ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଗୋଟିଏ ଦିନରେ 13 ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରାୟଗଡାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ । ଗୁଣପୁର ପାଇଁ ମୋଟ 8ଜଣ ଓ ବିଷମକଟକ ପାଇଁ 5ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ।

author img

By

Published : Mar 26, 2019, 12:02 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ରାୟଗଡା

ରାୟଗଡା: ଚଳିତବର୍ଷ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ତାରିଖ। ସୋମବାର ଶେଷ ଦିନରେ ରାୟଗଡା ଜିଲ୍ଲା ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 6 ଜଣ ପ୍ରାର୍ଥୀ ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ 2ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ରାୟଗଡା

ତେବେ ଗୁଣପୁର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ, ବିଜେପି ପକ୍ଷରୁ ଶିଶିର ଗମାଙ୍ଗ, ବିଏସପିରୁ କୈଳାସ ଶବର, ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ତ୍ରିନାଥ ଗମାଙ୍ଗ,ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ରାମମୂର୍ତି ମୁଟିକା ଓ ଗୁଣପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀଶବର ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି, ବିଷମକଟକର କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକା, ସିପିଆଇ ଏମଏଲ ଲିବେରେସନ ପକ୍ଷରୁ ରାମଚନ୍ଦ୍ର ପ୍ରାସ୍କା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତେବେ ଗୁଣପୁର ପାଇଁ ମୋଟ 8ଜଣ ଓ ବିଷମକଟକ ପାଇଁ 5ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଗୁଣପୁର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.