ETV Bharat / state

ଅବହେଳାର ଦୋଛକିରେ ବଂଶଧାରା, ନାଗାବଳୀ ଓ କଲ୍ୟାଣୀର ବନ୍ୟା ନିୟନ୍ତ୍ରଣ ଯୋଜନା

author img

By

Published : Jul 21, 2020, 3:35 PM IST

ବଂଶଧାରା, ନାଗାବଳୀ, କଲ୍ୟାଣ ନଦୀ ବନ୍ୟା ପରିଚାଳନା ଯୋଜନା ନାଲିଫିତା ତଳେ ବନ୍ଧାପଡିଛି । ଏଥି ପାଇଁ ୯୮ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇ ୫ ବର୍ଷ ହେଲା ପ୍ରସ୍ତାବରେ ସୀମିତ ହୋଇ ରହିଛି ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପର ରୂପରେଖ। ଫଳରେ ନଦୀଗର୍ଭରେ ଲୀନ ହେବାକୁ ବସିଲାଣି ବହୁ ଗାଁ । ଏପରିକି ବର୍ଷା ଦିନରେ ନଈକୂଳିଆବାସୀ ଭୟଭୀତ ଅବସ୍ଥାରେ ଦିନ କାଟିବା ସହ ଦୁର୍ବିସହ ଜୀବନ ବିତେଇବାକୁ ବାଧ୍ୟ ହେଉଛନ୍ତି । ଅଧିକ ଖବର ପଢନ୍ତୁ...

ଅବହେଳାର ଦୋଛକିରେ ବଂଶଧାରା, ନାଗାବଳୀ ଓ କଲ୍ୟାଣୀର ବନ୍ୟା ନିୟନ୍ତ୍ରଣ ଯୋଜନା
ଅବହେଳାର ଦୋଛକିରେ ବଂଶଧାରା, ନାଗାବଳୀ ଓ କଲ୍ୟାଣୀର ବନ୍ୟା ନିୟନ୍ତ୍ରଣ ଯୋଜନା

ରାୟଗଡା: ନଦୀ ଗର୍ଭକୁ ଠେଲି ହୋଇ ଯାଉଛି ଗାଁ ପରେ ଗାଁ। ସ୍ବପ୍ନ ସଜାଡିଥିବା ଲୋକଙ୍କ ପାଖରେ ଚାରା ନାହିଁ। ଜନଜୀବନ ବ୍ୟତିଵ୍ୟସ୍ତ। ଭୟର ବାତାବରଣ ସାଂଗକୁ ଅସ୍ତବ୍ୟସ୍ତ କରି ପକାଉଛି, ଆତଙ୍କିତ ବନ୍ୟା ! ସରକାରୀ ତହବିଲ୍'ରୁ ବ୍ୟୟ ଅଟ୍ଟକଳ ସହିତ ଖର୍ଚ୍ଚ ପାଇଁ ଗ୍ରୀନ୍ ସିଗନାଲ୍ ମିଳି ସାରିଛି। ଯୋଜନା, ପ୍ରସ୍ତାବ ଆଉ ତା' ପରେ କାର୍ଯ୍ୟ ପରିଚାଳନା ନିମନ୍ତେ ସମସ୍ତ ବନ୍ଦୋଵସ୍ତ ବି ତୟାର୍। ହେଲେ ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ ଏଵେ ଅବହେଳାର ଦୋଛକିରେ ! ସରକାରୀ ପ୍ରଚେଷ୍ଟା ଏବଂ ରାଜନୈତିକ ଟଣାଭିଡାରେ ନିୟନ୍ତ୍ରଣ ଯୋଜନା ଏଵେ ନିୟନ୍ତ୍ରଣ ହରେଇ ସାରିଲାଣି ! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷର ଅପେକ୍ଷା ସ୍ଥାନୀୟ ଅଞ୍ଚଳରେ ଦୁର୍ଦ୍ଦଶା ଆଣିଛି। ବଂଶଧାରା, ନାଗାବଳୀ, କଲ୍ୟାଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନାର ଦ୍ରୁତ ପ୍ରଗତିର ସ୍ବପ୍ନ ଦେଖୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ଶୁଣିବ କିଏ ??? ଏଠି ଉଜୁଡିବାକୁ ବସିଲାଣି ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ମାନଦଣ୍ଡ।

ଜୁନ୍ ମାସରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଆଲୋଚନା ସରିଛି। ପ୍ରକ୍ରିୟାକୁ ତ୍ବରାନିତ କରିବାକୁ ଦାବି କରିଛନ୍ତି ବିଷମକଟକ ବିଧାୟକ ତଥା ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି।

ଜିଲ୍ଲାର ୩ ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ, କଲ୍ୟାଣୀ ନଦୀକୂଳରେ ରହିଛି ଗୁଣପୁର, ଗୁଡାରୀ, ପଦ୍ମପୁର, କୋଲନରା, ରାମନାଗୁଡା, କଲ୍ୟାଣସିଂହପୁର ଓ ରାୟଗଡା ବ୍ଲକର ବହୁ ଗାଁ। ବନ୍ୟା ପ୍ରକୋପରୁ ଅଞ୍ଚଳବାସୀଙ୍କୁ ରକ୍ଷା କରିବା ପାଇଁ ୯୮ କୋଟି ବ୍ୟୟରେ ୧୬ ଟି ପ୍ରକଳ୍ପ ନିର୍ମାଣ ପାଇଁ ଜଳ ସଂପଦ ବିଭାଗକୁ ଯାଇଛି ପ୍ରସ୍ତାବ। ହେଲେ ୫ ବର୍ଷ ହେଲା ଅନୁଦାନ ଅଭାବ ଦର୍ଶାଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁନି ବିଭାଗ। ବାରମ୍ବାର ଦାବି ସତ୍ତ୍ବେ ଜଳ ସଂପଦ ବିଭାଗ ଏ ଦିଗରେ ପଦକ୍ଷେପ ନେଉନଥିବାରୁ କୂଳ ଖାଇବାରେ ଲାଗିଛି ବଂଶଧାରା, ନାଗାବଳୀ ଓ କଲ୍ୟାଣୀ ନଦୀ।

ନଦୀ କୂଳ ଖାଇବା ଯୋଗୁ ୭ ବ୍ଲକର ୨୫ରୁ ଉର୍ଧ୍ବ ଗାଁ ପ୍ରତି ସୃଷ୍ଟି ହୋଇଛି ବିପଦ। ପ୍ରକଳ୍ପ କାର୍ଯ୍ୟକାରୀରେ ବିଳମ୍ବକୁ ନେଇ ୨୦୧୯ ଜୁଲାଇ ୬ ତାରିଖରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜଳ ସଂପଦ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ଅବଗତକୁ ଇତି ମଧ୍ୟରେ ବର୍ଷେ ବିତିବାକୁ ବସିଲାଣି। ହେଲେ ଜଳସେଚନ ବିଭାଗ ଏ ଦିଗରେ ଚୁପ୍ ରହିଛି। ୧୮ କୋଟି ୯୧ ଲକ୍ଷ ୩୭ ହଜାର ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ଟି ପ୍ରକଳ୍ପକୁ ୨୦୧୮ ଜୁନ୍ ୯ ରେ ସୁପାରିଶ କରିଛି ଉଚ୍ଚ କ୍ଷମତା ସଂପନ୍ନ କମିଟି। ସେହିପରି ୭୫ କୋଟି ୩୪ ଲକ୍ଷ ୯୦ ହଜାର ବ୍ୟୟରେ ୧୦ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮ ନଭେମ୍ବର ୨୦ ତାରିଖରେ ଟେକ୍ନିକାଲ୍ ଆଡଭାଇଜରି କମିଟି ସୁପାରିଶ କରିଛି।

ନାଗାବଳୀ ଓ ବଂଶଧାରା ଅବବାହିକାରେ ବନ୍ୟା ନିୟନ୍ତ୍ରଣ ପାଇଁ ୨୦ ଜୁଲାଇ ୨୦୧୬ ମସିହାରେ ପାରଳାଖେମୁଣ୍ଡି ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ରାୟଗଡ଼ା ଜିଲ୍ଲାପାଳଙ୍କୁ ୭ଟି ପ୍ରକଳ୍ପର ନିର୍ମାଣ ପାଇଁ ୬୦ କୋଟି ୧୮ ଲକ୍ଷ ୩୭ ହଜାର ଟଙ୍କାର ବ୍ୟୟ ଅଟକଳ ପ୍ରଦାନ କରିଥିଲେ। ଏଥି ସହ ବନ୍ୟା ସ୍ଥିତି ନୀରିକ୍ଷଣ ପାଇଁ ରାୟଗଡ଼ାରେ ଜଳସେଚନ ବିଭାଗ କାର୍ଯ୍ୟାଳୟ, ଷ୍ଟାପ କ୍ବାର୍ଟସ୍ ନିର୍ମାଣ ପାଇଁ ୨.୫୦ ଏକର ଜମି ପ୍ରଦାନ କରିବାକୁ ଅବଗତ କରିଥିଲେ।

ଜଳସେଚନ ବିଭାଗର ପ୍ରସ୍ତାବକୁ ଟେକ୍ନିକାଲ୍ ଆଡଭାଇଜରି କମିଟିର ସୁପାରିଶ ପରେ ତତ୍କାଳୀନ ଜିଲ୍ଲାପାଳ ଜଳ ସଂପଦ ବିଭାଗ ମୁଖ୍ୟ ସଚିବଙ୍କୁ ନିକଟକୁ ପଠାଇ ଦେଇଛନ୍ତି। ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରୁ ମଝିଘରିଆଣି ମନ୍ଦିର ପର୍ଯ୍ୟନ୍ତ ନାଗାବଳୀ ନଦୀର ଉଭୟ ପାର୍ଶ୍ବରେ ପ୍ରୋଟେକ୍ସନ୍ ୱାଲ୍ ପାଇଁ ୩୭୦.୩୭ ଲକ୍ଷ, ପିତାମହଲ ପଂଚାୟତର ବେହେରାଗୁଡା ପାଇଁ ୩୪୫.୯୧ ଲକ୍ଷ, କେ‌ରେଡା ପଞ୍ଚାୟତର ଖିଲିମିଶିଗୁଡା, ହାଟଶେଷଖାଲ ପାଇଁ ୪୦୨.୦୨ ଲକ୍ଷ, ହଲୁଆ ପାଇଁ ୧୨୩.୦୩ ଲକ୍ଷ, କର୍ଲାକଣା ପଞ୍ଚାୟତର ଡକୁଲୁଗୁଡା ପ୍ରକଳ୍ପ ପାଇଁ ୧୨୬.୮୫ ଲକ୍ଷ ବ୍ୟୟ ଅଟକଳ କରାଯାଇଛି।

ସେହିପରି ବଂଶଧାରା ନଦୀ ଅବବାହିକାରେ ଥିବା ସାନହୁମ୍ମା, ଲୋକନାଥପୁର, କରାଇଗୁଡା, ନାଇରା, କର୍ଣପାଡୁ, ଡେରିଗାଁରେ ପ୍ରୋଟେକ୍ସନ୍ ୱାଲ୍ ନିର୍ମାଣ ପାଇଁ ୫୨୩.୧୯ ଲକ୍ଷ ଏବଂ ଗୁମୁଡା ବ୍ରିଜ୍ ନିକଟରେ ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପ ପାଇଁ ୪୧୨୭ ଲକ୍ଷ ଟଙ୍କାର ପ୍ରସ୍ତାବ ହୋଇଛି। ବଂଶଧାରା ନଦୀର ଗୁଡାରି ବଇନାଗୁଡା ପ୍ରକଳ୍ପ ପାଇଁ ୩୮୭.୭୦ ଲକ୍ଷ, ଗୁଡାରୀ ପୂର୍ତ ବିଭାଗ ଡାକ ବଙ୍ଗଳା ନିକଟ ପ୍ରକଳ୍ପ ପାଇଁ ୩୩୦ ଲକ୍ଷ, ଗୁଣପୁର ବ୍ଲକର ଚାଲକମ୍ବା ପ୍ରକଳ୍ପ ପାଇଁ ୨୦୧.୬୦ ଲକ୍ଷ, ଲିମାପଦର ପ୍ରକଳ୍ପ ପାଇଁ ୪୨୪.୩୦ ଲକ୍ଷ, ଗୁଣପୁର ସହର ନିକଟ ପ୍ରକଳ୍ପ ପାଇଁ ୩୫୩.୩୦ ଲକ୍ଷ ଏବଂ ରାମନାଗୁଡା ବ୍ଲକର ଗୁଲୁମୁଣ୍ଡା, ପଣସଗୁଡା ପ୍ରକଳ୍ପ ପାଇଁ ୨୩୮.୩୦ ଲକ୍ଷ ବ୍ୟୟ ବରାଦ ଲକ୍ଷ୍ୟ ରହିଛି।

ନାଗାବଳୀ ନଦୀ ଅବବାହିକାରେ ଥିବା କୋଲନରା ବ୍ଲକର ରେବତୀଗୁଡା, କାର୍ତିକଗୁଡା, ବିରିବାଡି ପ୍ରକଳ୍ପ ପାଇଁ ୩୫୪.୪୦ ଲକ୍ଷ, ଆମ୍ବାଗୁଡା ପ୍ରକଳ୍ପ ପାଇଁ ୪୫୯.୪୦ ଲକ୍ଷ ଏବଂ ରାୟଗଡା ବ୍ଲକର କୋତପେଟା, ମାଳିଗାଁ ପ୍ରକଳ୍ପ ପାଇଁ ୬୫୮.୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛି ଜଳସେଚନ ବିଭାଗ। ଯାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି।

ଅବ୍ୟଵସ୍ଥାର ନଜିର୍ ପାଲଟିଥିବା ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ଏବେ ଚ୍ୟାଲେଞ୍ଜ୍ ସଦୃଶ୍ୟ। ହୁଏତ ପ୍ରଶାସନିକ ଅବହେଳା, ରାଜନୈତିକ ଇଛାଶକ୍ତି ଓ ଖାମଖିଆଲ ମନୋଭାବର ପରିଣତି ଏବେ ନମିଳି ପାରେ। ହେଲେ ଲଗାଣ ବର୍ଷା ଲାଗି ରହିଲେ ପରିସ୍ଥିତି ଅଣାୟତ୍ତ ହେଵ। ନାଲିଫିତା ତଳେ ବଂଶଧାରା, ନାଗାବଳୀ, କଲ୍ୟାଣୀ ବନ୍ୟା ନିୟନ୍ତ୍ରଣ ଯୋଜନାକୁ ମୁକୁଳାଇଵାକୁ ଦାବି ହେଉଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ, ସରକାର ଏଵଂ ବିଭାଗୀୟ ଉଦାସୀନତା ପ୍ରମୁଖ କାରଣ ପାଲଟିଥିବା ବେଳେ ଯୋଜନା ତ୍ବରିତ୍ କାର୍ଯ୍ୟକ୍ଷମ ନହେଲେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.