ETV Bharat / state

ଅନ୍ଧ ଭିକ୍ଷୁକକୁ ମିଳିଲା ରାସନ କାର୍ଡ଼ - Finally one blind begger got rasan card in rayagada

ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧ ଅନ୍ଧ ପରିବାରକୁ ଶେଷରେ ମିଳିଲା ରାସନ ଚାଉଳ ।

ବୃଦ୍ଧ ଅନ୍ଧ ପରିବାରକୁ ରାସନ ଚାଉଳ
ଅନ୍ଧ ଭିକ୍ଷୁକକୁ ମିଳିଲା ରାସନ କାର୍ଡ଼
author img

By

Published : Dec 15, 2019, 2:34 AM IST

ରାୟଗଡା: ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧ ଅନ୍ଧ ପରିବାରକୁ ଶେଷରେ ମିଳିଲା ରାସନ ଚାଉଳ । ସେପୁଣି ଅଦାଲତର ହସ୍ତକ୍ଷେପ ଫଳରେ । ଏଭଳି ଏକ ଘଟଣା ଘଟିଛି ଆଜି ରାୟଗଡ଼ା ସହରରେ ।

ଅନ୍ଧ ଭିକ୍ଷୁକକୁ ମିଳିଲା ରାସନ କାର୍ଡ଼

ଆଜି ସ୍ଥାନୀୟ ସ୍ଥୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ହଲ ଭିତରେ ଜଜଙ୍କ ଉପସ୍ଥିତିରେ ଏମାସର ରାସନ ଚାଉଳ ସହିତ ରାସନ କାର୍ଡ଼ ପ୍ରଦାନ କରିଛି ଯୋଗାଣ ବିଭାଗ । ରାୟଗଡ଼ା ସହର ମଙ୍ଗଳା ମନ୍ଦିର ନିକଟରେ ରହନ୍ତି ୭୦ ବର୍ଷୀୟ ବୃଦ୍ଧ ଜାନୁ ଟାକିରି । ତାଙ୍କର ଆଧାର କାର୍ଡ଼ ନଥିବା ଯୋଗୁଁ ଗତ କିଛିମାସଧରି ଯୋଗାଣ ବିଭାଗ ପିଡ଼ିଏସ ଚାଉଳ ବନ୍ଦ କରି ଦେଇଥିଲେ । ସେ ଅତ୍ୟନ୍ତ ଗରିବ ଥିବାବେଳେ ଭିକ୍ଷାବୃତ୍ତି କରି ଚଳୁଛନ୍ତି । ତେବେ ସେ ମଙ୍ଗଳା ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ସମୟରେ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ।

ଏନେଇ ସମ୍ପୃକ୍ତ ଭିକ୍ଷୁକଙ୍କ ମାମଲା ଆଇନଜୀବୀ ଲାବାଣ୍ୟ ମୋହନ ପଟ୍ଟନାୟକ ସ୍ଥାନୀୟ ସ୍ଥୟୀ ଲୋକ ଅଦାଲତରେ ପିଟିସନ ଦାଖଲ କରିଥିଲେ । ମାନ୍ୟବର ଅଦାଲତ ଏହି ପିଟିସନର ଶୁଣାଣୀ କରି ସମ୍ପୃକ୍ତ ବୃଦ୍ଧ ଜାନୁ ଟାକିରିଙ୍କୁ ତୁରନ୍ତ ମାସିକ ଚାଉଳ ଯୋଗାଇବା ସହ ସ୍ଥାୟୀ ରାସନ କାର୍ଡ଼ ଯୋଗାଈ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଯୋଗାଣ ବିଭାଗ ସ୍ଥାୟୀ ଲୋକ ଅଦାଲତ ଜଜ୍ ହୃଷିକେଶ ବ୍ରହ୍ମାଙ୍କ ଉପସ୍ଥିତିରେ ଜାନୁ ଟାକ୍ରୀଙ୍କୁ ୩୦ କିଲୋ ଚାଉଳ ସହ ରାସନ କାର୍ଡ଼ ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଅନ୍ଧ ଭିକ୍ଷୁକକୁ ମିଳିଲା ରାସନ କାର୍ଡ଼ ।Body:ଭିକ୍ଷାବୃତି କରି ଚଳୁଥିବା ଜଣେ ବୃଦ୍ଧ ଅନ୍ଧ ପରିବାରକୁ ଶେଷରେ ମିଳିଲା ରାସନ ଚାଉଳ । ସେପୁଣି ଅଦାଲତର ହସ୍ତକ୍ଷେପ ଫଳରେ । ଏଭଳି ଏକ ଘଟଣା ଘଟିଛି ଆଜି ରାୟଗଡ଼ା ସହରରେ । ଆଜି ସ୍ଥାନିୟ ସ୍ଥୟୀ ଲୋକ ଅଦାଲତଙ୍କ ନିର୍ଦ୍ଧେଶରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ହଲ ଭିତରେ ଜଜ୍ଙ୍କ ଉପସ୍ଥିତିରେ ଏମାସର ରାସନ ଚାଉଳ ସହିତ ରାସନ କାର୍ଡ଼ ପ୍ରଦାନ କରିଛି ଯୋଗାଣ ବିଭାଗ । ରାୟଗଡ଼ା ସହର ମଙ୍ଗଳା ମନ୍ଦିର ନିକଟରେ ରହନ୍ତି ୭୦ ବର୍ଷୀୟ ବୃଦ୍ଧ ଜାନୁ ଟାକିରି । ତାଙ୍କର ଆଧାର କାର୍ଡ଼ ନଥିବା ଯୋଗଁ ଗତ କିଛିମାସଧରି ଯୋଗାଣ ବିଭାଗ ପିଡ଼ିଏସ ଚାଉଳ ବନ୍ଦ କରି ଦେଇଥିଲେ । ସେ ଅତ୍ୟନ୍ତ ଗରିବ ଥିବାବେଳେ ଭିକ୍ଷାବୃତି କରି ଚଳୁଛନ୍ତି । ତେବେ ସେ ମଙ୍ଗଳା ମନ୍ଦିର ନିକଟରେ ଭିକ୍ଷାବୃତି କରୁଥିବା ସମୟରେ ଆଇନଜିବି ଲାବାଣ୍ୟ ମୋହନ ପଟ୍ଟନାୟକଙ୍କ ସଂସ୍ପର୍ଷରେ ଆସିଥିଲେ । ଏନେଇ ସପୃକ୍ତ ଭିକ୍ଷୁକଙ୍କ ମାମଲା ଆଇନଜିବି ଲାବାଣ୍ୟ ମୋହନ ପଟ୍ଟନାୟକ ସ୍ଥାନିୟ ସ୍ଥୟୀ ଲୋକ ଅଦାଲତରେ ପିଟିସନ ଦାଖଲ କରିଥିଲେ । ମାନ୍ୟବର ଅଦାଲତ ଏହି ପିଟିସନର ସୁଣାଣୀ କରି ସମ୍ପୃକ୍ତ ବୃଦ୍ଧ ଜାନୁ ଟାକିରିଙ୍କୁ ତୁରନ୍ତ ମାସିକ ଚାଉଳ ଯୋଗାଇବା ସହ ସ୍ଥାୟୀ ରାସନ କାର୍ଡ଼ ଯୋଗାଈଦେବାପାଇଁ ନିଦେ୍ଧଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ଆଜି ଯୋଗାଣ ବିଭାଗ ସ୍ଥୟୀ ଲୋକ ଅଦାଲତ ଜର୍ଜ ହୃଷିକେଶ ବ୍ରହ୍ମାଙ୍କ ଉପସ୍ଥିତିରେ ଜାନୁ ଟାକ୍ରୀଙ୍କୁ ୩୦ କିଲୋ ଚାଉଳ ସହ ରାସନ କାର୍ଡ଼ ପ୍ରଦାନ କରାଯାଇଛି ।

Conclusion:ଅନ୍ଧ ଭିକ୍ଷୁକକୁ ମିଳିଲା ରାସନ କାର୍ଡ଼ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.