ETV Bharat / state

ମଣ୍ତିରେ ଚାଲିଛି ମିଲରଙ୍କ ମନମାନି, ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jan 14, 2021, 11:31 AM IST

ରାୟଗଡାରେ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଚଷୀ । ଅଧିକ ପଢନ୍ତୁ...

ମଣ୍ତିରେ ଚାଲିଛି ମିଲରଙ୍କ ମନମାନି,
ମଣ୍ତିରେ ଚାଲିଛି ମିଲରଙ୍କ ମନମାନି,

ରାୟଗଡା: ମଣ୍ତିରେ ଚାଲିଛି ମିଲରଙ୍କ ମନମାନି । ଫଳରେ ଜିଲ୍ଲାରେ ଧାନ ବିକ୍ରିକୁ ନେଇ ସମସ୍ୟା ଦେଖାଦେଇଛି । ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ କୁଜେନ୍ଦ୍ରୀଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ମଣ୍ତିରେ ଚାଲିଛି ମିଲରଙ୍କ ମନମାନି

ମିଲରଙ୍କ ମନମାନି ସାଙ୍ଗକୁ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଏଭଳି ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ଶେଷରେ ବାଧ୍ୟହୋଇ ରାସ୍ତା ଅବରୋଧ କରିଥିଲେ ଚାଷୀ । ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରୟ କରିପାରିବେ ସେଥିପାଇଁ ଖୋଲା ଯାଇଛି ବିଭିନ୍ନ ମଣ୍ଡି । ହେଲେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମିଲରସଙ୍କ ମନମାନି ଯୋଗୁଁ କିଛି ସୁଫଳ ପାଉ ନାହାନ୍ତି ଚାଷୀ । ମଣ୍ଡିରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ମାଣ୍ଡିକୁ ଆଣିଥିବା ଚାଷୀଙ୍କର ଧାନ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହା ସହ ଧାନର ଗୁଣବତ୍ତାକୁ ଆଳ କରି ବ୍ୟାପକ ଧାନ କାଟ ଛାଟ କରାଯାଉଥିବା ବେଳେ ପରିବହନ ବାବଦରେ ଖର୍ଚ୍ଚ ମିଳୁନଥିବା ଅଭିଯୋଗ ହୋଇଛି ।

ଫଳରେ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରି କିଛି ସମୟ ପାଇଁ ଚାଷୀ ଗୁଣୁପୁର ରମାନଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଗୁଣୁପୁର ପୋଲିସ, ଉପଖଣ୍ଡ ଯୋଗାଣ ଅଧିକାରୀ, ସମବାୟ ଓ ନିୟନ୍ତ୍ରିତ ବଜାର ସମିତି କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଦୀର୍ଘ ସମୟ ଧରି ଚାଷୀ ଓ ମିଲରଙ୍କ ଆଲୋଚନା କରିବା ପରେ ସ୍ଵାଭାବିକ ହୋଇଥିଲା ମଣ୍ଡିରେ ଧାନ କିଣାବିକା ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.