ETV Bharat / state

ଅବାଧ-ନିରପେକ୍ଷ ନିର୍ବାଚନ ପାଇଁ ସଶସ୍ତ୍ର ସୀମା ସୁରକ୍ଷା ବଳର ଫ୍ଲାଗ ମାର୍ଚ୍ଚ - elction

ଆଗକୁ ନିର୍ବାଚନ । ପ୍ରାର୍ଥୀଙ୍କ ଚାଲିଛି ପ୍ରଚାର। ଆଉ ଏପଟେ ନିର୍ବାଚନରେ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା କରୁଛି ପୋଲିସ ବିଭାଗ। ତେଣୁ ଚଳିତ ନିର୍ବାଚନରେ କୌଣସି ସମସ୍ୟା ନହେବା ପାଇଁ ରାୟଗଡାରେ ଅବାଧ ନିର୍ବାଚନ ପାଇଁ ସଶସ୍ତ୍ର ସୀମା ସୁରକ୍ଷା ବଳ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାୟଗଡା
author img

By

Published : Apr 8, 2019, 11:57 PM IST

Updated : Apr 9, 2019, 12:21 AM IST

ରାୟଗଡା: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଡା କଡି ହେବାରେ ଲାଗିଛି ଆଇନ ସୁରକ୍ଷା ବ୍ୟବସ୍ଥା। ଅବାଧ ଭୟମୁକ୍ତ ନିର୍ବାଚନ କରିବାକୁ ବିଭିନ୍ନ ତରିକା ଆପଣେଇଛି ଜିଲ୍ଲା ପ୍ରଶାସନ। ଅସାମାଜିକ ବ୍ୟକ୍ତିଙ୍କୁ ଧରପଗଡ ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା 834ଲୋକଙ୍କ ବିରୁଦ୍ଧରେ 107ଧାରାରେ ନୋଟିସ ଜାରି କରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

ଏଥିସହ ଲୋକଙ୍କ ମନରୁ ଭୟ ଦୂର କରିବାକୁ ରାୟଗଡା ଏସଡିପିଓଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରିଛି ସୀମା ସୁରକ୍ଷା ସଶସ୍ତ୍ର ବାହିନୀ । ରାୟଗଡା ସମେତ ଚାନ୍ଦିଲି, କୁମ୍ଭିକୋଟା,କାଶୀପୁର,ସେସଖାଲଠାରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ପ୍ରକାଶ କରିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାର ଓ କରିନା କପୁର ଖାନ ଖୁବଶିଘ୍ର ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି। ଫିଲ୍ମଟି ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସମାନଙ୍କୁ ଅକ୍ଷୟ ଏହାର ସୁଟିଂ ସରିଛି ବୋଲି କହିବାକୁ ଆପଣେଇଛନ୍ତି ଗୋଟିଏ ନୂଆ ଉପାୟ। ଯାହାର ଭିଡିଓ ଦେଖି ଦର୍ଶକ ହସିହସି ବେଦମ।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟା କରିଛନ୍ତି, ଯେଉଁଥିରେ ଅଭିନେତା ଦିଲଜୀତ ଦୋସଞ୍ଜ ପାଟି ଦ୍ବାରା ରହିରହି ଆମ୍ବୁଲାନ୍ସ ସାଇରନର ଆବାଜ ବାହାର କରୁଛନ୍ତି। ଆଉ ତାଙ୍କ ସହ ଟିକେପରେ ମିଶିଛନ୍ତି ଅକ୍ଷୟ ଆଉ ଆରମ୍ଭ କରିଛନ୍ତି ସାଇରନ ବଜାଇବା। ଅକ୍ଷୟଙ୍କ ପରେ ସେମାନଙ୍କୁ ଆସି ଯୋଗ ଦେଇଛନ୍ତି ଅଭିନେତ୍ରୀ କରିନା କପୁର ଖାନ ଓ କିୟାରା ଆଡଭାଣୀ।

ତେବେ ଏହି ଭିଡିଓଟି ବେଶ ମଜାଦାର ଥିବାବେଳେ ଶୀର୍ଷରେ ଫିଲ୍ମର ସୁଟିଂ ସରିବା ଓ ଏହାର ରିଲିଜ ଡେଟ ବିଷୟରେ ମଧ୍ୟ ଜାଣିବାକୁ ପାଇଛନ୍ତି ଦର୍ଶକ। ଭିଡିଓଟି ଗୁଜନ୍ୟୁଜ ଆସିବା ପାଇଁ ଆମ୍ବୁଲାନ୍ସ ସାଇରନ ବାଜୁଥିବାବେଳେ କିଛି ପ୍ରଶଂସକଙ୍କୁ ଅକ୍ଷୟଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ କଥା ମଧ୍ୟ ମନେପଡିଯାଇଛି କାରଣ ଫିଲ୍ମରେ ଅକ୍କୀ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିବେ।

Conclusion:
Last Updated : Apr 9, 2019, 12:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.