ETV Bharat / state

ନିୟମଗିରିର ଅଭିଆଡ଼ି ରାଇଜ: ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ

ଦିନକୁ ଦିନ ନିୟମଗିରି ମୂଲକରେ ଡ଼ଙ୍ଗରିଆଙ୍କ ଜନସଂଖ୍ୟା କମିବାରେ ଲାଗିଛି । ଏହାର କାରଣ ହେଉଛି ବୈବାହିକ ରୀତିନୀତିରେ ଯୁବତୀଙ୍କ କ୍ଷେତ୍ରରେ ରହିଥିବା ଜଟିଳ ପ୍ରତିବନ୍ଧକ ସାଙ୍ଗକୁ ସଚେତନତାର ଅଭାବ ଯୋଗୁଁ ଅଭିଆଡ଼ିଙ୍କ ସଂଖ୍ୟା ଏଠାରେ ବଢ଼ିବାରେ ଲାଗିଛି ।

author img

By

Published : Aug 20, 2019, 12:33 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଦିନକୁ ଦିନ ନିୟମଗିରି ମୂଲକରେ ଡ଼ଙ୍ଗରିଆଙ୍କ ଜନସଂଖ୍ୟା କମିବାରେ ଲାଗିଛି । ଡ଼ଙ୍ଗରିଆ ସମ୍ପ୍ରଦାୟରେ ରହିଛି ବିଚିତ୍ର ପରମ୍ପରା । ବୈବାହିକ ରୀତିନୀତିରେ ଯୁବତୀଙ୍କ କ୍ଷେତ୍ରରେ ରହିଥିବା ଜଟିଳ ପ୍ରତିବନ୍ଧକ ସାଙ୍ଗକୁ ସଚେତନତାର ଅଭାବ ଯୋଗୁଁ ଅଭିଆଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଝିଅ ଜନମ ପରେ ବନ୍ଧୁ ପରିଜନ ଜନ୍ମିତ ଝିଅକୁ ଦେଖିବାକୁ ଆସି ଘରକୁ ବୋହୂ କରି ନେବା ପାଇଁ କଥା ଦିଆନିଆ ହୋଇଥାଏ ପୁଅଘର ପକ୍ଷରୁ । ବାଲ୍ୟକାଳରୁ କଥା ଦେଇଥିବା ପୁଅ ଯୁବକ ଅବସ୍ଥାରେ ନିଜ ମନପସନ୍ଦର ଅନ୍ୟଝିଅକୁ ଜୀବନ ସାଥି ଭାବେ ବାଛିବା ପରେ ଅନେକ ଝିଅ ଅଭିଆଡ଼ି ହୋଇ ରହିଯାଆନ୍ତି । ଡ଼ଙ୍ଗରିଆ ରମଣିଙ୍କ କ୍ଷେତ୍ରରେ ଏଭଳି ଅନେକ କଟକଣା ସାଙ୍ଗକୁ ଜନ୍ମ ସମୟରେ ବାପା ମାଙ୍କ ଦ୍ବାରା ନିର୍ଦ୍ଧାରିତ ଜଲା ଟଙ୍କା ପରବର୍ତ୍ତୀ ସମୟରେ ଅନ୍ୟକୁ ବିବାହ କଲେ ଦୁଇଗୁଣ ଦେବାର ନିୟମ ରହିଥିବାବେଳେ ଏତେ ଗୁଡ଼ିଏ ଟଙ୍କା ଦେଇନ ପାରି ନିୟମଗିରିରେ ଅଭିଆଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ରାୟଗଡ଼ା ଜିଲ୍ଲାର ବିଷମକଟକ , ମୁନିଗୁଡ଼ା କଲ୍ୟାଣସିଂହପୁର ବ୍ଲକ ଦେଇ ଯାଇଥିବା ପୂର୍ବଘାଟର ପର୍ବତମାଳାର ନିୟମଗିରିରେ ବସବାସ କରନ୍ତି ବିରଳ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ । ଡ଼ଙ୍ଗର ଉପରେ ବସବାସ କରୁଥିବାରୁ ସେମାନଙ୍କୁ ଡ଼ଙ୍ଗରିଆ କନ୍ଧ କହନ୍ତି । ଏହି ବିରଳ ଜନଜାତିର ବୈବାହିକ ରୀତିନୀତି ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଠାରୁ ସମ୍ପୂର୍ଣ୍ଣ ନିଆରା । କୌଣସି ପରିବାରରେ ଝିଅଟିଏ ଜନ୍ମ ହେବାପରେ ଝିଅଟିର ପିଉସୀ, ମାଉସୀ ଏବଂ ମାମୁଁ ଘର ଲୋକେ ଝିଅଟିକୁ ଦେଖିବା ବାହାନାରେ ଆସି ନିଜର ବୋହୂ କରିବାକୁ ପ୍ରସ୍ତାବ ଦେଇଥାନ୍ତି । ଏନେଇ ପୁଅ ଘର ଲୋକ ଝିଅଘରକୁ ମଦ ହାଣ୍ଡି ଭେଟି ଦେଇଥାନ୍ତି । ଯଦି ଝିଅଘର ଲୋକ ମଦହାଣ୍ଡି ଗ୍ରହଣ କରନ୍ତି ତା ପରବର୍ତ୍ତୀ ଅବସ୍ଥାରେ ଝିଅ ପକ୍ଷରୁ ତାର ବାପା ମାଆ ଜଲା ଟଙ୍କା ଦାବି କରିଥାନ୍ତି । ଗାଁ ଲୋକଙ୍କ ଉପସ୍ଥିତିରେ ଟଙ୍କା ଛିଡ଼ିବା ପରେ ବହିଣା ଆକାରରେ କିଛି ଟଙ୍କା ନବଜାତ ଝିଅର ହାତରେ ଦେଇ ଚାଲିଯାଇଥାନ୍ତି ସମ୍ପର୍କୀୟ । କିନ୍ତୁ ସେହି ଝିଅ ବଡ଼ ହୋଇ ବିବାହ ବୟସରେ ପହଞ୍ଚିବା ବେଳକୁ ବାଲ୍ୟକାଳର କଥା ଦେଇଥିବା ପୁଅ ତାକୁ ବାହା ନହୋଇ ଧାଙ୍ଗିଡ଼ି ବସାର ମନପସନ୍ଦର ଝିଅକୁ ବିବାହ କରିଥାଏ । ଯାହାଫଳରେ ଝିଅଟି ବିବାହ ନ ହୋଇ ଅଭିଆଡ଼ି ହୋଇ ରହିଯାଇଥାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଯଦି ବାଲ୍ୟକାଳର ପ୍ରସ୍ତାବଟି ଝିଅକୁ ପୁଅଟି ବାହା ହେବାକୁ ମନସ୍ଥ କରେ ତେବେ ପୁଅଟିର ବାହାଯୋଗ୍ୟ ବୟସ ହେବା ପରେ ନିଜେ ପରିବାର ଚଳେଇବାର ସକ୍ଷମ ବୋଲି ପ୍ରମାଣ ନେଇ ଝିଅ ଘରକୁ ଯାଏ । ସାଥିରେ ନେଇଥାଏ ନିଜ ଉପାର୍ଜିତ ଅର୍ଥର କିଣା ମଞ୍ଜି । ତାସାଙ୍ଗକୁ ନିଜେ ଚାଷ କରିବା ଜାଣିଥିବା ପ୍ରମାଣ ଦେବାକୁ ଯାଇ ଭାବି ଶ୍ବଶୁର ଘରେ ଘରଜ୍ବାଇଁ ହୋଇ ଖଟନ୍ତି । ଏଥିରେ ଝିଅ ସନ୍ତୁଷ୍ଟ ହେଲେ ଯାଇ ଯୁବକଟିର ବାହାଘର ହୁଏ ନହେଲେ ନାହିଁ । ସେପଟେ ଝିଅଟି କିନ୍ତୁ ଆଉ ବାହା ହୋଇନପାରି ସାରାଜୀବନ ଅଭିଆଡ଼ି ହୋଇ ଜୀବନ ବିତାଏ ।

ବାହା ହେବା ପାଇଁ ଡ଼ଙ୍ଗରିଆ ଝିଅଙ୍କ କ୍ଷେତ୍ରରେ ଯେତିକି କଟକଣା ରହିଛି ତା ତୁଳନାରେ ପୁଅମାନଙ୍କ ପାଇଁ ସେମିତି କିଛି ନଥା ଏ । ପିଲାଦିନେ ବାପା ମାଆ ସ୍ଥିର କରିଥିବା ଝିଅକୁ ବାହା ହେବା ପାଇଁ ପୁଅମାନେ ବାଧ୍ୟ ନୁହଁନ୍ତି । ନିଜ ଗାଁ ଛଡ଼ା ଅନ୍ୟ ଗାଁକୁ ଯାଇ ଅବିବାହିତ ଧାଙ୍ଗଡ଼ି ବସାକୁ ଯାଇ ସେଠାରେ ନିଜ ମନପସନ୍ଦର ଝିଅ ପାଇଲେ ତାକୁ ବାହା ହୋଇପଡ଼େ । ସେପଟେ ପିଲାଟି ଦିନୁ ବାପାମା ଠିକ କରିଥିବା ପୁଅକୁ ଚାହିଁ ରହିଥାଏ ଝିଅଟି । ଫଳରେ ପୁଅଟିକୁ ଅପେକ୍ଷା କରି କରି ଅଭିଆଡ଼ି ହୋଇ ରହିଯାଏ ଝିଅଟି । ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ଏକାଧିକ ପତ୍ନୀ ଗ୍ରହଣ କରିବାର ପରମ୍ପରା ରହିଛି । କିନ୍ତୁ ଏହାକୁ ଅଧିକାଂଶ ଝିଅ ପସନ୍ଦ କରନ୍ତି ନାହିଁ ।

ଏକ ଆକଳନରୁ ଜଣାପଡ଼େ ନିୟମଗିରିର ୩୦ ଖଣ୍ଡ ଗାଁରେ ଆଜିର ଦିନରେ ୧୩୨ ଜଣ ଝିଅ ବାହା ନହୋଇ ଅଭିଆଡ଼ି ଜୀବନ ବିତାଉଛନ୍ତି । ଫଳରେ ଏଭଳି ପରମ୍ପରା ଯୋଗୁଁ ଡ଼ଙ୍ଗରିଆ କନ୍ଧ ଜନଜାତିର ଜନ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହି ସମ୍ପ୍ରଦାୟରେ ଭରି ରହିଥିବା କୁସଂସ୍କାର ଯୋଗୁଁ ଧିରେ ଧିରେ ବିରଳ ଜନଜାତି ପ୍ରତି ଦେଖା ଦେଇଛି ବିପଦ । ତେବେ ପରମ୍ପରା ନାଁରେ ଆଦିମ କାଳରୁ ଚାଲିଆସୁଥିବା ଏହି କୁସଂସ୍କାରକୁ ଦୂର କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଏବେ ଉଦ୍ୟମ ଜରୁରୀ ହୋଇପଡ଼ିଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ଦିନକୁ ଦିନ ନିୟମଗିରି ମୂଲକରେ ଡ଼ଙ୍ଗରିଆଙ୍କ ଜନସଂଖ୍ୟା କମିବାରେ ଲାଗିଛି । ଡ଼ଙ୍ଗରିଆ ସମ୍ପ୍ରଦାୟରେ ରହିଛି ବିଚିତ୍ର ପରମ୍ପରା । ବୈବାହିକ ରୀତିନୀତିରେ ଯୁବତୀଙ୍କ କ୍ଷେତ୍ରରେ ରହିଥିବା ଜଟିଳ ପ୍ରତିବନ୍ଧକ ସାଙ୍ଗକୁ ସଚେତନତାର ଅଭାବ ଯୋଗୁଁ ଅଭିଆଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ଝିଅ ଜନମ ପରେ ବନ୍ଧୁ ପରିଜନ ଜନ୍ମିତ ଝିଅକୁ ଦେଖିବାକୁ ଆସି ଘରକୁ ବୋହୂ କରି ନେବା ପାଇଁ କଥା ଦିଆନିଆ ହୋଇଥାଏ ପୁଅଘର ପକ୍ଷରୁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.