ETV Bharat / state

ଝୁଲା ପୋଲରେ ଅଘଟଣ: ତିନିଦିନ ପରେ ମିଳିଲା ବାପାର ମୃତଦେହ - ରାୟଗଡ଼ା ଝୁଲାପୋଲରେ ଅଘଟଣ

ଝୁଲା ପୋଲରେ ବାପ,ପୁଅ ନିଖୋଜ ଅଘଟଣରେ ୩ଦିନ ପରେ ମିଳିଲା ବାପାର ମୃତଦେହ । ଗତ ରବିବାର ଦିନ ରାୟଗଡ଼ା ସହର ଉପକଣ୍ଠରେ ନାଗାବଳୀ ନଦୀର ଉପରେ ଥିବା ଝୁଲାପୋଲ ଏବଂ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସି ନଦୀରେ ଭାସି ଯାଇଥିଲେ ଦୁଇ ବାପପୁଅ । ଅଧିକ ପଢ଼ନ୍ତୁ...

ଝୁଲା ପୋଲରେ ଅଘଟଣ: ତିନିଦିନ ପରେ ମିଳିଲା ବାପାର ମୃତଦେହ

author img

By

Published : Oct 19, 2021, 7:32 PM IST

ରାୟଗଡ଼ା: ଝୁଲା ପୋଲରେ ବାପ,ପୁଅ ନିଖୋଜ ଅଘଟଣରେ ୩ଦିନ ପରେ ମିଳିଲା ବାପାର ମୃତଦେହ । ଗତ ରବିବାର ଦିନ ରାୟଗଡ଼ା ସହର ଉପକଣ୍ଠରେ ନାଗାବଳୀ ନଦୀର ଉପରେ ଥିବା ଝୁଲାପୋଲ ଏବଂ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସି ନଦୀରେ ଭାସି ଯାଇଥିଲେ ଦୁଇ ବାପପୁଅ । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଦୁହିଁଙ୍କ ସନ୍ଧାନ ଆରମ୍ଭ ହୋଇଥିଲା । ଗତକାଲି(ସୋମବାର) ରାୟଗଡା ଠାରୁ ୫ କିମି ଦୂର ବେହେରାଗୁଡା ଗାଁ ନିକଟରୁ ପୁଅ କେ. ଜିତେନ୍ଦ୍ରଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବାବେଳେ ଆଜି ବାପା କେ. ଶ୍ରୀନିବାସଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଝୁଲା ପୋଲରେ ଅଘଟଣ: ତିନିଦିନ ପରେ ମିଳିଲା ବାପାର ମୃତଦେହ

ରାୟଗଡା ଠାରୁ 10 କିଲୋମିଟର ଦୂର ଜଗନ୍ନାଥପୁର ଗାଁ ନିକଟରୁ ଉଦ୍ଧାର କରାଯାଇଛି କେ. ଶ୍ରୀନିବାସଙ୍କ ମୃତଦେହ । ଗତ ରବିବାର ଦିନ ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡ଼ା ଆସିଥିଲେ । ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବସ୍ଥ ନାଗାବଳୀ ଉପରେ ଥିବା ଝୁଲାପୋଲ ନିକଟକୁ ଯାଇଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପରେ ଏହି ପର୍ଯ୍ୟଟକ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ । ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇବା ସମୟରେ ପାଦ ଖସିଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସିଯାଇଥିଲେ ଶ୍ରୀନିବାସ ।

ବାପାଙ୍କୁ ଉଦ୍ଧାର କରିବାପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁପଡିଥିଲେ । ଏଭଳି ସ୍ଥିତି ଦେଖି ଅନ୍ୟ ପର୍ଯ୍ୟଟକ ମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଦୁହିଁଙ୍କୁ ଖୋଜାଖୋଜି କରିଥିଲେ । ତେବେ ଦୁଇ ଦିନ ଖୋଜାଖୋଜି ପରେ ଆଜି(ମଙ୍ଗଳବାର) ଶେଷରେ କେ. ଶ୍ରୀନିବାସଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.