାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସେପଟେ ଗୁଡରି ସହରର ତାଳି ଅଞ୍ଚଳରୁ ପଣି ନିଷ୍କାସନ ନହେବାରୁ ଲୋକଙ୍କ ମଧ୍ୟରେ ଆସୋନ୍ତୋଷ ଦେଖା ଦେଇଛି ।
ବାଇଟ - ମାଝି ପାତି ( ଗୁଡାରି ବାସିନ୍ଦା )
ବାଇଟ - ଟି॰ଅନିଲ ( ଗୁଡାରି ବାସିନ୍ଦା )
Conclusion:ବର୍ଷା ଯୋଗୁଁ ଜିଲ୍ଲାରେ ସବୁଠାରୁ ବହୁତ କ୍ଷତି ହୋଇଛି ରେଳ ବିଭାଗ । ଟିକିରି ଓ ଲେଲିଗୁମ୍ମା ମଝିରେ ଥିବା ରାଉଳି ନିକଟରେ ଏବଂ ଟନେଲ ନମ୍ବର ୨୭ରେ ଦୁଇଟି ବଡ଼ ଗଛ ପଡ଼ିବା ଫଳରେ ବିଦ୍ୟୁତ୍ୟ ସେବା ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଛିନ୍ନ ଯୋଗୁଁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ସେହିଭଳି ଟିକିରି ନିକଟରେ ପାହାଡ଼ରୁ ପାଣି ଟ୍ରାକ ଉପରେ ଚାଲିବା ଫଳରେ ରାୟଗଡ଼ା କୋରାପୁଟ ରୁଟର ସମସ୍ତ ଟ୍ରେନକୁ ଗତକାଲି ଠାରୁ ବାତିଲ କରିଦିଆଯାଇଛି । ଅମ୍ବାଦଳା ନିକଟରେ ଟ୍ରାକ ତଳୁ ମାଟି ଧସିଯିବା ଫଳରେ ଏକ ମାଲବାହି ଟ୍ରେନ ଲାଇଚ୍ୟୁତ ସାଙ୍ଗକୁ ଦୁଇଟି ଟ୍ରାକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଥିଲା । ଯଦିଓ ଏଠାରେ ଯୁଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି ତେବେ ଏହି ରୁଟରେ ସମସ୍ତ ଟ୍ରେନକୁ ବାତିଲ କରିଦିଆଯାଇଛି ।
ବାଇଟ - ପ୍ରୋମଦ କୁମାର ବେହେରା ( ଜିଲ୍ଲାପାଳ ,ରାୟଗଡ଼ )
ବାଇଟ -ଏସ॰ ପତୃଡୁ( ଏଡିଆରଏମ , ସମ୍ବଲପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.