ETV Bharat / state

ରାୟଗଡାରେ ଅଘଟଣ: ନାଗାବଳି ନଦୀରେ ଭାସିଯାଇ ପର୍ଯ୍ୟଟକ ବାପା-ପୁଅ ନିଖୋଜ - rayagada district news

ରାୟଗଡା ସହର ଉପକଣ୍ଠରେ ଅଘଟଣ । ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତୀପଥର ନିକଟରେ ଭାସିଗଲେ ପର୍ଯ୍ୟଟକ ବାପପୁଅ । ସର୍ଚ୍ଚ ଅପରେସନ ଜାରି ରଖିଛି ସ୍ଥାନୀୟ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

ନାଗାବଳି ନଦୀରେ ଭାସିଯାଇ ପର୍ଯ୍ୟଟକ ବାପା ଓ ପୁଅ ନିଖୋଜ

author img

By

Published : Oct 17, 2021, 9:51 PM IST

ରାୟଗଡା: ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତୀପଥର ନିକଟରେ ପାରଳାଖେମୁଣ୍ଡିର ୨ଜଣ ପର୍ଯ୍ୟଟକ ବାପ ପୁଅ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦୁଇ ଜଣ ହେଲେ ପାରଳାଖେମୁଣ୍ଡି ସହରର ୪୫ ବର୍ଷୀୟ କେ. ଶ୍ରୀନିବାସ ଓ ତାଙ୍କ ୧୯ ବର୍ଷୀୟ ପୁଅ କେ. ଜିତେନ୍ଦ୍ର ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ ।

ଝୁଲା ପୋଲରେ ଅଘଟଣ,ନାଗାବଳି ନଦୀରେ ଭାସିଯାଇ ବାପା ଓ ପୁଅ ନିଖୋଜ

ମିଳିଥିବା ସୂଚନା ଅନୁସାରେ, ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇଥିଲେ। ସ୍ଥାନଟି ସମ୍ପୂର୍ଣ୍ଣ ରୂପେ ପଥୁରିଆ। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ବାପା ଶ୍ରୀନିବାସଙ୍କ ପାଦ ଖସିଯିବାରୁ ପାଣିର ସୁଅରେ ସେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବା ପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁ ପଡିଥିଲେ ।

ଏଭଳି ସ୍ଥିତି ଦେଖି ଅନ୍ୟ ପର୍ଯ୍ୟଟକମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ସୁଦ୍ଧା ଉଭୟଙ୍କ ପତ୍ତା ମିଳିପାରିନାହିଁ । ତେବେ ସନ୍ଧ୍ୟା ହୋଇଯିବାରୁ ପାଣି ଭିତରେ ଖୋଜିବା ସମ୍ଭବ ନ ହେବାରୁ ଉଦ୍ଧାର କାର୍ଯ୍ୟ ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.