ETV Bharat / state

ରାୟଗଡାରେ ବିତ୍ତୀୟ ସ୍ବାକ୍ଷରତା ଦିବସ ଶିବିର ଆୟୋଜିତ - ରାୟଗଡାରେ ବିତ୍ତିୟ ସ୍ବାକ୍ଷରତା ଦିବସ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମଣ୍ଡଳସ୍ତରୀୟ ବିତ୍ତୀୟ ସ୍ୱାକ୍ଷରତା କର୍ମଶାଳାରେ ପାଠ ପଢିଲେ ନିର୍ବାଚିତ ଜନପ୍ରତିନିଧି । ଅଧିକ ପଢନ୍ତୁ...

finnancial literacy workshop
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 11, 2020, 8:54 PM IST

ରାୟଗଡା: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମଣ୍ଡଳସ୍ତରୀୟ ବିତ୍ତୀୟ ସ୍ୱାକ୍ଷରତା କର୍ମଶାଳାରେ ପାଠ ପଢିଲେ ନିର୍ବାଚିତ ପ୍ରତିନିଧି । ଜିଲ୍ଲାପାଳ ପ୍ରମୋଦ କୁୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲିଡ୍ ବ୍ୟାଙ୍କ ପରିଚାଳକ ଧିରେନ୍ଦ୍ର ବିହାରୀ, ଏସବିଆଇ ପୋଷ୍ଟଲ ପରିଚାଳକ ମନୋଜ କୁମାର ସୁନାନୀ, କିରଣ କୁମାର ପାତ୍ର ,କଲ୍ୟାଣୀ କୁମ୍ଭାର ଏବଂ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ନିର୍ବାଚିତ ଜନପ୍ରତିନିଧିଙ୍କୁ ପାଠ ପଢାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଲୋଭର ବଶବର୍ତ୍ତୀ ନ ହୋଇ ସରକାରଙ୍କ ଦ୍ୱାରା ସ୍ୱୀକୃତ ପ୍ରାପ୍ତ ଅନୁଷ୍ଠାନରେ ନିବେଶ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥିବୃନ୍ଦ । ଏଥି ସହ ପରିବାରର ସମସ୍ତ ବୟସ୍କ ସଦସ୍ୟ ଘରର ମୁଖିଆଙ୍କ ଉପରେ ନିର୍ଭର ନହୋଇ କିଛି ନା କିଛି କାମ କରି ରୋଜଗାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧୃବ ଚରଣ ନାୟକ ଆୟୋଜିତ କର୍ମଶାଳାକୁ ପରିଚାଳନା କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବିତୀୟ ସ୍ୱାକ୍ଷରତା କର୍ମଶାଳାରେ ପାଠ ପଢିଲେ ନିର୍ବାଚିତ ପ୍ରତିନିଧି । Body:ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ମଣ୍ଡଳ ସ୍ତରୀୟ ବିତୀୟ ସ୍ୱାକ୍ଷରତା କର୍ମଶାଳା ରେ ପାଠ ପଢିଲେ ନିର୍ବାଚିତ ପ୍ରତିନିଧି । ଜିଲ୍ଲାପାଳ ପ୍ରମୋଦ କୁୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲିଡ ବ୍ୟାଙ୍କ ପରିଚାଳକ ଧିରେନ୍ଦ୍ର ବିହାରୀ, ଏସବିଆଇ ପୋଷ୍ଟଲ ପରିଚାଳକ ମନୋଜ କୁମାର ସୁନାନୀ, କିରଣ କୁମାର ପାତ୍ର ,କଲ୍ୟାଣି କୁମ୍ଭାର ଏବଂ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ନିର୍ବାଚିତ ପ୍ରତିନିଧିଙ୍କୁ ପାଠ ପଢାଇଥିଲେ । ଅତିଥି ମାନେ ଲୋଭର ବଶବର୍ତୀ ନ ହୋଇ ସରକାରୀଙ୍କ ଦ୍ୱାରା ସ୍ୱିକୃତ ପ୍ରାପ୍ତ ଅନୁଷ୍ଠାନ ଗୁଡିକରେ ନିବେଶ କରିବା ନିମନ୍ତେ ପରାମର୍ଶ ଦେବା ସହ ଏହି ବାର୍ତା ସମସ୍ତ ନିକଟରେ ପହଂଚାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଏଥି ସହ ପରିବାରର ସମସ୍ତ ପ୍ରାପ୍ତ ବୟସ୍କ ସଦସ୍ୟ, ସଦସ୍ୟା ମାନେ ଘରର ମୁଖିଆଙ୍କ ଉପରେ ନିର୍ଭର ନ ହୋଇ କିଛି ନା କିଛି କାମ କରି ରୋଜଗାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ ଆୟୋଜିତ କର୍ମଶାଳାକୁ ପରିଚାଳନା କରିଥିଲେ ।Conclusion:ବିତୀୟ ସ୍ୱାକ୍ଷରତା କର୍ମଶାଳାରେ ପାଠ ପଢିଲେ ନିର୍ବାଚିତ ପ୍ରତିନିଧି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.